Posted inଖେଳ

ନାଗାଲ ଜିତିଲେ ଚେନ୍ନାଇ ଓପନ

ଚେନ୍ନାଇ, ୧୨ା୨ (ପି.ଟି.): ଭାରତର ଟପ୍‌ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ରବିବାର ତାଙ୍କର ପଞ୍ଚମ ଚ୍ୟାଲେଞ୍ଜର ଲେଭଲ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଚେନ୍ନାଇ ଓପନ ଟେନିସ ପ୍ରତିଯୋଗିତା ଫାଇନାଲରେ ସେ ଇଟାଲୀର ଲୁକା ନାର୍ଡିଙ୍କୁ ୬-୧, ୬-୪ରେ ହରାଇ ଦେଇଛନ୍ତି। ଫଳତଃ ସୋମବାର ପ୍ରକାଶିତ ହେବାକୁଥିବା ର଼୍ୟାଙ୍କିଙ୍ଗ ତାଲିକାରେ ସେ ୯୮ତମ ସ୍ଥାନକୁ ଉନ୍ନୀତ ହେବେ। ଏହା ଦ୍ୱାରା ୨୦୧୯ରେ ବାମହାତୀ ପ୍ରଜନେଶ ଗୁଣେଶ୍ୱରନଙ୍କ ପରେ ସିଙ୍ଗଲ୍ସ ଟପ୍‌ ୧୦୦ରେ ପ୍ରବେଶ କରିବାରେ ନାଗାଲ ପ୍ରଥମ ଭାରତୀୟ ହେବେ। ଭାରତର ଏହି ୨୬ ବର୍ଷୀୟ ଖେଳାଳିଙ୍କର ୨୦୨୪ ସିଜନରେ ଭଲ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆନ ଓପନ ପାଇଁ କ୍ୱାଲିଫାଏ କରିବା ପରେ ପ୍ରଥମ ରାଉଣ୍ଡରେ ସେ ଟପ୍‌ ୩୦ ଖେଳାଳି ଆଲେକ୍‌ଜାଣ୍ଡର ବବ୍‌ଲିକ୍‌ଙ୍କୁ ହରାଇ ଦେଇଥିଲେ। ଜବରଦସ୍ତ ଫର୍ମରେ ରହିଥିବା ନାଗାଲ ଗୋଟିଏ ହେଲେ ସେଟ୍‌ ଡ୍ରପ୍‌ ନ କରି ଚେନ୍ନାଇ ଓପନ ଜିତିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥାଗତ ବିଶ୍ୱସନୀୟତାର ସଙ୍କଟ

ରତରେ ଜନସାଧାରଣଙ୍କ ଚର୍ଚ୍ଚାରେ ‘ଅଭିଯୋଗ, ମହାଭିଯୋଗ ଏବଂ ଖ୍ୟାତି’ ଭଳି ତିନୋଟି ଶବ୍ଦ ମୁଖ୍ୟ ବିଷୟ ହୋଇିଛି। ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ନେଇ…

ହ୍ବାଟ୍‌ସଆପ୍‌ରେ ଇପିଏଫ୍‌ଓ ସେବା ଶୁଭାରମ୍ଭ

ନୂଆଦିଲ୍ଲୀ, ୨ା୧୧: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ରବିବାର ଇପିଏଫ୍‌ଓର ହ୍ବାଟ୍ସଆପ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଏହି ସେବା ଇପିଏଫ୍‌ ସଦସ୍ୟମାନଙ୍କୁ ସେମାନଙ୍କ…

କଳି କବଳିତ କୋଟିଆ

କୋଟିଆ ପଞ୍ଚାୟତର ଫଗୁଣ ସିନେରି, ଗଞ୍ଜେଇ ପଦର ଓ ଫାଟୁସିନେରି ଗ୍ରାମରେ ନିର୍ବାଚନ ହେବ, ଯାହାକୁ ନେଇ ଓଡ଼ିଶା ରାଜନୀତି ସରଗରମ। ଆନ୍ଧ୍ରପ୍ରଦେଶରେ ନିର୍ବାଚନ ପାଇଁ ବିଜ୍ଞପ୍ତି…

ଓମାର ସରକାରରେ ସଙ୍କଟ

ଶ୍ରୀନଗର,୨ା୧୧: ଜମ୍ମୁ-କଶ୍ମୀରରେ ଓମାର ଅବଦୁଲ୍ଲାଙ୍କ ନେତୃତ୍ୱାଧୀନ ସରକାର ବଡ଼ ଧରଣର ଆଭ୍ୟନ୍ତରୀଣ ସଙ୍କଟର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ୨୫ ଜଣ ଅସନ୍ତୁଷ୍ଟ ବିଧାୟକ ସେମାନଙ୍କ…

ନେପାଳରେ ତୁଷାରପାତ: ଫସିଛନ୍ତି ୬ ଭାରତୀୟ ପର୍ଯ୍ୟଟକ

କାଠମାଣ୍ଡୁ,୨ା୧୧(ପି.ଟି.): ନେପାଳରେ ଶନିବାର ଅପରାହ୍ନରେ ପ୍ରବଳ ତୁଷାରପାତ ହେବାରୁ ଶେ-ଫୋକ୍‌ସୁଣ୍ଡୋ ଜାତୀୟ ଉଦ୍ୟାନ ଅଞ୍ଚଳରେ ୨ ମହିଳାଙ୍କ ସମେତ ୬ ଜଣ ଭାରତୀୟ ପର୍ଯ୍ୟଟକ ଫସିରହିଛନ୍ତି। ଘଟଣାସ୍ଥଳରେ…

ଜର୍ମାନୀରେ ଜେନ୍‌-ଜି ଆନ୍ଦୋଳନ ବେଳେ ହିଂସା

ଫ୍ରାଙ୍କଫର୍ଟ/ବର୍ଲିନ,୨ା୧୧ ଉନ୍ନତ ଶିକ୍ଷା ଓ ଦରଦାମ୍‌ ହ୍ରାସ, ସାର୍ବଜନିକ ସେବାରେ ଉନ୍ନତି ଦାବି ଏବଂ ବାଧ୍ୟତାମୂଳକ ସାମରିକ ସେବା ବିରୋଧରେ ଜର୍ମାନୀର ବିଭିନ୍ନ ସହରରେ ଜେନ୍‌-ଜି ନେତୃତ୍ୱରେ…

ଆବାସିକ ଅଞ୍ଚଳ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା; ୯ ମୃତ , ଦେଖନ୍ତୁ ଛାତିଥରା ଭିଡ଼ିଓ

ଟେକ୍ସାସ,୨।୧୧: ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣ ଫ୍ଲୋରିଡାରେ ରବିବାର ନଅ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବିମାନ ଏକ ଆବାସିକ ଅଞ୍ଚଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…

ଭାରତ ପାଇଁ ଡବଲ ଖୁସି, ସିନ୍ଧୁ, ଲକ୍ଷ୍ୟ ଚାମ୍ପିୟନ

ସାରାବ୍ରକେନ,(ଜର୍ମାନୀ),୧ା୧୧: ଡବଲ ଅଲିମ୍ପିକ ପଦକ ବିଜେତା ପି. ଭି. ସିନ୍ଧୁ ଓ ଲକ୍ଷ୍ୟ ସେନ୍‌ ସାରାବ୍ରକେନଠାରେ ଅନୁଷ୍ଠିତ ହାଇଲୋ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଯଥାକ୍ରମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?