Posted inଜାତୀୟ

ଉଠିଲା ଗାଜିପୁର ସୀମାରେ ପୋତା ଯାଇଥିବା କଣ୍ଟା

ନୂଆଦିଲ୍ଲୀ,୪ ।୨: ରାଜଧାନୀ ଦିଲ୍ଲୀର ଗାଜିପୁର ସୀମାରେ ପୋତାଯାଇଥିବା କଣ୍ଟା ଗୁଡିକୁ ଗୁରୁବାର ଉଠାଇ ଦିଆଯାଇଛି । ବାରିକେଡ ନିକଟରେ ଏହି କଣ୍ଟା ଗୁଡିକ ପୋତା ଯାଇଥିଲା । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନୂଆଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି । ଜାନୁୟରୀ ୨୬ରେ ଏହି କୃଷି ଆଇନକୁ ବିରୋଧ କରି କୃଷକଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ବାହାର କରାଯାଇଥିଲା । ଏହାପରେ ଦିଲ୍ଲୀ ହୋଇ ଉଠିଥିଲା ଅଶାନ୍ତ । ପୋଲିସ ଓ କୃଷକଙ୍କ ମଧ୍ୟରେ ମୁହାଁ ମୁହିଁ ହେବା ସହ କେତେଜଣ ଏଥିରେ ଆହତ ମଧ୍ୟ ହୋଇଥିଲେ । ଏହି ଅଶାନ୍ତ ପରିବେଶକୁ ଦେଖି କିଛି ସୀମାରେ ସରକାରଙ୍କ ପକ୍ଷରୁ କଣ୍ଟା ପୋତି ଦିଆଯାଇଥିଲା । ପାଖାପାଖି ୧୨ ଲେୟାର ବାରିକେଡ ସହ ଏହି କଣ୍ଟା କୃଷକଙ୍କୁ ଦିଲ୍ଲୀ ଭିତରକୁ ପ୍ରବେଶ କରିବାକୁ ଅଟକାଇଥିଲା । ଆଉ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ ଗୁରୁବାର ଏହିସବୁ କଣ୍ଟାକୁ ଉଠାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଫୁଟର ବୋର୍‌ଓ୍ବେଲ୍‌ରେ ଖସିପଡ଼ିଲା ୪ ବର୍ଷର ଶିଶୁ: ଉଦ୍ଧାର ଲାଗି ସେନା ସହାୟତା ଲୋଡ଼ାଗଲା

ଭୋପାଳ,୪।୧୧: ମଧ୍ୟପ୍ରଦେଶର ନିଓ୍ବାରି ଜିଲା ଅନ୍ତର୍ଗତ ବରୋ ବୁଜୁର୍ଗ ଗ୍ରାମସ୍ଥିତ ଏକ ଫାର୍ମରେ ଥିବା ୨୦୦ ଫୁଟର ଏକ ବୋର୍‌ଓ୍ବେଲ ଭିତରକୁ ଜଣେ ୪ ବର୍ଷର...

ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ !

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ ଇସ୍ରାଏଲ୍‌ ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଉଲ୍‌-ହିନ୍ଦ୍‌ ଦାୟୀ ନିଜକୁ ଦାୟୀ କରିଛି। ସଂଗଠନର ସୋସିଆଲ୍‌...

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ପରିବର୍ତ୍ତନ

ରାୟପୁର,୧୫ା୭: ଚଳିତ ବର୍ଷ ଶେଷ ସୁଦ୍ଧା ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ...

ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ: ଲକ୍‌ଡାଉନ୍‌ ଯୋଗୁ ପହଞ୍ଚି ପାରିଲେନି ପୁଅ !

ଚନ୍ଦୌଲି,୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ଚନ୍ଦୌଲିର ବବୁରୀ ଅଞ୍ଚଳରେ ବାସ...

ସଡ଼କ ଦୁର୍ଘଟଣାରେ ମୃତ ପ୍ରବାସୀ ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ଯୋଗୀ ଆଦିତ୍ୟନାଥ

ଔରୟା,୧୬।୫: ଉତ୍ତରପ୍ରଦେଶର ଔରୟାଠାରେ ଶନିବାର ଟ୍ରକ୍‌ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ୨୪...

ପାଓ୍ବାରଙ୍କ ଘରେ ଭାଜପା ସାଂସଦ

ମୁମ୍ବାଇ,୨୪।୧୧: ରବିବାର ସକାଳୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଘରେ ପହଞ୍ଚିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜୟ କାକଡେ। ସେ କ’ଣ ପାଇଁ ପାଓ୍ବାରଙ୍କ...

ନବଜାତ ଶିଶୁ କନ୍ୟାକୁ ନାଳରେ ଫୋପାଡିଲେ ମା’ ଉଦ୍ଧାର କଲା କୁକୁର

କୌଥଲ,୧୯।୭: ହରିୟାଣାର କୌଥଲରେ ଶିଶୁ କନ୍ୟାକୁ ଅଲୋଡା ଭାବି ଜନ୍ମିତ ମା’ ଫିଙ୍ଗି ଦେଇଛନ୍ତି ନାଳ ଭିତରକୁ। ସୂଚନା ଅନୁଯାୟୀ, କୌଥାଲରେ ଜଣେ ମହିଳା ଶିଶୁ...

ଇଣ୍ଡିଆ ହେଉ ହିନ୍ଦୁସ୍ଥାନ, ରବି କିଶନ ସଂସଦରେ ଆଣିବେ ଘରୋଇ ବିଲ୍‌…

ନୂଆଦିଲ୍ଲୀ,୨।୧୦ : ମହାରାଷ୍ଟ୍ରରେ ବନ୍ଦେ ମାତରଂ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୋରଖପୁର ଏମ୍‌ପି ରବି କିଶନ ରବିବାର ହେଲୋ ପରିବର୍ତ୍ତେ ବନ୍ଦେ ମାତରଂକୁ ସମର୍ଥନ...

Advertisement
Archives

Model This Week