୧୧ହଜାର ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ

ବାରଙ୍ଗ,୫ା୧(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ମଙ୍ଗଳବାର ଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନର ବାଘ, ସିଂହ, ଭାଲୁ ଓ ତୃଣଭୋଜି ପ୍ରାଣୀଙ୍କୁ ଦେଖିବାର ମଜା ଉଠାଇଥିଲେ। ବଟାନିକାଲ ଗାର୍ଡେନରେ ବିଭିନ୍ନ କିସମର ଗଛଲତା, ଉଦ୍ୟାନ ବୁଲି ଦେଖିବା ସହିତ ପିଲାମାନଙ୍କୁ ଶିଶୁ ଉଦ୍ୟାନରେ ଦୋଳି ଖେଳାଇଥିଲେ। ତେବେ ବଣଭୋଜି ବନ୍ଦ ଥିବାରୁ ଉଦ୍ୟାନକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସି ନ ଥିବା ଦେଖିବାକୁ ମିଳିଥିଲା। ତେବେ ଉଭୟ ଉଦ୍ୟାନରେ ଓମିକ୍ରନ ପାଇଁ ସାମାଜିକ ଦୂରତ୍ୱ ସହ ସାନିଟାଇଜ, ଥର୍ମାଲ ସ୍କ୍ରିନିଂ କରାଯାଇ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା। ନନ୍ଦନକାନନରେ ୧୧ ହଜାର ୧୨ଜଣ ପର୍ଯ୍ୟଟକ ଓ ରାଜ୍ୟ ଉଭିଦ ଉଦ୍ୟାନରେ ୨୯୯ଜଣ ପର୍ଯ୍ୟଟକ ଆସିଥିବା ନନ୍ଦନକାନନର ସହକାରୀ ବନ ସଂରକ୍ଷକ ଶରତ ଚନ୍ଦ୍ର ବେହେରା କହିଛନ୍ତି। ପ୍ରକାଶ ଯେ, ନୂଆବର୍ଷରେ ନନ୍ଦନକାନନ ଭିଡ଼ ହେବା ଆଶଙ୍କା କରି ପର୍ଯ୍ୟଟକଙ୍କ ହିତ ଦୃଷ୍ଟିରୁ ୫ଦିନ ପାଇଁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନକୁ କର୍ତ୍ତୃପକ୍ଷ ବନ୍ଦ ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ଯଶୋବନ୍ତ-ଅଜୟଙ୍କୁ ଟାଇଟଲ୍‌

ଭବାନୀପାଟଣା,୧।୧(ଡି.ଏନ୍‌.ଏ.): ଭବାନୀପାଟଣା ଦର୍ପଣ ସାଗରପଡ଼ାରେ ଚାଲିଥିବା ନିତ୍ୟାନନ୍ଦ ମହାପାତ୍ର ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳ...

ବାହାନଗା ଟ୍ରେନ ଦୁର୍ଘଟଣା: ଷ୍ଟେଶନମାଷ୍ଟରଙ୍କ ସମେତ ୩ଜଣଙ୍କୁ ଉଠାଇନେଲା ସିବିଆଇ

ବାହାନଗା/ବାଲେଶ୍ୱର ଅଫିସ,(ଡି.ଏନ.ଏ.)/ଭୁବନେଶ୍ୱର, ୧୨ା୬ (ବ୍ୟୁରୋ): ଟ୍ରେନ ଦୁର୍ଘଟଣାର ୧୦ଦିନ ପରେ ରବିବାର ବାହାନଗା ଷ୍ଟେଶନମାଷ୍ଟରଙ୍କ ସମେତ ଆସିଷ୍ଟାଣ୍ଟ ଷ୍ଟେଶନମାଷ୍ଟର ଓ ଟେକ୍ନିସିଆନଙ୍କୁ ଉଠାଇ ନେଇଛି ସିବିଆଇ।...

ଜଗବନ୍ଧୁ ପୋଖରୀ ହୁଡ଼ାରୁ ୯୦ଘର ଉଚ୍ଛେଦ

ବ୍ରହ୍ମପୁର ଅଫିସ,୧୦ା୧୨: ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ନିୟମ ବଳରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ବନ୍ଧ ହୁଡାରେ ରହିଥିବା ବସ୍ତିଗୁଡିକୁ ଉଚ୍ଛେଦ...

ମୁହଁ ଫେରାଇଲେଣି ଗୃହିଣୀ

ବଇଣ୍ଡା,୭।୬ ବଢ଼ି ବଢ଼ି ଚାଲିଛି ରନ୍ଧନଗ୍ୟାସ୍‌ ଦର। ସିଲିଣ୍ଡର ପିଛା ଦାମ୍‌ ହଜାରେ ଟଙ୍କା ଟପିଯିବା ପରେ ଆଉ ସହ୍ୟ କରିପାରୁନାହାନ୍ତି ଗୃହିଣୀ। ଅନ୍ୟ ଅତ୍ୟାବଶ୍ୟକ...

ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ୍‌ ଲୋକାର୍ପିତ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ ମଙ୍ଗଳବାର ଅପରାହ୍ନରେ ଲୋକାର୍ପିତ ହୋଇଛି ା କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ...

୪୨ ଡିଗ୍ରୀ ଖରାରେ ଦୌଡ଼ାଇଲେ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ୪୨.୪ ଡିଗ୍ରୀ ଖରାରେ ଟ୍ରେନିଂ ଚାଲିଥିଲାବେଳେ ଜଣେ ମହିଳା ପୋଲିସ...

ରାଜ୍ୟରେ ୩୧୮ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ...

ନିମାପଡ଼ା କଲେଜର ପ୍ରଥମ ପିଜି ପରୀକ୍ଷାଫଳ ପ୍ରକାଶିତ

ନିମାପଡ଼ା,୨୦ା୧୧(ଡି.ଏନ୍‌.ଏ.): ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରଥମଥର ସ୍ନାତକୋତ୍ତର(ପିଜି) ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ପରୀକ୍ଷାର ପାସ ହାର ଶତକଡ଼ା ଶତପ୍ରତିଶତ ହୋଇଛି। କଲେଜରେ ପ୍ରଥମଥର...

Advertisement
Archives

Model This Week