Posted inଜାତୀୟ

ନିଷ୍ପତ୍ତି ନେବ ନନ୍ଦିଗ୍ରାମ

କୋଲକାତା/ଗୁଆହାଟୀ,୧ା୪ : ପଶ୍ଚିମବଙ୍ଗ ଓ ଆସାମରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏଥିପାଇଁ ନିର୍ବାଚନ କମିଶନ (ଇସି) ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପଶ୍ଚିମବଙ୍ଗର ୩୦ ଆସନ ଲାଗି ୧୦,୬୨୦ ସମ୍ବେଦନଶୀଳ ପୋଲିଂ ବୁଥ୍‌ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ୭୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏଥିଲାଗି ୬୫୧ କମ୍ପାନୀ କେନ୍ଦ୍ରୀୟ ବଳକୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।
୩୯ ଆସନରେ ୨୬ ମହିଳାଙ୍କ ସମେତ ୩୪୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ମାନି ୭୩,୪୪,୬୩୧ ଭୋଟର ସେମାନଙ୍କ ପ୍ରତିନିଧି ବାଛିବେ। ଶାସକ ଭାଜପା ୩୪ ଆସନରେ ଲଢ଼ୁଥିବାବେଳେ ସହଯୋଗୀ ଆସୋମ ଗଣ ପରିଷଦ (ଏଜିପି) ୬ ଏବଂ ୟୁନାଇଟେଡ୍‌ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ୍‌) ୩ ଆସନରେ ପ୍ରାର୍ଥୀ ଦେଇଛନ୍ତି। କେତେକ ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ହେଉଛି। ବିରୋଧୀ ମହାମେଣ୍ଟର ନେତୃତ୍ୱ ନେଉଥିବା କଂଗ୍ରେସ ୨୮, ଏଆଇୟୁଡିଏଫ୍‌ ୭, ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ୍‌) ୪ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନବଗଠିତ ଆସାମ ଜାତୀୟ ପରିଷଦ ୧୯ ଆସନରେ ଲଢ଼ୁଛି। ୨୫ ଆସନରେ ଏନ୍‌ଡିଏ ଏବଂ ମହାମେଣ୍ଟ ମଧ୍ୟରେ ପ୍ରତ୍ୟକ୍ଷ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାବେଳେ ଅବଶିଷ୍ଟ ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢ଼େଇ ହେଉଛି।
ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ବାଙ୍କୁରା, ପୂର୍ବ ମେଦିନୀପୁର, ପଶ୍ଚିମ ମେଦିନୀପୁରର (ଦ୍ୱିତୀୟ ଭାଗ) ଏବଂ ଦକ୍ଷିଣ ୨୪ ପ୍ରଗଣା (ପ୍ରଥମ ଭାଗ)ରେ ମତଦାନ ହେବାକୁ ଥିବାବେଳେ ସର୍ବାଧିକ ଚର୍ଚ୍ଚାରେ ରହିଛି ନନ୍ଦିଗ୍ରାମ ଆସନ। କାରଣ ଏହି ହଟ୍‌ ସିଟ୍‌ରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଭାଜପାରୁ ତାଙ୍କର ପୂର୍ବତନ ସେନାପତି ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ହେଉଛି କଡ଼ା ଟକ୍କର। ମମତାଙ୍କ ମିଶନ ନନ୍ଦିଗ୍ରାମ ପଛରେ ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମରେ ଟିଏମ୍‌ସି ସୁପ୍ରିମୋ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ ସେ ପଶ୍ଚିମବଙ୍ଗର ଯେଉଁ ଆସନରୁ ଲଢ଼ିଲେ ବି ଜିତିପାରିବେ। ଦ୍ୱିତୀୟତଃ ଯେଉଁ ନନ୍ଦିଗ୍ରାମକୁ ଶୁଭେନ୍ଦୁ ଅଧିକାରୀ ନିଜର ବୋଲି ଦାବି କରୁଛନ୍ତି, ତାହା ପ୍ରକୃତରେ ତାଙ୍କର ନୁହେଁ ବରଂ ମମତାଙ୍କର। ଅନ୍ୟପକ୍ଷେ ସ୍ଥାନୀୟ ବିଧାୟକ ରୂପେ ଶୁଭେନ୍ଦୁଙ୍କ ଜନସମ୍ପର୍କ ଓ ଭାଜପାର କେନ୍ଦ୍ରୀୟ ନେତାଙ୍କ ତୋଫାନୀ ପ୍ରଚାର ତାଙ୍କ ସ୍ଥିତିକୁ ଆହୁରି ମଜଭୁତ କରିଛି। ଉଭୟ ଦିଦି ମମତା ଓ ଦାଦା ଶୁଭେନ୍ଦୁଙ୍କ ଆରୋପ ପ୍ରତ୍ୟାରୋପ ତଥା ଗୋଟିଚାଳନା ସମଗ୍ର ରାଜ୍ୟର ନିର୍ବାଚନକୁ ନନ୍ଦିଗ୍ରାମରେ କେନ୍ଦ୍ରୀଭୂତ କରିଦେଇଛି। ଏହି ଆସନରେ ସିପିଆଇଏମ୍‌ରୁ ମୀନାକ୍ଷୀ ମୁଖାର୍ଜୀ ନିର୍ବାଚନ ଲଢ଼ୁଛନ୍ତି। ତେବେ ୧ ଦଶନ୍ଧି ତଳେ ବାମପନ୍ଥୀଙ୍କ ୩୪ ବର୍ଷ ଶାସନ ପତନର ମିଶନ ନନ୍ଦିଗ୍ରାମରୁ ଆରମ୍ଭ କରିଥିବା ଅଗ୍ନିବର୍ଷୀ ନେତ୍ରୀ ମମତା ଏଥର ଏହି ଆସନରୁ ଭାଜପାକୁ ଚେକ୍‌ ଦେବାରେ କେତେ ସଫଳ ହେବେ ତାହା ମେ’ ୨ ପରିଣାମ ସ୍ପଷ୍ଟ କରିବ।

