ନନ୍ଦପୁର:୧୩ ଉଚ୍ଚ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍‌ ସଂଯୋଗ

ନନ୍ଦପୁର,୧୩ା୩ (ଡି.ଏନ.ଏ.):ରାଜ୍ୟ ସରକାର ଶିକ୍ଷାର ବିକାଶ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏ ଦିଗରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ବିଦ୍ୟାଳୟଗୁଡିକର ଆଧୁନିକୀକରଣ କରି ଶ୍ରେଣୀଗୃହ, ବିଜ୍ଞାନାଗାର ପ୍ରତିଷ୍ଠା କରି ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନ କ୍ଷେତ୍ରରେ ଉତ୍ସାହିତ କରୁଛନ୍ତି। ଗୁଣବତ୍ତା ଶିକ୍ଷା ଲାଗି ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ କିଣି ବିଦ୍ୟାଳୟ ଗୁଡିକୁ ଯୋଗାଇ ଦେଉଛନ୍ତି। ଅଥଚ ଏହି ବୈଦ୍ୟୁତିକ ସାମଗ୍ରୀଗୁଡ଼ିକର ବ୍ୟବହାର ପାଇଁ ଥିବା ମୁଖ୍ୟ ଆବଶ୍ୟକତା ବିଦ୍ୟୁତ୍‌ ସଂଯୋଗ କରିବାକୁ ସରକାର ଭୁଲି ଯାଇଛନ୍ତି। କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଥିବା ୨୧ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୧୩ଟି ବିଦ୍ୟାଳୟକୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ।
ଖବରରୁ ଜଣାପଡିଛି, ନନ୍ଦପୁର ବ୍ଲକର ୨୩ ପଞ୍ଚାୟତରେ ପ୍ରାଥମିକ ଶିକ୍ଷାଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଅଧ୍ୟୟନ ନିମନ୍ତେ ୧୯୫ଟି ବିଦ୍ୟାଳୟ ରହିଛି। ୧୮ଟି ବିଦ୍ୟାଳୟ ମଙ୍ଗଳ ବିଭାଗ ଅଧୀନରେ ଓ ବଳକା ବିଦ୍ୟାଳୟ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ରହିଛି। ଦୁଇ ବିଭାଗ ଅଧୀନରେ ମୋଟ ୨୧ଟି ଉଚ୍ଚ ବିଦ୍ୟାଳୟ, ୨୪ ଉଚ୍ଚ ପ୍ରାଥମିକ ଓ ୧୫୦ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟଗୁଡିକରେ ୧୪ ହଜାରରୁ ଊଦ୍ଧର୍‌ବ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବର୍ତ୍ତମାନ ସରକାରଙ୍କ ୫-ଟି ଅଧୀନ ମୋ ସ୍କୁଲ ଯୋଜନାରେ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରି ବିଦ୍ୟାଳୟଗୁଡ଼ିକର ଆଧୁନିକୀକରଣ କରାଯାଉଛି। ମାତ୍ର ସେଥିରୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ୧୩ଟି ବିଦ୍ୟାଳୟ ହିକିମପୁଟ, ଅତଣ୍ଡା, ଖମରା, ଗୋଲୁର, ପରଜା ବଡପଡ଼ା, ବାଲଡ଼ା, କସନ୍ଦି, ରାଇସିଂ (ପେଟାଲ), ବିଜୁ ପଟ୍ଟନାୟକ ହାଇସ୍କୁଲ କୁଲାରସିଂ, କୁରୁମାପୁଟ, ରୁଜୁବା, ସେମେଳା, ହାତୀବାରି ବିଦ୍ୟାଳୟକୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ କରାଯାଇ ନ ଥିବା ଜଣାପଡିଛି। ବିଦ୍ୟୁତ୍‌ ସଂଯୋଗ ନ ଥାଇ ବିଦ୍ୟାଳୟଗୁଡ଼ିକ ନିମନ୍ତେ କିଣାଯାଇଥିବା ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସରଞ୍ଜାମ କିଛି କାମରେ ନ ଲାଗି ପଡିରହି ନଷ୍ଟ ହେଉଛି। ଫଳରେ ଛାତ୍ରୀଛାତ୍ରମାନେ ଗୁଣବତ୍ତା ଶିକ୍ଷା ପାଇବାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନନ୍ଦପୁର ବିଡିଓ ସୁଜିତ ମିଶ୍ର, ଡିପିଇପି ଯନ୍ତ୍ରୀ ଉମାକାନ୍ତ ମହାନ୍ତି, ବ୍ଲକ ଶିକ୍ଷାଧିକାରୀ ଦଇତାରୀ ଦାସଙ୍କୁ ପଚାରିବାରୁ ସେମାନେ କହିଲେ, ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ବିଦ୍ୟୁତ ସଂଯୋଗ ସହ ଅନ୍ୟ ସମସ୍ୟାଗୁଡ଼ିକ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗକୁ ଅବଗତ କରାଯାଇଛି। ଏନେଇ ଅର୍ଥ ବ୍ୟୟ ବରାଦ ହେଲେ ସମସ୍ୟାର ସମାଧାନ ହୋଇପାରିବ ବେଲି ସେମାନେ କହିଛନ୍ତି। ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?