Posted inଜାତୀୟ

ନାନ୍‌-ରୁଟି-ତନ୍ଦୁରୀ ଚିକେନ ବନ୍ଦ, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…

ନୂଆଦିଲ୍ଲୀ,୮।୧୧ : କୁହାଯାଏ ଦିଲ୍ଲୀର ଲୋକମାନେ ଖାଦ୍ୟକୁ ବହୁତ ଭଲ ପାଆନ୍ତି। ଦିଲ୍ଲୀର ପ୍ରାୟ ପ୍ରତ୍ୟେକ ଢାବା, ହୋଟେଲ ଏବଂ ରେଷ୍ଟୁରାଣ୍ଟ କିଛି ବିଶେଷ ଖାଦ୍ୟ ପାଇଁ ପ୍ରସିଦ୍ଧ। ସେହିଭଳି, କନ୍ନଟ ପ୍ଲେସ ଅଞ୍ଚଳର କିଛି ଢାବା ସେମାନଙ୍କର ସୁସ୍ବାଦୁ ତନ୍ଦୁର ଚିକେନ ପାଇଁ ପ୍ରସିଦ୍ଧ। କିନ୍ତୁ ଦୁର୍ଭାଗ୍ୟବଶତଃ ଦିଲ୍ଲୀର ଲୋକମାନେ କିଛି ଦିନ ପାଇଁ ଏହି ସୁସ୍ବାଦୁ ତନ୍ଦୁର ଚିକେନ କିସମର ସ୍ବାଦ ଚାଖି ପାରିବେ ନାହିଁ।  କିଛି ଦିନ ପାଇଁ ଏବେ ଦିଲ୍ଲୀରେ ନାନ୍‌-ରୁଟି-ତନ୍ଦୁରୀ ଚିକେନ ବନ୍ଦ ହୋଇଛି। ଏହାର କାରଣ ହେଉଛି ଦିଲ୍ଲୀରେ ଜିଆରଏପି-୪ କାର୍ଯ୍ୟକାରୀ କରାଯାଇଛି।

ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରବିବାର ଜିଆରଏପି-୪ ଲାଗୁ କରାଯାଇଥିଲା। ଏହା ଲାଗୁ ହେବା ପରେ, ସମସ୍ତ ଜିନିଷ ଯାହା ଧୂଳି ପ୍ରଦୂଷଣକୁ ବଢ଼ାଇଥାଏ ଏନଡିଏମସି ଦ୍ୱାରା ବନ୍ଦ କରାଯାଉଛି। ଏହା ଅନ୍ତର୍ଗତ, ଦିଲ୍ଲୀ-ଏନସିଆରର ଢାବା, ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ତନ୍ଦୁର ଚୂଲା ବନ୍ଦ କରିବାକୁ ଏନଡିଏମସି ପ୍ରଥମେ ନୋଟିସ ଦେଇଛି। ଏହା ସହିତ ଚେତାବନୀ ଦିଆଯାଇଛି ଯଦି ଏହି ସମୟ ମଧ୍ୟରେ ଯଦି କେହି ତନ୍ଦୁର ଚୁଲା ଜାଳନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜିଆରଏପି-୪ ର ନିୟମ ଅନୁଯାୟୀ, ଏନଡିଏମସି ଏପର୍ଯ୍ୟନ୍ତ ଏହି ଅଞ୍ଚଳରେ ୨୫୪ଜଣଙ୍କ ବିରୁଦ୍ଧରେ ତନ୍ଦୁର ଚୁଲା ଜାଳିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏନଡିଏମସି ଉପାଧ୍ୟକ୍ଷ ସତୀଶ ଉପାଧ୍ୟାୟ କହିଛନ୍ତି କନ୍ନଟ ପ୍ଲେସ ଏବଂ ଏନଡିଏମସିର ଅନ୍ୟାନ୍ୟ ଅଞ୍ଚଳରେ ଢାବା, ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ତନ୍ଦୁର ଚୁଲା ନ ଜାଳିବା ଲାଗି ନୋଟିସ ଦିଆଯାଇଛି। ଏହା ସହିତ ଏନଡିଏମସିର ଏନଫୋର୍ସମେଣ୍ଟ ବିଭାଗର ଏକ ଟିମ ଏହାର ଅନୁସନ୍ଧାନ ପାଇଁ ଗଠନ କରାଯାଇଛି। ଏହି ଟିମ ଆସନ୍ତା କିଛି ଦିନ ପାଇଁ କନ୍ନଟ ପ୍ଲେସ ଅଞ୍ଚଳରେ ଅନୁସନ୍ଧାନ କରିବ। ସେ କହିଛନ୍ତି ଦିଲ୍ଲୀର ବାୟୁକୁ ବିଚାରକୁ ନେଇ ଅଙ୍ଗାର ବ୍ୟବହାର କରି ତନ୍ଦୁର ଚୁଲା ଜାଳିବାକୁ ଅନୁମତି ଦିଆଯାଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

‘ଏଠାରେ ଏସବୁ ନାଟକ ଚଳିବନି’, ଅଭିଜିତ ଦୀପକେଙ୍କୁ ପାର୍କରୁ ତଡ଼ିଦେଲେ ଲୋକେ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୧୩।୮: ଜନ୍ତର-ମନ୍ତର ସିଜନ-୨ର ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବୈଠକ କରିବାକୁ ସ୍ଥାନ ଖୋଜୁଥିବା ଅଭିଜିତ ଦୀପକେ ଏବଂ ତାଙ୍କ ଟିମ୍‌କୁ ଏକ ରେସିଡେଣ୍ଟ ସୋସାଇଟିର ପାର୍କକୁ ଯିବା…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅତଣ୍ଡା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ ସାଜିଛି।…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri