ନଖକଟାରେ ନାଗସାପ ଦାନ୍ତ ଭାଙ୍ଗୁଥିଲେ

ବଲାଙ୍ଗୀର ଅଫିସ,୧୩।୧୧: ବଲାଙ୍ଗୀର ଜିଲା ପୁଇଁତଲା ଥାନା ବିଲେଇସର୍ଡା ଗ୍ରାମର ଜଣେ ଯୁବକ ନାଗସାପ ଧରିବା ପରେ ନଖକଟାରେ ସାପ ଦାନ୍ତ ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସମ୍ପୃକ୍ତ ଯୁବକ
ହେଲେ ଗ୍ରାମର ବୀର ବିଶ୍ୱାଳ(୩୫)। ବିଭିନ୍ନ ସ୍ଥାନରୁ ବିଷଧର ସାପ ବିଶେଷକରି ନାଗସାପ ଧରିବା ପରେ ଏକ ନଖକଟା ଯନ୍ତ୍ରରେ ସମ୍ପୃକ୍ତ ସାପର ବିଷଦାନ୍ତ ଭାଙ୍ଗିଦେଉଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ବଲାଙ୍ଗୀର ସ୍ନେକ୍‌ ହେଲ୍‌ପଲାଇନ୍‌ ପକ୍ଷରୁ ସ୍ଥାନୀୟ ବନ ବିଭାଗ ରେଞ୍ଜ ଅଫିସରେ ଅଭିଯୋଗ କରାଯାଇଛି। ସାପକୁ ନିର୍ଯାତନା ଦେଉଥିବା ଏବଂ ଏହାର ଭିଡିଓ କରି ଭାଇରାଲ କରୁଥିବା
ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରାଯାଇଛି। ସ୍ନେକ୍‌ ହେଲପଲାଇନ୍‌ ପକ୍ଷରୁ ଅନୋଜ
ମିଶ୍ର କହିଛନ୍ତି ଯେ, ସାପକୁ ଏଭଳି ନିର୍ଯାତନା ଦେବା ଆଇନସଙ୍ଗତ ନୁହେଁ। ଏନେଇ ବଲାଙ୍ଗୀର ବନବିଭାଗ ରେଞ୍ଜ ଅଫିସର କେଶବ କିଶୋର ନାୟକଙ୍କୁ
ପଚାରିବାରୁ ଅଭିଯୋଗ ଏବଂ ଭାଇରାଲ ଭିଡିଓ ପାଇବା ପରେ ବିଭାଗ ଟିମ୍‌ ତୁରନ୍ତ ବିଲେଇସର୍ଡା ଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରିଥିଲା। ତେବେ ଅଭିଯୁକ୍ତ କୁଆଡେ ପଳାଇ ଯାଇଥିବାରୁ ତାଙ୍କୁ ଧରାଯାଇ ପାରିନାହିଁ ବୋଲି ସେ କହିଛନ୍ତି। ଆଇନ ଅନୁଯାୟୀ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri