ନୂଆ ବ୍ୟାଙ୍କିଙ୍ଗ୍‌ ପ୍ରସ୍ତାବକୁ ସମାଲୋଚନା

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ବଡ଼ କର୍ପୋରେଟ ହାଉସଗୁଡ଼ିକୁ ସୁଯୋଗ ଦେବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଆଭ୍ୟନ୍ତରୀଣ କାର୍ଯ୍ୟକାରୀ ଗ୍ରୁପ୍‌(ଆଇଜିଆଇ) ନିକଟରେ ପ୍ରସ୍ତାବ ଦେଇଛି। ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏବଂ ପୂର୍ବତନ ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ଏହି ପ୍ରସ୍ତାବକୁ ସୋମବାର ସମାଲୋଚନା କରିଛନ୍ତି। ବ୍ୟାଙ୍କିଙ୍ଗ୍‌ରେ କର୍ପୋରେଟଗୁଡ଼ିକର ଦେବାଳିଆ ଘଟଣାକୁ ଏଡାଇଦେଇ ହେବନାହିଁ। ଏଣୁ ଏଭଳି ପ୍ରସ୍ତାବ ଦେବା ଆଗରୁ ଅନେକ କିଛି ବିଚାର କରିବାର ଥିଲା ବୋଲି ରାଜନ ଏବଂ ବିରଳ ପ୍ରଶ୍ନ ଉଠାଇଛନ୍ତି। ବଡ କର୍ପୋରେଟ ହାଉସଗୁଡିକୁ ବ୍ୟାଙ୍କ ଲାଇସେନ୍ସ ପ୍ରଦାନ କଲେ କର୍ପୋରେଟଗୁଡିକ ଅଧିକ ଆର୍ଥତ୍କ କ୍ଷମତା ଲାଭ କରିବେ। ଯେବେ କର୍ପୋରେଟ ଫାଇନାନ୍ସ ଆବଶ୍ୟକ କରିବ ଅନାୟାସରେ ବ୍ୟାଙ୍କରୁ ଅର୍ଥ ଲାଭ କରିପାରିବ। ବ୍ୟାଙ୍କ ସେମାନଙ୍କ ଦ୍ୱାରା ସ୍ଥାପନ କରାଯାଇଥିବାରୁ ଏପରି କାମ କରିବାକୁ କର୍ପୋରେଟ ହାଉସ ପଛାଇବେ ନାହିଁ ବୋଲି ଏକ ଆଲେଖ୍ୟରେ ଉଭୟେ ଯୁକ୍ତି କରିଛନ୍ତି।
ଆଲେଖ୍ୟରେ ଏହି ୨ ବିଶେଷଜ୍ଞ ପୁଣି କହିଛନ୍ତି, ବର୍ତ୍ତମାନ ଭାରତରେ ବ୍ୟାଙ୍କିଙ୍ଗ୍‌ର ସ୍ବରୂପ ଭିନ୍ନ ରହିଛି। ଅତି କ୍ୱଚିତ ଦେଶରେ ବ୍ୟାଙ୍କ ବୁଡ଼ିବାର ନଜିର ସାମ୍ନାକୁ ଆସିଥାଏ। ବ୍ୟାଙ୍କିଙ୍ଗ୍‌ ଶିଳ୍ପ ଉପରେ ଲୋକଙ୍କର ଭରସା ରହିଥିବାରୁ ବ୍ୟାଙ୍କଗୁଡିକରେ ବୃହତ୍‌ ଅର୍ଥ ଜମା କରିବାକୁ ଲୋକ ଆଗେଇ ଆସିଥାନ୍ତି। ଯଦି ଶିଳ୍ପସଂସ୍ଥାଗୁଡିକ ନିକଟରେ ବ୍ୟାଙ୍କ ମାଲିକାନା ରହିବ ତେବେ ସ୍ଥିତି ଭିନ୍ନ ହେବ। ଋଣ ପ୍ରଦାନ ଧାରା ମଧ୍ୟ ଖରାପ ହେବ ବୋଲି ରାଜନ ଆଶଙ୍କା କରିଛନ୍ତି। ଏଭଳି ନୀତି ଲାଗୁ କରାଇଲେ ଏହା ସଙ୍କଟ ସୃଷ୍ଟି କରିବ ବୋଲି ସେ ଚେତାଇ ଦେଇଛନ୍ତି। ଯଦି ଋଣ ଗ୍ରହଣକାରୀ ବ୍ୟାଙ୍କର ମାଲିକ ହୋଇଥାନ୍ତି ତେବେ ସେ କିଭଳି ଭାବେ ଉନ୍ନତ ଋଣ ଯୋଗାଣ ଧାରା ତିଆରି କରିପାରିବେ। ସ୍ବାଧୀନ ନିୟାମକ ବ୍ୟବସ୍ଥା ରହିବା ସତ୍ତ୍ୱେ ବର୍ତ୍ତମାନ ଖରାପ ଋଣ ପ୍ରଦାନକୁ ରୋକାଯାଇ ପାରୁନାହିଁ। ଋଣ ପରଫରମାନ୍ସ ସମ୍ପର୍କିତ ସୂଚନା କ୍ୱଚିତ ଠିକ୍‌ ଭାବେ ପ୍ରଦାନ କରାଯାଇଥାଏ।
ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ୟେସ୍‌ ବ୍ୟାଙ୍କ ଏହାର ଖରାପ ଋଣ ସମ୍ପର୍କରେ ଅବଗତ କରାଥିବା ରାଜନ କହିଛନ୍ତି। ନିୟାମକଙ୍କ ଉପରେ ରାଜନୈତିକ ଚାପ ରହିବାର ମଧ୍ୟ ନଜିର ରହୁଛି। ଏଭଳି ହେଲେ କର୍ପୋରେଟ ହାଉସଗୁଡିକ ରାଜନୈତିକ ଏବଂ ଅର୍ଥନୈତିକ କ୍ଷମତା ହାସଲ କରିବା ସହଜ ହୋଇଯିବ। ଏଣୁ ସେମାନଙ୍କୁ ଲାଇସେନ୍ସ କାହିଁକି ପ୍ରଦାନ କରାଯିବ ବୋଲି ରାଜନ ମତ ଦେଇଛନ୍ତି। ନୂଆ ପ୍ରସ୍ତାବ ଉପରେ ଯଦି କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ ତେବେ ଏହାର ଲାଭ ରାଜନୈତିକ ଶକ୍ତି ସହ ସମ୍ପର୍କରେ ରହୁଥିବା ବିଜନେସ୍‌ ହାଉସ ପାଇବେ। ଟଙ୍କା ଦ୍ୱାରା ରାଜନୈତିକ ବାତାବରଣ ନିୟନ୍ତ୍ରଣ କରିବା ଏବଂ ଅର୍ଥନୈତିକ ଶକ୍ତି ହାସଲ ଦ୍ୱାରା କର୍ପୋରେଟଗୁଡିକ ଏକଚ୍ଛତ୍ରବାଦୀ ପୁଞ୍ଜିବାଦ ବ୍ୟବସ୍ଥା ଆଡ଼କୁ ମୁହଁାଇବେ। ଋଣକୁ ନିଜ କ୍ଷେତ୍ରରେ ବ୍ୟବହାର କରିବା ଲାଗି ବ୍ୟାଙ୍କ ଲାଇସେନ୍ସର ଅପବ୍ୟବହାର ହେବ। ବଡ କର୍ପୋରେଟ ହାଉସ ବଡ ବ୍ୟାଙ୍କ ଗଠନ କରିବେ। ଏହା ବିଫଳ ହେଲେ ରାଜକୋଷ ଉପରେ ଏହାର ଚାପ ବଢିବ।
ଏଭଳି ସ୍ଥିତିରେ ରାଜନ କୁହନ୍ତି, ବ୍ୟାଙ୍କିଙ୍ଗ୍‌ ନିୟମରେ ପରିବର୍ତ୍ତନ କରିବାର ଏତେ ତରବରିଆ ପ୍ରସ୍ତାବ କାହିଁକି ଦିଆଯାଉଛି। ପେମେଣ୍ଟ ବ୍ୟାଙ୍କ ଗଠନ ଲାଗି ଆର୍‌ବିଆଇ କର୍ପୋରେଟ ହାଉସଗୁଡିକୁ ଅନୁମତି ପ୍ରଦାନ କରିଛି। ଅନ୍ୟ ବ୍ୟାଙ୍କ ସହ ଯୋଡ଼ିହୋଇ ସେମାନେ ଖୁଚୁରା ଋଣ ବଣ୍ଟନ କରିପାରିବେ। ଏଣୁ କର୍ପୋରେଟଗୁଡିକୁ କାହିଁକି ପୂର୍ଣ୍ଣ ବ୍ୟାଙ୍କ ଲାଇସେନ୍ସ ପ୍ରଦାନ କରାଯିବ। ଆଇଏଲ୍‌ଏଫ୍‌ଏସ୍‌ ଏବଂ ୟେସ୍‌ ବ୍ୟାଙ୍କର ବିଫଳତାରୁ ଆମେ କିଛି ଶିଖି ପାରିଲେ ନାହିଁ ବୋଲି ରାଜନ କହିଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ଅଧିକ ଦକ୍ଷ ଏବଂ ପ୍ରଫେଶନାଲ କରିବା ପରିବର୍ତ୍ତେ କର୍ପୋରେଟ ହାଉସଗୁଡିକ ହାତକୁ ଟେକିଦେବା କେତେ ଯୁକ୍ତିଯୁକ୍ତ ବୋଲି ରାଜନ କହିଛନ୍ତି। ଆଇଜିଆଇ ଏଭଳି କିଭଳି ଏକ ପ୍ରସ୍ତାବ ଦେଇପାରିଲା । ବ୍ୟାଙ୍କର ଅନାଦାୟ ଋଣକୁ କେବଳ ନିୟମ ଦ୍ୱାରା ଅଟକାଇ ହେବ ନାହିଁ। ଏଭଳି ବିଭିନ୍ନ ଦିଗ ଉପରେ ପୁଣି ଥରେ ବିଚାର କରାଯିବାର ଆବଶ୍ୟକତା ରହିଛି ବୋଲି ରାଜନ ଏବଂ ଆଚାର୍ଯ୍ୟ ମତ ରଖିଛନ୍ତି। ବଡ କର୍ପୋରେଟଗୁଡିକୁ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସୁଯୋଗ ପ୍ରଦାନ ପ୍ରସଙ୍ଗକୁ ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଅଶୋକ ସିନ୍ଧୁଜା ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?