ବିପୁଳ ଟଙ୍କା ବାଣ୍ଟୁଛି ଭାଜପା
ଭାଜପା ନେତାମାନେ ବିପୁଳ ଟଙ୍କା ବାଣ୍ଟୁଛନ୍ତି। ପଶ୍ଚିମବଙ୍ଗ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହୋଟେଲରେ ରହି ଘୋଡ଼ାବେପାର କରୁଛନ୍ତି। ଉତ୍ତର ପ୍ରଦେଶ ଓ ବିହାରରୁ ଗୁଣ୍ଡା ଆଣି ଏଠାରେ ଅସ୍ଥିରତା ସୃଷ୍ଟି କରୁଛନ୍ତି। ଭାଜପାର ଗୁଣ୍ଡାମାନେ ନନ୍ଦିଗ୍ରାମ ଭୋଟରଙ୍କୁ ଭୟଭୀତ କରୁଛନ୍ତି। ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିଶନ ସୁନିଶ୍ଚିତ କରନ୍ତୁ। ଭାଜପା ଗୁଣ୍ଡାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।
-ମମତା ବାନାର୍ଜୀ, ଟିଏମ୍‌ସି ମୁଖ୍ୟ

ମୁଁ ମୋଦିଙ୍କ ଭଳି ଠକ ନୁହେଁ
ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଦିନକୁ ୨୪ ଘଣ୍ଟା ଓ ସପ୍ତାହକ ୭ ଦିନ ମିଛ କୁହେନାହିଁ। ମୋ ନାଁ ନରେନ୍ଦ୍ର ମୋଦି ନୁହେଁ। ଆସାମ ହେଉ କି ଚାଷୀଙ୍କ ପ୍ରସଙ୍ଗ ଯେଉଁ ବିଷୟରେ ମିଛ ଶୁଣିବାକୁ ହେଲେ ଟିଭି ସୁଇଚ୍‌ ଅନ୍‌ କରନ୍ତୁ। ସେ ଭାରତକୁ ୨୪X୭ ମିଛ କହୁଥିବା ଆପଣମାନେ ଦେଖିପାରିବେ। ସତ ଶୁଣିବାକୁ ହେଲେ ମୋ କଥା ଶୁଣନ୍ତୁ।
-ରାହୁଲ ଗାନ୍ଧୀ, କଂଗ୍ରେସ ନେତା

କଂଗ୍ରେସ-ଏଆଇୟୁଡିଏଫ୍‌ ଅନୁପ୍ରବେଶ କରାଉଛନ୍ତି
କଂଗ୍ରେସ ଏବଂ ବଦ୍‌ରୁଦ୍ଦିନ ଅଜମଲଙ୍କ ଏଆଇୟୁଡିଏଫ୍‌ ବେଆଇନ ପ୍ରବାସୀଙ୍କୁ ଆସାମକୁ ଅନୁପ୍ରବେଶ କରାଇବା ପାଇଁ କ୍ଷମତା ଚାହୁଁଛନ୍ତି। ଏହି ଦୁଇଦଳ ମିଶି ଆସାମକୁ ପୁଣି ଥରେ ଅନୁପ୍ରବେଶକାରୀଙ୍କ ଆଶ୍ରୟସ୍ଥଳରେ ପରିଣତ କରିଦେବେ। କିନ୍ତୁ ଭାଜପା ସେମାନଙ୍କୁ ସେପରି କରିବାକୁ ଦେବ ନାହିଁ। ଆମକୁ ଆଉ ୫ ବର୍ଷ ଦିଅନ୍ତୁ।
-ଅମିତ୍‌ ଶାହା, ସ୍ବରାଷ୍ଟ୍ରମନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ: ବାଛିବେ ୬ ସଦସ୍ୟ, ଜଣେ ସାମ୍ବାଦିକ ସାମିଲ

ଭୁବନେଶ୍ୱର,୨୭।୫: ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ ହୋଇଛି। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୬ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି।…

ଭାରତରେ କରୋନାଠାରୁ ବିପଜ୍ଜନକ ‘ଇବୋଲା’ ଭାଇରସର ଏଣ୍ଟ୍ରି! ଆଫ୍ରିକାରୁ ଫେରିଥିବା ୨୮ ବର୍ଷୀୟ ମହିଳା ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, ୨୭।୫: ଆଫ୍ରିକାରେ ବ୍ୟାପିବା ପରେ ଏବେ ଭାରତରେ ଇବୋଲା ଭାଇରସ ମାମଲା ଦେଖାଯାଇଛି। ଉଗାଣ୍ଡାରୁ ଫେରିଥିବା ଜଣେ ମହିଳାଙ୍କଠାରେ ଇବୋଲା ଭାଇରସ ଲକ୍ଷଣ। ଏନେଇ କେନ୍ଦ୍ର…

OAS ପରୀକ୍ଷାରେ ୪୫ତମ ସ୍ଥାନ ଅଧିକାର କଲେ କେନ୍ଦ୍ରାପଡ଼ା ଝିଅ: ବିଜୟନଗରରେ ଉତ୍ସବ ମାହୋଲ

ମହାକାଳପଡ଼ା, ୨୭।୫ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳ ବିଜୟନଗର ଗ୍ରାମର…

ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା: ପୂରଣ ହେବ ଏତେ ପଦବୀ

ଭୁବନେଶ୍ୱର, ୨୭।୫: ଓଡ଼ିଶା ପୋଲିସରେ ବଡ଼ ନିଯୁକ୍ତି ନେଇ ଘୋଷଣା। ୭୬୬୪ ପଦବୀ ପୂରଣ ପାଇଁ ଓ ସରକାରଙ୍କ ଗୃହ ବିଭାଗ ଦ୍ୱାରା OUSSSCକୁ ଚିଠି ଲେଖାଯାଇଛି।…

କ୍ୟାନ୍ସର ରୋଗରେ ମୃତ ପରିବାରଙ୍କୁ ଭେଟିଲେ ବିଧାୟକ, ଶେଷ ଦର୍ଶନ ସହ କରିବା ସହ…

ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ ): ଅସହାୟ, ଅବହେଳିତ ହେଉ ଘଟଣା କିମ୍ବା ଦୁର୍ଘଟଣା ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଯାଇଥାନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।…

କାହିିଁକି ଇସ୍ତଫା ଦେବେ ସିଦ୍ଦାରାମାୟା, ଜଣାପଡିଲା ଅସଲ କାରଣ, କଂଗ୍ରେସ ଖେଳିଲା ବଡ଼ ଚାଲ୍‌

ନୂଆଦିଲ୍ଲୀ, ୨୭।୫: କଂଗ୍ରେସ ଦଳ କର୍ନାଟକରେ ଦୀର୍ଘ ଦିନ ଧରି ଚାଲିଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱର ପ୍ରାୟ ସମାଧାନ କରିସାରିଛି। ଦୀର୍ଘ ସମୟ ଧରି ଦୁଇ ଶକ୍ତିଶାଳୀ ନେତା,…

ଆଜି ଢିଙ୍କିଆ ଯିବେ ମୁଖ୍ୟମନ୍ତ୍ରୀ, ଓଡ଼ିଶାର ଶିଳ୍ପ ଉନ୍ନତିରେ ଏକ ବଡ଼ ପଦକ୍ଷେପ

ଭୁବନେଶ୍ୱର,୨୭।୫:  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ଜଗତସିଂହପୁର ଜିଲାର ଢିଙ୍କିଆ ଗସ୍ତ କରିବେ। ସେଠାରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ୧୨ଟି ସ୍ଥାନରେ ଚଢାଉ

ଥିରୁଭାନନ୍ତପୁରମ,୨୭।୫:କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରୁଛି। ଏହି ଚଢାଉଗୁଡ଼ିକ ଏକ ମନି ଲଣ୍ଡରିଂ ମାମଲା ସହିତ ଜଡିତ। ଇଡି ପିନାରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri