ନନ୍ଦପୁର:୧୩ ଉଚ୍ଚ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍‌ ସଂଯୋଗ

ନନ୍ଦପୁର,୧୩ା୩ (ଡି.ଏନ.ଏ.):ରାଜ୍ୟ ସରକାର ଶିକ୍ଷାର ବିକାଶ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏ ଦିଗରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ବିଦ୍ୟାଳୟଗୁଡିକର ଆଧୁନିକୀକରଣ କରି ଶ୍ରେଣୀଗୃହ, ବିଜ୍ଞାନାଗାର ପ୍ରତିଷ୍ଠା କରି ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନ କ୍ଷେତ୍ରରେ ଉତ୍ସାହିତ କରୁଛନ୍ତି। ଗୁଣବତ୍ତା ଶିକ୍ଷା ଲାଗି ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ କିଣି ବିଦ୍ୟାଳୟ ଗୁଡିକୁ ଯୋଗାଇ ଦେଉଛନ୍ତି। ଅଥଚ ଏହି ବୈଦ୍ୟୁତିକ ସାମଗ୍ରୀଗୁଡ଼ିକର ବ୍ୟବହାର ପାଇଁ ଥିବା ମୁଖ୍ୟ ଆବଶ୍ୟକତା ବିଦ୍ୟୁତ୍‌ ସଂଯୋଗ କରିବାକୁ ସରକାର ଭୁଲି ଯାଇଛନ୍ତି। କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଥିବା ୨୧ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୧୩ଟି ବିଦ୍ୟାଳୟକୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ।
ଖବରରୁ ଜଣାପଡିଛି, ନନ୍ଦପୁର ବ୍ଲକର ୨୩ ପଞ୍ଚାୟତରେ ପ୍ରାଥମିକ ଶିକ୍ଷାଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ନିମନ୍ତେ ୧୯୫ଟି ବିଦ୍ୟାଳୟ ରହିଛି। ୧୮ଟି ବିଦ୍ୟାଳୟ ମଙ୍ଗଳ ବିଭାଗ ଅଧୀନରେ ଓ ବଳକା ବିଦ୍ୟାଳୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ରହିଛି। ଦୁଇ ବିଭାଗ ଅଧୀନରେ ମୋଟ ୨୧ଟି ଉଚ୍ଚ ବିଦ୍ୟାଳୟ, ୨୪ ଉଚ୍ଚ ପ୍ରାଥମିକ ଓ ୧୫୦ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଗୁଡିକରେ ୧୪ ହଜାରରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବର୍ତ୍ତମାନ ସରକାରଙ୍କ ୫-ଟି ଅଧୀନ ମୋ ସ୍କୁଲ ଯୋଜନାରେ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରି ବିଦ୍ୟାଳୟଗୁଡ଼ିକର ଆଧୁନିକୀକରଣ କରାଯାଉଛି। ମାତ୍ର ସେଥିରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୧୩ଟି ବିଦ୍ୟାଳୟ ହିକିମପୁଟ, ଅତଣ୍ଡା, ଖମରା, ଗୋଲୁର, ପରଜା ବଡପଡ଼ା, ବାଲଡ଼ା, କସନ୍ଦି, ରାଇସିଂ (ପେଟାଲ), ବିଜୁ ପଟ୍ଟନାୟକ ହାଇସ୍କୁଲ କୁଲାରସିଂ, କୁରୁମାପୁଟ, ରୁଜୁବା, ସେମେଳା, ହାତୀବାରି ବିଦ୍ୟାଳୟକୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ କରାଯାଇ ନ ଥିବା ଜଣାପଡିଛି। ବିଦ୍ୟୁତ୍‌ ସଂଯୋଗ ନ ଥାଇ ବିଦ୍ୟାଳୟଗୁଡ଼ିକ ନିମନ୍ତେ କିଣାଯାଇଥିବା ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସରଞ୍ଜାମ କିଛି କାମରେ ନ ଲାଗି ପଡିରହି ନଷ୍ଟ ହେଉଛି। ଫଳରେ ଛାତ୍ରୀଛାତ୍ରମାନେ ଗୁଣବତ୍ତା ଶିକ୍ଷା ପାଇବାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ସୁଜିତ ମିଶ୍ର, ଡିପିଇପି ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ବ୍ଲକ ଶିକ୍ଷାଧିକାରୀ ଦଇତାରୀ ଦାସଙ୍କୁ ପଚାରିବାରୁ ସେମାନେ କହିଲେ, ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ବିଦ୍ୟୁତ ସଂଯୋଗ ସହ ଅନ୍ୟ ସମସ୍ୟାଗୁଡ଼ିକ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଏନେଇ ଅର୍ଥ ବ୍ୟୟ ବରାଦ ହେଲେ ସମସ୍ୟାର ସମାଧାନ ହୋଇପାରିବ ବେଲି ସେମାନେ କହିଛନ୍ତି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri