ଉଲଗ୍ନ ପିଲା

ଭାରତରେ ଶିଶୁଙ୍କୁ ନେଇ ଅନ୍ଧବିଶ୍ୱାସ ବଳବତ୍ତର ରହିଛି। ସେପ୍ଟେମ୍ବର ୫ରେ ମଧ୍ୟପ୍ରଦେଶର ଦମୋହ ଜିଲା ଅନ୍ତର୍ଗତ ବନିୟା ଗ୍ରାମରେ ବର୍ଷା ପାଇଁ ପାଳିତ ପର୍ବ ଏହାର ଏକ ଦୃଷ୍ଟାନ୍ତ । ପ୍ରଥାନୁଯାୟୀ ବର୍ଷା ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ପାଖାପାଖି ୫ ବର୍ଷ ବୟସର ୬ ଜଣ ଝିଅଙ୍କୁ ଉଲଗ୍ନ ଅବସ୍ଥାରେ ଚଲାଯାଇଥିଲା। ଏମାନଙ୍କ କାନ୍ଧରେ ଥିବା ଏକ କାଠ ବାଡିରେ ବେଙ୍ଗ ବନ୍ଧାଯାଇଥିଲା । ଝିଅମାନଙ୍କ ସହ ସେମାନଙ୍କ ମା’ମାନେ ମଧ୍ୟ ଥିଲେ। ଝିଅମାନେ ଚାଲିଚାଲି ଯିବା ସମୟରେ ଗାଁର ମହିଳାମାନେ ଗୀତଗାଉଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡ଼ିଆରେ ଏଭଳି ଦୃଶ୍ୟ ପ୍ରସାରିତ ହେବା ପରେ ଉକ୍ତ ଘଟଣାର ତଦନ୍ତ ପାଇଁ ନ୍ୟାଶନାଲ କମିଶନ ଫର୍‌ ପ୍ରୋଟେକ୍‌ଶନ ଅଫ୍‌ ଚାଇଲ୍ଡ ରାଇଟ୍‌ସ (ଏନ୍‌ସିପିସିଆର୍‌) ଜିଲା ପ୍ରଶାସନକୁ ଏ ସଂକ୍ରାନ୍ତରେ ତଦନ୍ତ କରି ୧୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଝିଅମାନଙ୍କୁ ଉଲଗ୍ନ ହେବା ପାଇଁ ଯଦି ବାଧ୍ୟ କରାଯାଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି। ଏହା ତ ଆଇନଗତ ଦିଗକୁ ସୂଚିତ କରୁଛି, ହେଲେ ଆଧୁନିକ ଭାରତରେ ଏଭଳି ପ୍ରଥା ବନ୍ଦ କରିବା କଷ୍ଟକର। କହିବାକୁ ଆଧୁନିକ, କିନ୍ତୁ ଅଧିକାଂଶ ଭାରତୀୟଙ୍କ ମାନସିକତା ଅତ୍ୟନ୍ତ ପୁରାତନ। ଧର୍ମ ଓ ଅନ୍ଧବିଶ୍ୱାସ ନାମରେ ବିଭିନ୍ନ ବିକୃତ କାର୍ଯ୍ୟ କରାଇବା ପାଇଁ ସାଧାରଣ ଭାରତୀୟ ଆଗଭର ହୋଇଥାଆନ୍ତି। ଏହାର କାରଣ ହେଉଛି ସଚେତନ ମାନସିକତା ସୃଷ୍ଟି କରିବା ପାଇଁ ଆମ ସମାଜରେ କେବେହେଲେ ପ୍ରୟାସ କରାଯାଇନାହିଁ। ଏହା କେବଳ ଗଣିତ, ଭୂଗୋଳ ଭଳି ଶିକ୍ଷା ମାଧ୍ୟମରେ ହାସଲ କରି ହୋଇ ନ ଥାଏ। ସାମାଜିକ ପରିବର୍ତ୍ତନ ହେଉଛି ଏକମାତ୍ର ବାଟ। ଏଭଳି ପରିବର୍ତ୍ତନର ନେତୃତ୍ୱ ସମାଜ ଭିତରୁ ଆରମ୍ଭ ହେବା ଦରକାର; ରାଜନୈତିକ କିମ୍ବା ପ୍ରଶାସନିକ ହସ୍ତକ୍ଷେପରେ ସୁଧାର ଆସିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମପ୍ରେମର ପ୍ରଦର୍ଶନ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ମଣିଷ ସବୁଠାରୁ ବେଶି ଭଲପାଏ ନିଜକୁ। ନିଜର ଚେହେରା, ହାବଭାବ, କର୍ମ ଅନ୍ୟମାନଙ୍କ ନିମନ୍ତେ ଗ୍ରହଣୀୟ ନ ହେଲେ ମଧ୍ୟ...

ସବୁ ବଦଳିଗଲା

ଏକ ମେଣ୍ଟ ସରକାର ତାଙ୍କର ନିଜସ୍ବ ତଥା ସ୍ବତନ୍ତ୍ର ସଞ୍ଚାଳନ ପଦ୍ଧତି ସୃଷ୍ଟି କରିଥାଆନ୍ତିି, ଯାହା ଅମଲାତନ୍ତ୍ରକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ମହାରାଷ୍ଟ୍ରରେ ଏବେ...

ଏଇ ଭାରତରେ

କୋଭିଡ୍‌ ମହାମାରୀରେ ଲକ୍‌ଡାଉନ ଯୋଗୁ ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏବେ ସୁଦ୍ଧା ସେମାନେ ନିଜକୁ ସଳଖି ପାରିନାହାନ୍ତି। କିନ୍ତୁ ଏହା ମଧ୍ୟ ସ୍ବୀକାର୍ଯ୍ୟ ଯେ, ଲକ୍‌ଡାଉନ...

ଭିଡିଓ ଗେମ୍‌

କରୋନା ମହାମାରୀ ଯୋଗୁ ବିଶ୍ୱସାରା ଲୋକ ସଂକ୍ରମିତ। ଏହି ଭୂତାଣୁ ପ୍ରାୟ ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଶିଶୁଠାରୁ ବୟସ୍କଙ୍କୁ ଘରେ ବାନ୍ଧି ରଖିଛି।...

ଏଇ ଭାରତରେ

ଗୋଟିଏ ପଟେ ଶିକ୍ଷାଦାନ ଓ ଅନ୍ୟପଟେ ପରିବେଶ ସୁରକ୍ଷା ପାଇଁ ଚେଷ୍ଟିତ ଜଣେ ଶିକ୍ଷକଙ୍କ ଜୀବନ ଗାଥା ନିଶ୍ଚୟ ପ୍ରେରଣାଦାୟକ। ଏହି ଶିକ୍ଷକ ଜଣକ ହେଉଛନ୍ତି...

ଏଇ ଭାରତରେ

ଅଦିନିଆ ବର୍ଷାରୁ ଫସଲକୁ ରକ୍ଷା କରିବା ପାଇଁ ଗୁଜରାଟର ବିଭିନ୍ନ ସ୍ଥାନରେ ଚାଷୀମାନେ ଅଜବ ପରମ୍ପରା ପାଳନ କରନ୍ତି। ବର୍ଷା ବନ୍ଦ କରିବାକୁ ସେମାନେ ‘ଅଲାଦ୍ରା...

ଏଇ ଭାରତରେ

କୀ ର୍ତ୍ତି ଭାରତୀ ଏବେ ସୁଦ୍ଧା ୧୪୦୦ରୁ ଊର୍ଦ୍ଧ୍ୱ ବାଲ୍ୟ ବିବାହ ରୋକି ପାରିଛନ୍ତି। ତାଙ୍କୁ ଏବେ ବୟସ ୩୫। ଜନ୍ମ ଗୁଜରାଟରେ, ହେଲେ କର୍ମଭୂମି...

ଆନୁଗତ୍ୟ ବୋହୁଛି

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ବିଧାନିକ ସମ୍ପର୍କ ସ୍ଥାପନ ପାଇଁ ଭାରତରେ ରାଜ୍ୟପାଳମାନଙ୍କୁ ନିଯୁକ୍ତ କରାଯାଇଥାଏ। ହେଲେ ଦେଖାଯାଉଛି କେତେକ ରାଜ୍ୟପାଳ ସାମ୍ବିଧାନିକ ସୀମା ଅତିକ୍ରମ...

Advertisement
Archives

Model This Week