ପ୍ରେରଣା ସାଜିଛନ୍ତି ନନ୍ଦିନୀ

କେନ୍ଦୁଝର,୨୪ା୧୧(ଡି.ଏନ.ଏ.)-ବର୍ତ୍ତମାନ ଯୁଗରେ ପୁରୁଷମାନଙ୍କ ସହିତ ମହିଳାମାନେ ସବୁକ୍ଷେତ୍ରରେ ସମକକ୍ଷ ହେଲେଣି। ସାଧାରଣତଃ ମେଶିନ ଅପରେଟିଂ କିମ୍ବା କୌଣସି କଷ୍ଟସାଧ୍ୟ ଶ୍ରମଦାନ କ୍ଷେତ୍ରରେ ମହିଳାମାନେ ସାମାନ୍ୟ ପଛଘୁଞ୍ଚା ଦେଇଥାନ୍ତି। କିନ୍ତୁ ଜଣେ ଝିଅ ଗାଁରେ ଧାନ କଳ ବସାଇ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ସେ ହେଲେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଉପରରାଇଗଡ଼ା ପଞ୍ଚାୟତର ଆମୁଣି ଗଁାର ଆଦିବାସୀ ଝିଅ ନନ୍ଦିନୀ ଦେହୁରୀ। ଧାନ କଳ ଦେଇଛି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ। ସେ ଏହି କଳ କରି ଗାଁ ଲୋକଙ୍କ ମୁହଁରେ ଖୁସି ଦେଇପାରିଛନ୍ତି।
ଇନ୍ଦ୍ରମଣୀ ଦେହୁରୀଙ୍କ ସାନଝିଅ ନନ୍ଦିନୀ ନିଜ ଗଁାରେ ଏକ ଡିଜେଲ ଚାଳିତ ଧାନ କଳ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। ଆମୁଣି ଗ୍ରାମର ଅଧିବାସୀମାନେ ନିଜ ଗ୍ରାମଠାରୁ ୨/୩ କି.ମି. ଅନ୍ୟ ଗ୍ରାମରେ ଥିବା ଧାନ କଳକୁ ଚାଲି ଚାଲି ଯାଇ ଧାନ ପେଶାଇ ଆଣୁଥିଲେ। ଏଥିପାଇଁ ନନ୍ଦିନୀ ନିଜ ଗ୍ରାମରେ ଏକ ଧାନ କଳ ବସାଇବାକୁ ଚିନ୍ତା କରି ବ୍ୟବସାୟ ଆରମ୍ଭ କରିଥିଲେ। ସେ ମଧ୍ୟ ପୂର୍ବରୁ ନିଜ ଘରର ଧାନ କୁଟିବା ପାଇଁ ଅନ୍ୟ ଗାଁକୁ ଯାଉଥିଲେ। ତା’ପରେ ସେ ନିଜେ କିଛି କରିବେ ବୋଲି ଭାବିଥିଲେ। ପ୍ରାୟ ତିନି ବର୍ଷ ପୂର୍ବେ ବ୍ୟାଙ୍କରୁ ୧ଲକ୍ଷ ୬୦ହଜାର ଟଙ୍କା ଋଣ ଆଣି ନିଜ ଗ୍ରାମରେ ଏକ ଡିଜେଲଚାଳିତ ଧାନ କଳ ବସାଇ ନିଜର ପେଟ ପୋଷିବା ସହ ପରିବାରକୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଇତିମଧ୍ୟରେ ବ୍ୟାଙ୍କ ଋଣ ମଧ୍ୟ ଶୁଝିଯିବାକୁ ବସିଲାଣି। ଏହାବ୍ୟତୀତ ଏକ ଦୋକାନ ମଧ୍ୟ ସେ କରିଛନ୍ତି। ଏଇଥିରେ ତାଙ୍କ ଘରର ତେଲ ଲୁଣ ସଂସାର ଚଳିଯାଉଛି। କିଛି ମାସ ପୂର୍ବେ ସେ ନିଜ ପାଇଁ ଏକ ମୋଟର ସାଇକେଲ କିଣିଛନ୍ତି। ଯାହାକି ତାଙ୍କୁ ବ୍ୟବସାୟରେ ଜିନିଷ ନେବା ଆଣିବାରେ ବହୁତ ସାହାଯ୍ୟ କରୁଛି। ଆମୁଣି ଗ୍ରାମର ଅଧିକାଂଶ ଝିଅ ମୂଲ ମଜୁରୀ କାମ କରୁଥିବାବେଳେ ନନ୍ଦିନୀ ଧାନ କଳ କରି ମାସକୁ ୧୫,୦୦୦ ଟଙ୍କା ପାଖାପାଖି ରୋଜଗାର କରନ୍ତି। ଧାନ କଳ ବସାଇବା ଉପରେ ନନ୍ଦିନୀ କୁହନ୍ତି, ଧାନ କଳ ପୁରୁଷଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଗଁା ଲୋକଙ୍କ ଧାନ ପେଶାଇବାର ଅସୁବିଧାକୁ ହୃଦୟଙ୍ଗମ କରି ଏହା ଆରମ୍ଭ କରିଛି। ପ୍ରଥମେ ପ୍ରଥମେ ବ୍ୟବସାୟରେ ଅଳ୍ପ ଅସୁବିଧାର ସମ୍ମୁଖୀନ ହେଉଥିଲେ ବି ଏବେ ସବୁ ଠିକ୍‌ଠାକ୍‌ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri