ପୁଅ ନାଁ ଗୋପାଳିଆ

୭୪ତମ ସ୍ବାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କଲା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ଅବତାରଣା କରିଛନ୍ତି। ସେଥିମଧ୍ୟରେ କିଛି ନୂଆ ପ୍ରସ୍ତାବ ରଖିଥିବା ବେଳେ ତାଙ୍କ ଚିରାଚରିତ ଶୈଳୀରେ ପଡ଼ୋଶୀ ଦେଶଙ୍କ ଉପରେ ମୃଦୁ ଭର୍ସନା କରିଛନ୍ତି। ଆଶ୍ଚର୍ଯ୍ୟର କଥା ଯେ ଭାରତ ପ୍ରତି ପାକିସ୍ତାନ ଓ ଚାଇନା ଖୋଲାଖୋଲି ଓ ସମଗ୍ର ବିଶ୍ୱ ଜାଣିଲା ଭଳି ଆକ୍ରମଣାତ୍ମକ ଚିନ୍ତାଧାରା ପୋଷଣ କରିଆସୁଥିବା ସତ୍ତ୍ୱେ ମୋଦି ଆଜି ପର୍ଯ୍ୟନ୍ତ ଚାଇନାର ନାମ ଉଚ୍ଚାରଣ କରୁନାହାନ୍ତି। ଏଥର ପୁଣି ବୁଲେଇ ବଙ୍କେଇ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) କଥା ଉଠାଇ କହିଛନ୍ତି ଯେ, ଭାରତର ସାର୍ବଭୌମତ୍ୱ ପ୍ରତି ଯେଉଁମାନେ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ସେମାନଙ୍କୁ ଉଚିତ ଜବାବ ଦିଆଯାଇଛି। କିନ୍ତୁ ଚାଇନାର ନାମ ନେବାପାଇଁ ପରିଲକ୍ଷିତ ହେଉଥିବା ଭୟର କାରଣ ବୁଝିବା କଷ୍ଟକର ନୁହେଁ। ଏଠାରେ ପାକିସ୍ତାନକୁ ଏଲ୍‌ଓସି ଓ ଚାଇନାକୁ ଏଲ୍‌ଏସି ଭାବେ ଉପଲକ୍ଷ୍ୟ କରି ଏଭଳି କୁହାଯାଇଛି। ତେବେ ଏହା କହିଲା ବେଳେ ସେହି ସମାନ ନିଃଶ୍ୱାସରେ ମୋଦି କହିଛନ୍ତି କେବଳ ଭୌଗୋଳିକ ପଡ଼ୋଶୀ ନୁହେଁ, ପୃଥିବୀର ଅନ୍ୟ ଦେଶ, ଯେଉଁଗୁଡ଼ିକ ସହ ମନ ମିଶୁଛି ସେମାନଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପନ କରାଯାଇଛି। ବିଶେଷକରି ପଡ଼ୋଶୀ ସମ୍ପର୍କ ବଢ଼ାଇବାରେ ଭାରତ ଉତ୍ତମ ପଦକ୍ଷେପ ନେଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଯେଉଁ କଥା କହିଛନ୍ତି ତାହାର ସତ୍ୟାସତ୍ୟ ନିକଟ ଅତୀତରେ ଦେଖିବାକୁ ମିଳିଛି। କହିବାକୁ ଗଲେ ଚାଇନା ଓ ପାକିସ୍ତାନ କଥା ପଛରେ ଥାଉ। ନେପାଳ, ବାଂଲାଦେଶ, ଭୁଟାନ ଭଳି ଛୋଟିଆ ଦେଶଗୁଡ଼ିକ ମଧ୍ୟ ଯେଉଁମାନେ ପୂର୍ବରୁ ଭାରତର ବନ୍ଧୁ ପରିଲକ୍ଷିତ ହେଉଥିଲେ ଏବେ ସମ୍ପୂର୍ଣ୍ଣ ଶତ୍ରୁ ପାଲଟିଲେଣି। ଏହାର ଏକମାତ୍ର କାରଣ ହେଉଛି ଭାରତର ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି। ଦେଶ ଭିତରେ ନିଜ ନାଗରିକଙ୍କ ସମ୍ମୁଖରେ ସରକାର ଚଢ଼ିକରି କଥା କହିପାରିବେ। କିନ୍ତୁ ଛୋଟିଆ ପଡ଼ୋଶୀ ଦେଶ ମଧ୍ୟ ‘ହାମ୍‌ବଡ଼ା’ ନୀତିକୁ ପସନ୍ଦ କରୁନାହାନ୍ତି ବୋଲି ସ୍ପଷ୍ଟ ପ୍ରମାଣ ମିଳୁଛି।
