ନନ୍ଦନକାନନ ପାଳିଲା ବିଶ୍ୱ ହସ୍ତୀ ଦିବସ

ବାରଙ୍ଗ,୧୩।୮(ଡି.ଏନ୍‌.ଏ.): ନନ୍ଦନକାନନରେ ବୁଧବାର ବିଶ୍ୱ ହସ୍ତୀ ଦିବସ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି। ମହାମାରୀ କରୋନା ପାଇଁ ସବୁ କିଛି ଫିକା ପଡ଼ିଯାଇଥିଲା। ଏଥର ହାତୀମାନଙ୍କୁ ସାଜସଜ୍ଜା କରାଯାଇ ନ ଥିଲା। କେବଳ ସେମାନଙ୍କୁ ସୁସ୍ବାଦ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଏହାକୁ ହାତୀଶାଳରେ ହିଁ ପାଳନ କରାଯାଇଥିଲା। ହାତିଶାଳରେ ଥିବା ବସନ୍ତୀ, ପ୍ରେମା, ହୀରା ଉତ୍ସବରେ ସାମିଲ ହୋଇଥିବାବେଳେ ଡାକ୍ତରଖାନା ପାଖ ରେସ୍କ୍ୟୁ ସେଣ୍ଟରରେ ଥିବା ଛୁଆ ହାତୀ ମାମା ପାଖକୁ ନନ୍ଦନକାନନ ନିର୍ଦ୍ଦେଶକ ଶଶୀପଲ, ଉପନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଜୁଲୋଜି ବିଭାଗର ମୁଖ୍ୟ ଶିବପ୍ରସାଦ ପରିଡ଼ା, ପର୍ଯ୍ୟଟନ ପରିଚାଳନା ଦାୟିତ୍ୱରେ ଥିବା ଏସିଏଫ୍‌ ଅମୂଲ୍ୟ କୁମାର ପରିଡ଼ା ପ୍ରମୁଖ ଆସି ଖାଦ୍ୟ ଖାଇବାକୁ ଦେଇଥିଲେ। ଅନ୍‌ଲାଇନରେ ତିନୋଟି ପର୍ଯ୍ୟାୟରେ ମୋ ସାଙ୍ଗ ହାତୀ, ହାତୀଙ୍କ ଆବାସସ୍ଥଳୀ, ହାତୀ ସଂରକ୍ଷଣ ଆଦି ବିଷୟକୁ ନେଇ ଗତ ୫ରୁ ୧୧ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କ ନାମ ଏହି ଅବସରରେ ଘୋଷଣା କରାଯାଇଥିଲା। ମାହୁନ୍ତମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବା ସହ ହାତୀ ସୁରକ୍ଷାର ବାର୍ତ୍ତା ନନ୍ଦନକାନନ କର୍ତ୍ତୃପକ୍ଷ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜନ୍ତୁ ବିଭାଗ ରେଞ୍ଜର ସୁଦୀପ୍ତ କୁମାର ପଣ୍ଡା, ଗନ୍ଥାଘର ଦାୟିତ୍ୱରେ ଥିବା ରେଞ୍ଜର ରଞ୍ଜନ କୁମାର ଦାସ, ଶିକ୍ଷା ଅଧିକାରୀ ମିଲନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇରୁ ଘରକୁ ଫେରିବାବେଳେ ରାସ୍ତାରେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୨୫ା୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳ କୁର ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ…

ବ୍ୟାଟ ଛାଡ଼ିବେ ନା ଖେଳ ଜାରି ରଖିବେ? ଅବସର ଚର୍ଚ୍ଚା ଉପରେ ରୋହିତଙ୍କ ସ୍ପଷ୍ଟ ଜବାବ, କହିଦେଲେ…

ନୂଆଦିଲ୍ଲୀ, ୨୬।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମାଙ୍କ ଅବସରକୁ ନେଇ ଗତ କିଛି ମାସ ମଧ୍ୟରେ ଅନେକ ଥର ଗୁଜବ ସାମ୍ନାକୁ ଆସିଛି।…

ଏଇ ଭାରତରେ

ଏକାଗ୍ରତାର ସହ ନୂତନତ୍ୱର ଅନ୍ବେଷଣ କଲେ ସଫଳତା ନିଶ୍ଚୟ ମିଳେ, ଯାହା ପ୍ରମାଣ କରିଛନ୍ତି ଉତ୍ତରପ୍ରଦେଶ ପ୍ରୟାଗରାଜର ବିମଳ କିଶୋର। ବିମଳ ଜଣେ ଦିବ୍ୟାଙ୍ଗ। ଏଣୁ ସେ…

ଶିକ୍ଷାନୁଷ୍ଠାନ ନେତୃତ୍ୱର ଅନ୍ତୁଡ଼ିଶାଳ

ଭଗବାନଙ୍କୁ ପୂଜା କରିବା ପାଇଁ ଆମେ ମନ୍ଦିରକୁ ଯାଉ। ଜ୍ଞାନ ଓ ଶିକ୍ଷା ରୂପକ ଅମୂଲ୍ୟ ରତ୍ନ ହାସଲ କରିବା ପାଇଁ ପିଲାମାନେ ବିଦ୍ୟାଳୟକୁ ଯାଆନ୍ତି। ଏହି…

ନିବେଶ ଚମକ, ତୃଷାର ଛାୟା

ଭାରତରେ ଗୁଗଲ୍‌ର ପ୍ରସ୍ତାବିତ ଡାଟା ସେଣ୍ଟର ଏବଂ ଏହା ସହିତ ଜଡ଼ିତ ଜଳ ସଙ୍କଟ ଏକ ଗଭୀର ବିଡ଼ମ୍ବନାର ପର୍ଦ୍ଦାଫାଶ କରୁଛି। ସରକାର ଏହାକୁ ‘ଐତିହାସିକ ନିବେଶ’…

ପ୍ରଯୁକ୍ତିବିଦ୍ୟାର ଚମତ୍କାରିତା: ଏଣିକି ଇଣ୍ଟରନେଟ୍‌ରେ ପଠାଇହେବ ସୁଗନ୍ଧ

ୱାଶିଂଟନ, ୨୬ା୧୦: ଡିଜିଟାଲ ଦୁନିଆରେ ବର୍ତ୍ତମାନ ସୁଦ୍ଧା ଆମେ କେବଳ ଫଟୋ, ଭିଡିଓ ଏବଂ ଅଡିଓ ଶେୟାର୍‌ କରିପାରୁଛୁ। କିନ୍ତୁ ଏବେ ଦୂରରେ ଥାଇ ମଧ୍ୟ ପରସ୍ପରକୁ…

ଲୁଲାଙ୍କ ବଡ଼ ବିଜୟ: ରାଷ୍ଟ୍ରପତି ନିର୍ବାଚନ ଜିତି ଚତୁର୍ଥ ଥର କ୍ଷମତାକୁ ଫେରିଲେ!

ବ୍ରାସିଲିଆ, ୨୬।୧୦: ବ୍ରାଜିଲରେ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭା କଡ଼ା ମୁକାବିଲାରେ କନଜରଭେଟିଭ ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ପରାସ୍ତ କରି ପୁଣିଥରେ କ୍ଷମତା ହାସଲ…

ହାତରେ ଗୋଟିଏ ଉଇକେଟ୍‌, ଦରକାର ୮୮ ରନ୍‌; ତଥାପି ହାର୍‌ ମାନିଲାନି ପାକିସ୍ତାନ, ‘ଅସମ୍ଭବ’କୁ କଲା ‘ସମ୍ଭବ’

ନୂଆଦିଲ୍ଲୀ, ୨୬।୧୦: ଶାଦାବ ଖାନଙ୍କ ଶତକୀୟ ଇନିଂସ ବଳରେ ଏକାକୀ ପାକିସ୍ତାନକୁ ହାରିବାକୁ ଥିବା ମ୍ୟାଚରେ ଜିତାଇ ଦେଲେ। ସତେ ଯେମିତି ସେ ‘ଅସମ୍ଭବ’କୁ ‘ସମ୍ଭବ’ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?