ନୂଆ ବ୍ୟାଙ୍କିଙ୍ଗ୍‌ ପ୍ରସ୍ତାବକୁ ସମାଲୋଚନା

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ବଡ଼ କର୍ପୋରେଟ ହାଉସଗୁଡ଼ିକୁ ସୁଯୋଗ ଦେବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଆଭ୍ୟନ୍ତରୀଣ କାର୍ଯ୍ୟକାରୀ ଗ୍ରୁପ୍‌(ଆଇଜିଆଇ) ନିକଟରେ ପ୍ରସ୍ତାବ ଦେଇଛି। ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏବଂ ପୂର୍ବତନ ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ଏହି ପ୍ରସ୍ତାବକୁ ସୋମବାର ସମାଲୋଚନା କରିଛନ୍ତି। ବ୍ୟାଙ୍କିଙ୍ଗ୍‌ରେ କର୍ପୋରେଟଗୁଡ଼ିକର ଦେବାଳିଆ ଘଟଣାକୁ ଏଡାଇଦେଇ ହେବନାହିଁ। ଏଣୁ ଏଭଳି ପ୍ରସ୍ତାବ ଦେବା ଆଗରୁ ଅନେକ କିଛି ବିଚାର କରିବାର ଥିଲା ବୋଲି ରାଜନ ଏବଂ ବିରଳ ପ୍ରଶ୍ନ ଉଠାଇଛନ୍ତି। ବଡ କର୍ପୋରେଟ ହାଉସଗୁଡିକୁ ବ୍ୟାଙ୍କ ଲାଇସେନ୍ସ ପ୍ରଦାନ କଲେ କର୍ପୋରେଟଗୁଡିକ ଅଧିକ ଆର୍ଥତ୍କ କ୍ଷମତା ଲାଭ କରିବେ। ଯେବେ କର୍ପୋରେଟ ଫାଇନାନ୍ସ ଆବଶ୍ୟକ କରିବ ଅନାୟାସରେ ବ୍ୟାଙ୍କରୁ ଅର୍ଥ ଲାଭ କରିପାରିବ। ବ୍ୟାଙ୍କ ସେମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବାରୁ ଏପରି କାମ କରିବାକୁ କର୍ପୋରେଟ ହାଉସ ପଛାଇବେ ନାହିଁ ବୋଲି ଏକ ଆଲେଖ୍ୟରେ ଉଭୟେ ଯୁକ୍ତି କରିଛନ୍ତି।
ଆଲେଖ୍ୟରେ ଏହି ୨ ବିଶେଷଜ୍ଞ ପୁଣି କହିଛନ୍ତି, ବର୍ତ୍ତମାନ ଭାରତରେ ବ୍ୟାଙ୍କିଙ୍ଗ୍‌ର ସ୍ବରୂପ ଭିନ୍ନ ରହିଛି। ଅତି କ୍ୱଚିତ ଦେଶରେ ବ୍ୟାଙ୍କ ବୁଡ଼ିବାର ନଜିର ସାମ୍ନାକୁ ଆସିଥାଏ। ବ୍ୟାଙ୍କିଙ୍ଗ୍‌ ଶିଳ୍ପ ଉପରେ ଲୋକଙ୍କର ଭରସା ରହିଥିବାରୁ ବ୍ୟାଙ୍କଗୁଡିକରେ ବୃହତ୍‌ ଅର୍ଥ ଜମା କରିବାକୁ ଲୋକ ଆଗେଇ ଆସିଥାନ୍ତି। ଯଦି ଶିଳ୍ପସଂସ୍ଥାଗୁଡିକ ନିକଟରେ ବ୍ୟାଙ୍କ ମାଲିକାନା ରହିବ ତେବେ ସ୍ଥିତି ଭିନ୍ନ ହେବ। ଋଣ ପ୍ରଦାନ ଧାରା ମଧ୍ୟ ଖରାପ ହେବ ବୋଲି ରାଜନ ଆଶଙ୍କା କରିଛନ୍ତି। ଏଭଳି ନୀତି ଲାଗୁ କରାଇଲେ ଏହା ସଙ୍କଟ ସୃଷ୍ଟି କରିବ ବୋଲି ସେ ଚେତାଇ ଦେଇଛନ୍ତି। ଯଦି ଋଣ ଗ୍ରହଣକାରୀ ବ୍ୟାଙ୍କର ମାଲିକ ହୋଇଥାନ୍ତି ତେବେ ସେ କିଭଳି ଭାବେ ଉନ୍ନତ ଋଣ ଯୋଗାଣ ଧାରା ତିଆରି କରିପାରିବେ। ସ୍ବାଧୀନ ନିୟାମକ ବ୍ୟବସ୍ଥା ରହିବା ସତ୍ତ୍ୱେ ବର୍ତ୍ତମାନ ଖରାପ ଋଣ ପ୍ରଦାନକୁ ରୋକାଯାଇ ପାରୁନାହିଁ। ଋଣ ପରଫରମାନ୍ସ ସମ୍ପର୍କିତ ସୂଚନା କ୍ୱଚିତ ଠିକ୍‌ ଭାବେ ପ୍ରଦାନ କରାଯାଇଥାଏ।
ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ୟେସ୍‌ ବ୍ୟାଙ୍କ ଏହାର ଖରାପ ଋଣ ସମ୍ପର୍କରେ ଅବଗତ କରାଥିବା ରାଜନ କହିଛନ୍ତି। ନିୟାମକଙ୍କ ଉପରେ ରାଜନୈତିକ ଚାପ ରହିବାର ମଧ୍ୟ ନଜିର ରହୁଛି। ଏଭଳି ହେଲେ କର୍ପୋରେଟ ହାଉସଗୁଡିକ ରାଜନୈତିକ ଏବଂ ଅର୍ଥନୈତିକ କ୍ଷମତା ହାସଲ କରିବା ସହଜ ହୋଇଯିବ। ଏଣୁ ସେମାନଙ୍କୁ ଲାଇସେନ୍ସ କାହିଁକି ପ୍ରଦାନ କରାଯିବ ବୋଲି ରାଜନ ମତ ଦେଇଛନ୍ତି। ନୂଆ ପ୍ରସ୍ତାବ ଉପରେ ଯଦି କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ ତେବେ ଏହାର ଲାଭ ରାଜନୈତିକ ଶକ୍ତି ସହ ସମ୍ପର୍କରେ ରହୁଥିବା ବିଜନେସ୍‌ ହାଉସ ପାଇବେ। ଟଙ୍କା ଦ୍ୱାରା ରାଜନୈତିକ ବାତାବରଣ ନିୟନ୍ତ୍ରଣ କରିବା ଏବଂ ଅର୍ଥନୈତିକ ଶକ୍ତି ହାସଲ ଦ୍ୱାରା କର୍ପୋରେଟଗୁଡିକ ଏକଚ୍ଛତ୍ରବାଦୀ ପୁଞ୍ଜିବାଦ ବ୍ୟବସ୍ଥା ଆଡ଼କୁ ମୁହଁାଇବେ। ଋଣକୁ ନିଜ କ୍ଷେତ୍ରରେ ବ୍ୟବହାର କରିବା ଲାଗି ବ୍ୟାଙ୍କ ଲାଇସେନ୍ସର ଅପବ୍ୟବହାର ହେବ। ବଡ କର୍ପୋରେଟ ହାଉସ ବଡ ବ୍ୟାଙ୍କ ଗଠନ କରିବେ। ଏହା ବିଫଳ ହେଲେ ରାଜକୋଷ ଉପରେ ଏହାର ଚାପ ବଢିବ।
ଏଭଳି ସ୍ଥିତିରେ ରାଜନ କୁହନ୍ତି, ବ୍ୟାଙ୍କିଙ୍ଗ୍‌ ନିୟମରେ ପରିବର୍ତ୍ତନ କରିବାର ଏତେ ତରବରିଆ ପ୍ରସ୍ତାବ କାହିଁକି ଦିଆଯାଉଛି। ପେମେଣ୍ଟ ବ୍ୟାଙ୍କ ଗଠନ ଲାଗି ଆର୍‌ବିଆଇ କର୍ପୋରେଟ ହାଉସଗୁଡିକୁ ଅନୁମତି ପ୍ରଦାନ କରିଛି। ଅନ୍ୟ ବ୍ୟାଙ୍କ ସହ ଯୋଡ଼ିହୋଇ ସେମାନେ ଖୁଚୁରା ଋଣ ବଣ୍ଟନ କରିପାରିବେ। ଏଣୁ କର୍ପୋରେଟଗୁଡିକୁ କାହିଁକି ପୂର୍ଣ୍ଣ ବ୍ୟାଙ୍କ ଲାଇସେନ୍ସ ପ୍ରଦାନ କରାଯିବ। ଆଇଏଲ୍‌ଏଫ୍‌ଏସ୍‌ ଏବଂ ୟେସ୍‌ ବ୍ୟାଙ୍କର ବିଫଳତାରୁ ଆମେ କିଛି ଶିଖି ପାରିଲେ ନାହିଁ ବୋଲି ରାଜନ କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଅଧିକ ଦକ୍ଷ ଏବଂ ପ୍ରଫେଶନାଲ କରିବା ପରିବର୍ତ୍ତେ କର୍ପୋରେଟ ହାଉସଗୁଡିକ ହାତକୁ ଟେକିଦେବା କେତେ ଯୁକ୍ତିଯୁକ୍ତ ବୋଲି ରାଜନ କହିଛନ୍ତି। ଆଇଜିଆଇ ଏଭଳି କିଭଳି ଏକ ପ୍ରସ୍ତାବ ଦେଇପାରିଲା । ବ୍ୟାଙ୍କର ଅନାଦାୟ ଋଣକୁ କେବଳ ନିୟମ ଦ୍ୱାରା ଅଟକାଇ ହେବ ନାହିଁ। ଏଭଳି ବିଭିନ୍ନ ଦିଗ ଉପରେ ପୁଣି ଥରେ ବିଚାର କରାଯିବାର ଆବଶ୍ୟକତା ରହିଛି ବୋଲି ରାଜନ ଏବଂ ଆଚାର୍ଯ୍ୟ ମତ ରଖିଛନ୍ତି। ବଡ କର୍ପୋରେଟଗୁଡିକୁ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସୁଯୋଗ ପ୍ରଦାନ ପ୍ରସଙ୍ଗକୁ ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଅଶୋକ ସିନ୍ଧୁଜା ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଚର ଫୋନ୍‌ରେ ଡିଜିଟାଲ ପେମେଣ୍ଟ

ମୁମ୍ବାଇ,୯ା୩: ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ପ୍ରଚଳନର ପ୍ରାୟ ୬ ବର୍ଷ ପରେ ଏବେ ସାଧାରଣ ଫିଚର ଫୋନ୍‌ରେ ମଧ୍ୟ ଡିଜିଟାଲ ପେମେଣ୍ଟ ଅର୍ଥାତ୍‌ ଟଙ୍କା...

ସରକାରୀ ପ୍ରୋତ୍ସାହନ ନ ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ,୭-୧୨: ଟେଲିକମ୍‌ କମ୍ପାନୀଗୁଡିକ ଏବେ ପ୍ରଭାବିତ ସ୍ଥିତିରେ ରହିଛନ୍ତି। କମ୍ପାନୀଗୁଡିକ ଉପରେ ଏବେ ବୃହତ୍‌ ଋଣ ବୋଝ ରହିଥିବାରୁ କାର୍ଯ୍ୟ ପରିଚାଳନା କରିବା କଷ୍ଟକର ହୋଇପଡିଛି।...

ଏମ୍‌ଏସ୍‌ପି ଜାରି ରହିବ: ସୀତାରାମନ

ଚେନ୍ନାଇ: କୃଷକଙ୍କ ଉତ୍ପାଦିତ ବିଭିନ୍ନ ଖାଦ୍ୟଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଜାରି ରହିବ। ଏହା ବର୍ତ୍ତମାନ ପ୍ରଦାନ କରାଯାଉଥିବା ବେଳେ ଆଗକୁ ମଧ୍ୟ ପ୍ରଦାନ...

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୧୨ା୧୧: କ୍ରମାଗତ ୨ଦିନର ହ୍ରାସ ପରେ ଶୁକ୍ରବାର ଷ୍ଟକ୍‌ ବଜାରରେ ବଡ଼ ଧରଣର ବୃଦ୍ଧି ଘଟିଛି। ଫଳରେ ନିବେଶକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି...

ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆ ସିଇଓଙ୍କ ପରଲୋକ

ନୂଆଦିଲ୍ଲୀ,୨୧।୪: ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ସଭାପତି ତଥା ସିଇଓ ରୁଦ୍ରତେଜ ସିଂଙ୍କର ସୋମବାର ପରଲୋକ ଘଟିଛି। ତାଙ୍କୁ ୪୬ ବର୍ଷ ହୋଇଥିଲା। ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ...

ନିବେଶକଙ୍କୁ ୩୧ ଲକ୍ଷ କୋଟି ଲାଭ

ମୁମ୍ବାଇ, ୨।୮:  ଚଳିତ ଆର୍ଥତ୍କବର୍ଷରେ ଭାରତୀୟ ପୁଞ୍ଜି ବଜାରର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ମାତ୍ର ୪ ମାସରେ ନିବେଶକ ୩୧ ଲକ୍ଷ କୋଟି ଟଙ୍କାର...

ମାର୍ଚ୍ଚ ସୁଦ୍ଧା ସବୁ ରେଳ ଇଞ୍ଜିନରେ ଲାଗିବ ଜିପିଏସ୍‌

ଭୁବନେଶ୍ୱର,୧୫-୭(ବ୍ୟୁରୋ): ରେଳ ମନ୍ତ୍ରଣାଳୟ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସହ ମିଳିତ ହୋଇ ନୂଆ ପ୍ରକଳ୍ପ ରିୟଲ ଟାଇମ୍‌ ଟ୍ରେନ ଇନ୍‌ଫରମେଶନ ସିଷ୍ଟମ (ଆର୍‌ଟିଆଇଏସ୍‌)...

ବୀମା ପେନେଟ୍ରେଶନ ଜିଡିପିର ୦.୯%: ଏସ୍‌ବିଆଇ ଜେନେରାଲ ଏମ୍‌ଡି

ଭୁବନେଶ୍ୱର,୧।୬- ଅଭିବୃଦ୍ଧିଶୀଳ ବଜାରଗୁଡିକୁ ବିଚାରକୁ ନେଲେ ଜଣାଯିବ ଯେ, ଦେଶରେ ବୀମା ଗ୍ରହଣ କ୍ଷେତ୍ରରେ ଭାରତର ସ୍ଥିତି ଏତେଟା ଆଖି ଦୃଶିଆ ନୁହେଁ। ବର୍ତ୍ତମାନ ଘରୋଇ...

Advertisement
Archives

Model This Week