ସ୍ବାଧୀନତା ଦିବସରେ ଲାଲକିଲ୍ଲା ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥାଆନ୍ତି, ତାହାକୁ ପାଳନ କରାଯିବା ଲାଗି ଉଦ୍ୟମ ହୋଇଥାଏ। ହେଲେ ବିଗତ ୭ ବର୍ଷର ରେକର୍ଡ ଦେଖିଲେ ମୋଦି ସରକାରଙ୍କ କୌଣସି ଗୋଟିଏ ଯୋଜନା ବା ଅଭିଯାନ ପୂର୍ଣ୍ଣାଙ୍ଗ ସଫଳତା ପାଇପାରିଲା ନାହିଁ। ‘ମେକ୍‌ ଇନ୍‌ ଇଣ୍ଡିଆ’ଠାରୁ ଆରମ୍ଭ କରି ‘ଡିଜିଟାଲ ଇଣ୍ଡିଆ’ ଯାଏ ପ୍ରତିଟି ଅଭିଯାନ ଅଧାବାଟରେ ପଡ଼ିରହିଛି। ଏଭଳି ସ୍ଥଳେ ସେ ‘ମେକ୍‌ ଫର୍‌ ୱାର୍ଲଡ’ ସ୍ଲୋଗାନ ଦେଇ ନିଜ ଅଭିଭାଷଣ ଶବ୍ଦପୁଞ୍ଜରେ ଆଉ ଏକ ଆକର୍ଷଣୀୟ ବାକ୍ୟାଂଶ ଯୋଡ଼ିଛନ୍ତି। ମେକ୍‌ ଫର୍‌ ୱାର୍ଲଡର ଗତି କେଉଁଆଡ଼େ ଯିବ ଏବେଠାରୁ ଆକଳନ କରିବା ମୂର୍ଖାମି ହେବ। ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ଶତ୍ରୁ ରାଷ୍ଟ୍ରର ନାମ ନେବାକୁ ସଙ୍କୋଚ କରୁଛନ୍ତି, ସେତେବେଳେ ‘ୱାର୍ଲଡ’ (ପୃଥିବୀ) ଚିନ୍ତା କରିବା ସହଜରେ ଗ୍ରହଣୀୟ ହେବାକଥା ନୁହେଁ।
ଅଭିଭାଷଣରେ ପ୍ରଧାନମନ୍ତ୍ରୀ ‘ନ୍ୟାଶନାଲ ଡିଜିଟାଲ ହେଲ୍‌ଥ ମିଶନ’ଠାରୁ ଦେଶର ସବୁ ଗାଁ (ପାଖାପାଖି ୬ ଲକ୍ଷ ଗ୍ରାମ)କୁ ଫାଇବର ଅପ୍‌ଟିକାଲ କେବୁଲ ସଂଯୋଗ ୧୦୦୦ ଦିନ ଭିତରେ କରିବା ବିଷୟ କହିିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଫାଇବର ଅପ୍ଟିକାଲ କେବୁଲ ସଂଯୋଗ ପୂର୍ବର ଉପା ସରକାର ଅମଳରେ ଆରମ୍ଭ କରାଯାଇଥିଲା। କିନ୍ତୁ ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ତାହାକୁ ବନ୍ଦ କରିଦେଇଥିଲେ। ୨୦୧୫ରେ ସେହି ଯୋଜନାକୁ ସାମାନ୍ୟ ମରାମତି କରି ତାହାର ନାମ ‘ଭାରତନେଟ୍‌’ ଦେଇଥିଲେ। ଏବେ ତାହାକୁ ବିସ୍ତାର କରାଯାଇ ସମଗ୍ର ଦେଶକୁ ଫାଇବର ଅପ୍ଟିକାଲ କେବୁଲରେ ସଂଯୋଗ କରିବା ବିଷୟ ଘୋଷଣା କରିଛନ୍ତି। ଧରିନିଆଯାଉ ଯେ ହଜାରେ ଦିନ ଭିତରେ ଅନେକ ହଜାର କୋଟି ଟଙ୍କା ବ୍ୟୟ କରି ପ୍ରତ୍ୟେକ ଗ୍ରାମକୁ ଫାଇବର ଅପ୍ଟିକାଲ ସଂଯୋଗ କରିଦିଆଯିବ। ଅତ୍ୟନ୍ତ ଖୁସିର କଥା। ତେବେ ସଂଯୋଗ ହୋଇଥିବା ଗ୍ରାମର ବାସିନ୍ଦାଙ୍କ ପାଇଁ ତାହା କେଉଁ ଭାବେ ସହାୟକ ହେବ? କେବଳ ଏତିକି ସ୍ବୀକାର କରାଯାଇପାରେ ଯେ, ଏହାଦ୍ୱାରା ନିଜର ପ୍ରସାର ଓ ପ୍ରଚାର କରାଇବା ପାଇଁ ସରକାରରେ ଥିବା କ୍ଷମତାସୀନ ବ୍ୟକ୍ତିଙ୍କ ପାଇଁ ସହଜ ହୋଇଯିବ। ଫାଇବର ଅପ୍ଟିକ୍‌ ମାଧ୍ୟମରେ ସ୍ଥାନୀୟ ଯୁବତୀଯୁବକଙ୍କୁ କର୍ମନିଯୁକ୍ତି ପାଇବାରେ କୌଣସି ସୁବିଧା ସୃଷ୍ଟି ହେବ ନାହିଁ, ଚାଷୀର ବିଲରେ ଜଳସେଚନ ବୃଦ୍ଧି ପାଇବ ନାହିଁ, ଗ୍ରାମାଞ୍ଚଳର ମହିଳାଙ୍କୁ ସହଜରେ ପାନୀୟଜଳ ମିଳିବ ନାହିଁ କିମ୍ବା ଗର୍ଭବତୀଙ୍କ ପାଇଁ ଗାଇନିଂ ଡାକ୍ତର ମିଳିପାରିବେ ନାହିଁ। ଭାରତର କୁହାଯାଉଥିବା ୬ ଲକ୍ଷ ଗ୍ରାମରେ ଆଜି ପର୍ଯ୍ୟନ୍ତ ୨୪ ଘଣ୍ଟିଆ ବିଦ୍ୟୁତ୍‌ଶକ୍ତି ମିଳିପାରି ନାହିଁ। ଯେଉଁ ଦେଶରେ ଏଭଳି ମୌଳିକ ଭିତ୍ତିଭୂମିର ଅଭାବ ରହିଛି, ସେଠାରେ ଏହି ପ୍ରକାରର ଘୋଷଣା କେତେଦୂର ଲୋକଙ୍କ ଦ୍ୱାରା ଗ୍ରହଣୀୟ, ତାହା ଦେଖିବାକୁ ହେବ।
‘ଆୟୁଷ୍ମାନ୍‌ ଭାରତ’ କଥା ମନେପକାଯାଉ। ପ୍ରଧାନମନ୍ତ୍ରୀ ମୋଦି ଏ ଯୋଜନାକୁ ୨୦୧୮ ମସିହାରେ ଘୋଷଣା କରିଥିଲେ। ଆୟୁଷ୍ମାନ ଯୋଜନାର ସଫଳତା ସମ୍ପର୍କରେ କୌଣସି ତଥ୍ୟ ପ୍ରଦାନ କରିବା ପରିବର୍ତ୍ତେ ଏଥର ଆହୁରି ଏକ ନୂଆ ଡିଜିଟାଲ ପରିଚୟପତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନ୍ୟାଶନାଲ୍‌ ଡିଜିଟାଲ ହେଲ୍‌ଥ ମିଶନ ଜରିଆରେ ଆହୁରି ଏକ ନୂଆ କାର୍ଡ ନାଗରିକଙ୍କୁ ଧରେଇ ଦିଆଯିବ। ଏଥିରେ କେବଳ ତାଙ୍କ ରୋଗ ସମ୍ପର୍କରେ ସବୁ ତଥ୍ୟ ଲିପିବଦ୍ଧ ରହିବ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ଏହି କାର୍ଡ ଦ୍ୱାରା କୌଣସି ସାହାଯ୍ୟ ମିଳିବାର ସମ୍ଭାବନା ଦେଖାଯାଉ ନାହିଁ। ଅର୍ଥାତ୍‌ ଏହା ପୁନର୍ବାର ଏକ ତଥ୍ୟାବଳୀ ପ୍ରସ୍ତୁତ କରିବାର ମାଧ୍ୟମ ପାଲଟିବ। ସେହି ତଥ୍ୟକୁ କିଣିବା ପାଇଁ ଦେଶବିଦେଶର ଅନେକ ଔଷଧୀୟ କମ୍ପାନୀ ଧାଡ଼ି ଲଗାଇବେ। ଯିଏ ବିକ୍ରେତା ହେବ ତା’ପାଖରେ ପୁରୁଷ ପୁରୁଷ ପାଇଁ ଅର୍ଥର ଅଭାବ ରହିବ ନାହିଁ।
ବର୍ତ୍ତମାନର କୋଭିଡ୍‌-୧୯ ସ୍ଥିତିକୁ ଦେଖିଲେ ଜନସାଧାରଣ ଟିକା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ରୁଷିଆ ଟିକା ଆଣିଲା ବୋଲି ଘୋଷଣା ହେବା ପରେ ପୃଥିବୀସାରା ଚହଳ ପଡ଼ିଯାଇଥିଲା। ହେଲେ ସେହି ଟିକା ବିବାଦରେ ପଡ଼ି ଛଟପଟ ହେଉଛି। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଭାରତ କୋଭିଡ୍‌-୧୯ ଟିକା ଉତ୍ପାଦନ ଓ ବଣ୍ଟନ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିସାରିଛି। କେବଳ ବୈଜ୍ଞାନିକଙ୍କ ସବୁଜ ସଙ୍କେତ ମିଳିବା ପରେ ଖୁବ୍‌ଶୀଘ୍ର ବହୁପରିମାଣରେ ଉତ୍ପାଦନ ଆରମ୍ଭ କରାଯିବ। ଓଡ଼ିଆରେ ଢଗ ଅଛି-‘ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳିଆ’। ବାସ୍ତବତାକୁ ନ ଦେଖି ଗୋଲାପୀ ଚିତ୍ର ଆଙ୍କିବା ସ୍ଥିତିକୁ ଚାଲିଗଲେ ସମାଜର ମଙ୍ଗଳ ଅସମ୍ଭବ ହୋଇପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?