ନଳିତା, ଧନିଚା ବିହନ ନାହିଁ: ଚାଷୀ ହତାଶ

କେନ୍ଦ୍ରାପଡ଼ା ଅଫିସ,୧ା୭: ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ା ଜିଲାର ସୁନାମ ରହିଛି। ୨୦୦୫ ମସିହାରେ ଜିଲାର ୨୧୫୨ ହେକ୍ଟର ଅଞ୍ଚଳରେ ନଳିତା ଓ ମେସ୍ତା ଚାଷ ହେଉଥିଲା। ଉପଯୁକ୍ତ ଭିତ୍ତିଭୂମି ଥିବାରୁ ଏହାର ପ୍ରଚାର ପ୍ରସାର ହୋଇ ୨୦୧୫ ମସିହାରେ ପ୍ରାୟ ୮ ହଜାର ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା। ଏହାକୁ ଲକ୍ଷ୍ୟକରି ସହର ନିକଟ ଜଜାଙ୍ଗଠାରେ ୪୬ ଏକର ଜମି ଉପରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ମାତ୍ର ତନ୍ତୁ ଜାତୀୟ ଫସଲ ପାଇଁ ଚଳିତବର୍ଷ କେନ୍ଦ୍ରାପଡ଼ା ଚାଷୀଙ୍କୁ ସରକାରୀ ଭାବେ ନଳିତା, ମେସ୍ତା ଓ ଧନିଚା ଆଦି ବିହନ ଅଦ୍ୟାବଧି ଯୋଗାଇ ଦିଆଯାଇନାହିଁ। ଚାଷୀ ବଜାର ମୂଲ୍ୟରେ ବିହନ କିଣି ବ୍ୟବହାର କରୁଥିଲେ ମଧ୍ୟ ତାହା ନିମ୍ନମାନର ବୋଲି ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଜିଲା କୃଷି ଅଧିକାରୀ ଶିବପ୍ରସାଦ ମଲ୍ଲିକ କୁହନ୍ତି, ୨୦୧୫ରେ ଓଡ଼ିଶା ସିଡ୍‌ ସପ୍ଲାଏ କର୍ପୋରେଶନ (ଓଏସ୍‌ଏସ୍‌ସି) ପକ୍ଷରୁ ନଳିତା, ମେସ୍ତା, ଧନିଚା ବିହନ ଯୋଗାଇ ଦିଆଯାଇଥିଲା। ଏହି ବିହନକୁ ଜିଲାର ପ୍ରାୟ ୭ ହଜାର ଚାଷୀ କ୍ରୟକରି ଖେତରେ ଚାଷ କରିଥିଲେ। ନଳିତା ଓ ମେସ୍ତା ବିହନ ସଂଗ୍ରହକୁ କର୍ପୋରେଶନ ଏବେ ବନ୍ଦ କରିଦେଇଛି। ଫଳରେ ଚାଷୀଙ୍କୁ ଏ ପ୍ରକାର ବିହନ ଯୋଗାଇବା ସମ୍ଭବ ହେଉନାହିଁ। ସେହିପରି ଚଳିତବର୍ଷ ୧୧୫ କୁଇଣ୍ଟାଲ ଧନିଚା ବିହନ ପାଇଁ ଚିଠା ଯାଇଥିଲେ ମଧ୍ୟ ଜିଲାର ଗୋଦାମକୁ ଅଦ୍ୟାବଧି ପହଞ୍ଚତ୍ ନ ଥିବା ସେ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକ କଂସାର ପଞ୍ଚାୟତର ନିରଞ୍ଜନ ପରିଡା କହିଛନ୍ତି, କେନ୍ଦ୍ରାପଡ଼ାର ମାଟି ନଳିତା ଓ ମେସ୍ତା ଚାଷ ପାଇଁ ଉପଯୁକ୍ତ। ଏହି ଚାଷ କରି ଝୋଟ ବିକିବା ସହ ବିଭିନ୍ନ ସମୟରେ ମିଠା ନଳିତା ପତ୍ର ଓ କାଉଁରିଆ କାଠି ବିକ୍ରି କରି ବେଶ୍‌ କିଛି ପଇସା ହାତକୁ ଆସୁଥିଲା। ମାତ୍ର କୃଷି ବିଭାଗର ଅପାରଗତା ହେତୁ ଏହି ଚାଷ ବନ୍ଦ ହେବାକୁ ବସିଛି। କୃଷକ ନେତା ଗୟାଧର ଧଳ କହିଛନ୍ତି, ଧାନ ଫସଲରେ ଧନିଚାର ମହତ୍ତ୍ୱ ଅଧିକ। ଏକ ସମୟରେ ଧନିଚା ଓ ଧାନ ବୁଣିଥିଲେ ମଧ୍ୟ ଖୁବ୍‌ ଅଳ୍ପଦିନ ମଧ୍ୟରେ ଝଙ୍କାଳିଆ ହୋଇ ଧନିଚା ଗଛ ବଢ଼ିଥାଏ। ଚାଷୀ ଖେତରେ ପ୍ରଥମ ଗାର ହଳ କରିବା ସମୟରେ ଧନିଚା ଗଛ ମାଟିରେ ମିଶି ଜୈବିକ ଖତରେ ପରିଣତ ହୁଏ। ଫଳରେ ଧାନ ଫସଲ ପାଇଁ ରାସାୟନିକ ସାରର ଆବଶ୍ୟକତା ପଡ଼େନାହିଁ। ସେହିପରି ଧନିଚା ଗଛ ପିତା ହେତୁ ଧାନଗଛରେ ରୋଗପୋକ ନଷ୍ଟ ହୋଇଥାନ୍ତି। ତେବେ କୃଷି ବିଭାଗ ଅକ୍ଷୟ ତୃତୀୟାଠାରୁ ଧାନ ସହ ଧନିଚା ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ଥିବାବେଳେ ଏ ପର୍ଯ୍ୟନ୍ତ ବିହନ ଜିଲାକୁ ନ ଆସିବା ଦୁର୍ଭାଗ୍ୟଜନକ ବୋଲି ସେ ମତ ଦେଇଛନ୍ତି। ଡେରାବିଶ ବ୍ଲକ ଚାଟରାଚକଡ଼ାର ଚାଷୀ ମହେଶ୍ୱର ସେଠୀ କହିଛନ୍ତି, ୨୦୧୫ରେ ସରକାରୀ ଭାବେ ନଳିତା ମଞ୍ଜି କିଲୋ ପ୍ରତି ୪୦ ଟଙ୍କାରେ କିଣାଯାଇଥିଲା। ଏବେ ବଜାରରେ ଏହି ମଞ୍ଜିକୁ ୯୦ ଟଙ୍କା ଦେଇ କିଣିବାକୁ ପଡୁଛି। ପାରିପଙ୍ଗରାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ରମାମଣି ସାମଲ କୁହନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବନ୍ଦ ପାଇଁ ଘୋଷଣା ହୋଇଛି। ଏହି ଘୋଷଣା ଆମ ପରି ଝୋଟ କୁଟିରଶିଳ୍ପୀଙ୍କ ପାଇଁ ବରଦାନ ସଦୃଶ। ତେବେ ଜିଲାରେ ଏବେ ଝୋଟ ଉତ୍ପାଦନ କମିଛି। ଏ ପରିସ୍ଥିତିରେ ଝୋଟ ଉତ୍ପାଦନ ପାଇଁ ନଳିତା ବିହନ ନ ମିଳିବା ଦୁଃଖଦ ଘଟଣା। ଝୋଟ ସୁଲଭ ମୂଲ୍ୟରେ ମିଳିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଷର ଆବଶ୍ୟକତା ଅଛି। ଏଠାରୁ ଝୋଟ ନ ମିଳିଲେ ବାହାରୁ ଝୋଟ କିଣିବାକୁ ପଡ଼ିବ। ଫଳରେ ଉପତ୍ାଦିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବା ସହ ବିକ୍ରିରେ ଅସୁବିଧା ସୃଷ୍ଟି ହେବ। ନଳିତା ଚାଷ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri