Posted inଫୁରସତ

ସଫଳତା ପଛରେ ଥିଲା ଉଦାରତା

ଶ୍ରୀପଦ୍ମକେଶର ନିର୍ମାଣ ସହିତ ରୂପାସଗଡ଼ ମୂଳରୁ ଜଡ଼ିତ ଥିଲା। ନରସିଂହଦେବ ରୂପାସ-ଗଡ଼କୁ ଗୁରୁତ୍ୱ ଦେବା ସହିତ ଓଡ଼ିଶାର ଆଶ୍ଚର୍ଯ୍ୟମୟ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କାର୍ଯ୍ୟରେ ସାମିଲ କରିଥିଲେ। ଯେତେବେଳେ ପଥର ବୁହାହୋଇ ଯିବା ପାଇଁ ଜଳପଥ ନିର୍ଦ୍ଦିଷ୍ଟ ହେଲା, ସେତେବେଳେ କାଦୁଆ କେନାଲର ତଳଭାଗରୁ ରୂପାସଗଡ଼ର ପଛପଟ ଦେଇ ପଦ୍ମତୋଳାଗଣ୍ଡ ପର୍ଯ୍ୟନ୍ତ ଜଳପଥରେ ଯିବାକୁ ନିଷ୍ପତ୍ତି ହୋଇଥିଲା। ଆଠହଜାର ତିନିଶହ ଚାଳିଶ ମାଢ଼ ସୁନା ଖର୍ଚ୍ଚ ହୋଇ ଏହି ଜଳପଥ ଗଣ୍ଡର ପଶ୍ଚିମକୁ ଛୁଇଁଥିଲା। ଉଦ୍ଦେଶ୍ୟ ଥିଲା ଗଡୁଆଙ୍କ ସହଯୋଗ ରହିବ ପଥରବୁହା ସମୟରେ।
ରୂପାସଗଡ଼ରେ କେବଳ ୩୦୦ ବଢ଼େଇ ବା ମହାରଣା ଶିଳ୍ପୀ ରହୁ ନ ଥିଲେ, ୩୧୨ ଜଣ ପାଇଟିଆଳ ମଧ୍ୟ ରହୁଥିଲେ। ତାଙ୍କ ପାଇଁ ମଧ୍ୟ ଶିବିର ଥିଲା। ଗଡ଼ ଏକ ପେଣ୍ଠରେ ପରିଣତ ହୋଇଥିଲା। ବେପାରୀମାନେ ରାଜକୋଷକୁ ଖଜଣା ବି ଦେଉଥିଲେ। ଧାରଣା ଅଛି, ପ୍ରତି ଶିବିରରେ ୩୦୦ ଶିଳ୍ପୀ ରହୁଥିଲେ, ମାତ୍ର ବାୟାଚକଡ଼ା ପୋଥିର ୨୬ ସଂଖ୍ୟକ ପତ୍ରରୁ ଜଣାଯାଉଛି ୮୧୭ ଜଣ ଶିଳ୍ପୀଙ୍କୁ ଥରେ ବିବିଧ କାର୍ଯ୍ୟ ପାଇଁ ଶହେମାଢ଼ ସୁନା ଦିଆଯାଇଥିଲା। ତେଣୁ ପାଇଟିଆଳଙ୍କୁ ମିଶାଇଲେ ପାଖାପାଖି ୧୨୦୦ ଲୋକ ଏହି ଗଡ଼ର ଶିବିରରେ ରହୁଥିଲେ। କାରଣ ଶିଳ୍ପୀଙ୍କ ଖାଦ୍ୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ସହଯୋଗ ପାଇଁ ଆନୁପାତିକ ଶ୍ରମିକ ବି ଥିବେ।
ମନ୍ଦିର ନିର୍ମାଣ ସମୟରେ ଗଜପତି ନରସିଂହଦେବଙ୍କର ଏହି ଗଡ଼ ଉପରେ ଏତେ ବିଶ୍ୱାସ ଥିଲା ଯେ, ଏଠାରେ ମହାଶ୍ରମ (ଗଜପତି)ଙ୍କର ନିଜସ୍ବ ଏକ ଭଣ୍ଡାର ରହିଥିଲା। ମନ୍ଦିରର ‘ଆମଳକ’ ନିର୍ମାଣ ସରିବା ପରେ ରୂପାସଗଡ଼ର ଶିବିର ବନ୍ଦ ହୋଇଥିଲା। ମନ୍ଦିର ନିକଟକୁ ଶିଳ୍ପୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଅର୍କବଟ ତଳେ ଅସ୍ଥାୟୀ ଶିବିର ନିର୍ମାଣ ହୋଇ ରୂପାସରେ ଥିବା ଶିଳ୍ପୀଙ୍କୁ ରଖାଯାଇଥିଲା। ସୂକ୍ଷ୍ମ କାରୁକାର୍ଯ୍ୟ ସୁବିଧା ପାଇଁ ଏସବୁ ବ୍ୟବସ୍ଥା ହୋଇଥିଲା। ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣର ସ୍ମାରକୀ ସ୍ବରୂପ ‘ପଦ୍ମଚିହ୍ନ’ର ମୁଦ୍ରା ପ୍ରଚଳନ କରିଥିଲେ ଗଜପତି। ପଦ୍ମଚିହ୍ନିତ ନୂଆମୁଦ୍ରା ୪୬୦ ମାଢ଼ ସୁନା ପ୍ରଥମେ ରୂପାସଗଡ଼ର ଶିଳ୍ପୀଙ୍କୁ ଦିଆଯିବା ଘଟଣା ପୋଥିରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। ଅର୍କବଟ ଶିବିରରେ ରହିଲେ ମଧ୍ୟ ସେମାନେ ରୂପାସଗଡ଼ର ଶିଳ୍ପୀ ଭାବରେ ପରିଚିତ ହେଉଥିଲେ।
ଷୋଳଗଡ଼ର ଅବଦାନ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ସମୟରେ ରହିଥିଲା। ତାହା ପ୍ରସଙ୍ଗକ୍ରମେ ଆମେ ଆଲୋଚନା କରିବା। ଗୋଟିଏ ଗଡ଼ କଥା ଆମେ ଟିକିନିଖି ଆଲୋଚନା କଲେ ଏଇଥିପାଇଁ ଯେ, ଜାତି/ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଆ ଏକ ପ୍ରାଣ, ଏକ ମନ ହୋଇ ଗଜପତିଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ଜୋର ଜୁଲମରେ ନୁହେଁ, ସମସ୍ତଙ୍କ ପରିଶ୍ରମର ମୂଲ୍ୟ ଦେବାକୁ ଗଜପତି କେବେ ବି ଆନମନା ହୋଇନାହାନ୍ତି। ମୂଲ୍ୟ ଦେଲେ ଯେ କଥା ସରିଗଲା ତାହା ନୁହେଁ, କାର୍ଯ୍ୟ ଦେଖି, ତ୍ୟାଗ ଓ ନିଷ୍ଠାକୁ ଆକଳନ କରି ଗଜପତି ସମ୍ମାନ ବୃଦ୍ଧି ପାଇଁ ଉପାଧି ବି ଦେଉଥିଲେ। ନ ହେଲେ କିଲ୍ଲା ବୈୟାଳିଶି ବାଟିର ଦଳବେହେରାଙ୍କୁ ‘ଭ୍ରମରବର’ ଉପାଧି ଦେଇଥାନ୍ତେ କାହିଁକି!
କେବଳ ସେତିକି ନୁହେଁ, ବୈୟାଳିଶି ବାଟିର ଦଳବେହେରାଙ୍କ ସହଯୋଗର ସମ୍ମାନ ସ୍ବରୂପ ବାରଟି ଗାଁର ରାଜସ୍ବ ବାତିଲ କରାଯାଇଥିଲା। ବୃତ୍ତିଗତ ଖଜଣା ବି ଛାଡ଼ କରାଯାଇଥିଲା। ଇୟେ କ’ଣ ଗଜପତିଙ୍କର ଅତ୍ୟାଚାରର ଉଦାହରଣ ନା ଗଡ଼ମୁଖିଆଙ୍କ ଯୋଗୁ ସାଧାରଣ ଗ୍ରାମବାସୀଙ୍କ ପ୍ରତି ଉଦାର ମନୋଭାବର ଉଦାହରଣ! ବାହାରିଆ ତ ବୁଝିଲେନି, ଆମେ ବି ସେଇ ରାସ୍ତାରେ ଗଲୁ! ଗପ, କବିତା, ଉପନ୍ୟାସ ଓ ନାଟକରେ ରୋମାଞ୍ଚ ସୃଷ୍ଟି କରିବା ପାଇଁ ନିଜ ଐତିହ୍ୟକୁ ଛୋଟ କରିଦେଲୁ! ସ୍ମରଣୀୟ ଗଜପତିଙ୍କୁ ଅତ୍ୟାଚାରୀ ନାୟକ ଭାବରେ ଉପସ୍ଥାପନ କଲୁ?
କ’ଣ ମିଳିଲା ଆମକୁ! ଗୌରବମୟ ଐତିହ୍ୟକୁ ବିଭ୍ରାନ୍ତ କରି ବାସ୍ତବ ସ୍ଥିତିକୁ, ବାସ୍ତବ ଘଟଣାକୁ ଅଘଟଣ ଭାବରେ ସଜେଇ! ପାଠକ ମନରେ ଦର୍ଶକ ମନରେ! କିନ୍ତୁ… ଭିଆଇଦେଲୁ! ଐତିହାସିକ ଗଡ଼ମାନଙ୍କର ଅବଦାନ, ସାଧାରଣ ଗ୍ରାମବାସୀଙ୍କର ସ୍ବତଃ ସହଯୋଗକୁ ଠିକ୍‌ ଭାବରେ ଚିତ୍ରଣ କରି ନ ପାରି ହୀନମନ୍ୟତା ସୃଷ୍ଟି କଲୁ। ଜାତିର ସ୍ବାଭିମାନକୁ ନିଜ ଲୋକଙ୍କୁ ଜଣାଇପାରିଲୁ ନାହିଁ କି ଦେଶକୁ ଜଣାଇପାରିଲୁ ନାହିଁ। ଐତିହ୍ୟର ଏକ ବିକଳ ଚିତ୍ର ଖିଆଲରେ ହେଉ, ଅଜାଣତରେ ହେଉ ସଭିଙ୍କ ପାଇଁ ଆଙ୍କିଦେଲୁ!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri