ଆଜିଠୁ ନଡ୍ଡାଙ୍କ ୨ଦିନିଆ ଓଡ଼ିଶା ଗସ୍ତ, ବରମୁଣ୍ଡା ପଡ଼ିଆରେ ବିଜେଡିର ଦୁଇ ଦିନିଆ ସମ୍ମିଳନୀ ଆରମ୍ଭ

ଭୁବନେଶ୍ବର,୨୯ା୯(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ହାଇଭୋଲ୍‌ଟେଜ୍‌ ରାଜନୈତିକ ଟକ୍କର ଦେଖିବାକୁ ମିଳିବ। ଦଳୀୟ କାର୍ଯ୍ୟକ୍ରମ ବାହାନାରେ ଉଭୟ ବିଜେଡି ଏବଂ ଭାଜପା ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତ ଲାଗି ଭାଜପା କରିଥିବା ବ୍ୟାପକ ଆୟୋଜନକୁ ଟକ୍କରଦେବାକୁ ବିଜେଡି ଆରମ୍ଭ କରିଛି ପ୍ରତିନିଧି ସମ୍ମିଳନୀ। ୨୦୨୪ ସାଧାରଣ ନିର୍ବାଚନ ଲାଗି ଭାଜପା ବିଗୁଲ୍‌ ଫୁଙ୍କିବା ସହିତ ରାଜ୍ୟରେ ଭାଜପା କିପରି ଶାସନ କ୍ଷମତାକୁ ଆସିବ ସେନେଇ ଦଳୀୟ ନେତୃବୃନ୍ଦଙ୍କୁ ନଡ୍ଡା ଗୁରୁମନ୍ତ୍ର ଦେବେ। ଅନ୍ୟପଟେ ଆସନ୍ତା ୨ ତାରିଖରୁ ବିଜେଡିର ଆରମ୍ଭ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରାରେ କେଉଁ ସବୁ ପ୍ରସଙ୍ଗ ନେଇ ଦଳ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଆଲୋଚନା କରିବ। ତେବେ ନିକଟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଭାଜପା ଏବଂ ବିଜେଡି ଏକାଠି ଥିବାବେଳେ ନଡ୍ଡାଙ୍କ ଆଭିମୁଖ୍ୟ କ’ଣ ହେବ ତାକୁ ନେଇ ତାଙ୍କ ଦଳର ନେତାମାନଙ୍କ ମଧ୍ୟ ଅପେକ୍ଷା ରହିଥିବା ଚର୍ଚ୍ଚା ହେଉଛି।

ମଇଦାନରେ ଭାଜପା ନଡ୍ଡାଙ୍କ କାର୍ଯ୍ୟକ୍ରମ ଲାଗି ମଞ୍ଚଠାରୁ ଆରମ୍ଭ କରି କର୍ମକର୍ତ୍ତାଙ୍କ ବସିବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା ଚଳାଇଥିବା ବେଳେ ବିଜେଡି ନିଜ କାର୍ଯ୍ୟକ୍ରମ ପାଇଁ ବରମୁଣ୍ଡା ପଡ଼ିଆକୁ ବାଛିଛି। ଭାଜପା କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ବିଜେଡି ମଧ୍ୟ ସବୁ ପ୍ରକାର ବନ୍ଦୋବସ୍ତ ଚଳାଇଛି। ଭାଜପା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ସହ ପୂରା ଟିମ୍‌ ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ତଦାରଖ କରୁଛନ୍ତି। ବିଜେଡି ଛାମୁଆ ସଙ୍ଗଠନ ଦଳର କାର୍ଯ୍ୟକ୍ରମ ଲାଗି ସବୁକିଛି ପ୍ରସ୍ତୁତିର ତଦାରଖ ଚଳାଇଛନ୍ତି। ରାଜଧାନୀରେ ଗୁରୁବାର ବିଜେଡି ଏବଂ ଭାଜପା ମୁହଁାମୁହିଁ ହେବେ। ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଛନ୍ତି। ସେଥିଲାଗି ଦଳ ତାଙ୍କୁ ସ୍ବାଗତ କରିବା ଲାଗି ବ୍ୟାପକ ଆୟୋଜନ ଚଳାଇଛି। ଏୟାରପୋର୍ଟରୁ ଆରମ୍ଭକରି ଭାଜପା ରାଜ୍ୟ କାର୍ଯ୍ୟାଳୟ ଏବଂ ସେଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ସବୁଠାରେ ନଡ୍ଡାଙ୍କ ପୋଷ୍ଟର ଏବଂ କଟ୍‌ଆଉଟ ଛାଇ ହୋଇଯାଇଛି। ନଡ୍ଡାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ଭାଜପା ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଓ ଗୀତର ଆୟୋଜନ କରିଛି। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ନଡ୍ଡାଙ୍କୁ ଦଳୀୟ କାର୍ଯ୍ୟାଳୟ ଏବଂ ଏହାପରେ ଜନତା ମଇଦାନକୁ ଯିବେ। ସେଠାରେ ଶକ୍ତିକେନ୍ଦ୍ର ବା ପଞ୍ଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ସେ ଗୁରୁମନ୍ତ୍ର ଦେବେ। ସଙ୍ଗଠନକୁ ମଜଭୁତ କରିବା ସହିତ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମାହୋଲ ବନାଇବାକୁ ରଣନୀତି ପ୍ରସ୍ତୁତ ହେବ। ସେଠାରୁ କାର୍ଯ୍ୟକ୍ରମ ଶେଷକରି ଦଳୀୟ କାର୍ଯ୍ୟାଳୟରେ ଏମ୍‌ପି, ବିଧାୟକ ଏବଂ ପଦାଧିକାରୀମାନଙ୍କ ସହ ଗୁପ୍ତ ଆଲୋଚନା ହେବ। ଏହାପରେ ସାରେ ପୁରୀ ଗସ୍ତରେ ଯାଇ ସେଠାରେ ରାତ୍ରିଯାପନ କରିବେ। ୩୦ ତାରିଖ ସକାଳେ ମହାପ୍ରଭୁଙ୍କ ଦର୍ଶନ ସାରି ସେଠାରୁ ସିଧାସଳଖ ଭଦ୍ରକ ଗସ୍ତ କରିବେ। ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବେ। ସେଠାରୁ ଫେରିବା ପରେ ପୁଣିଥରେ ଜନତା ମଇଦାନଠାରେ ସଂଯୁକ୍ତ ମୋର୍ଚ୍ଚାମାନଙ୍କୁ ନେଇ ଆୟୋଜନ ହେବାକୁ ଥିବା ସଭାରେ ସାମିଲ ହେବେ। ଏହାପରେ ଦଳୀୟ କାର୍ଯ୍ୟାଳୟ ଫେରି କୋର୍‌ ଟିମ୍‌ ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ପୁରନ୍ଦେଶ୍ୱରୀ କହିଛନ୍ତି, ନଡ୍ଡା ଏଠାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ମାର୍ଗଦର୍ଶନ ଦେବାକୁ ଏବଂ ଆଗାମୀ ନିର୍ବାଚନରେ ଦଳ କିପରି ଲଢ଼େଇକୁ ଓହ୍ଲାଇବ, ତା’ର ପ୍ରସ୍ତୁତି କେମିତି ହେବ ସେନେଇ ଜଣାଇବେ। ଏହାସହ କେଉଁ ଏଜେଣ୍ଡା ଧରି ଆଗକୁ ଦଳ ଯିବ ସେହି ସମସ୍ତ ବିଷୟରେ କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡା ମାର୍ଗଦର୍ଶନ ଦେବେ।

ସମାନ ଦୁଇଦିନ ବିଜେଡି ଭାଜପା କାର୍ଯ୍ୟକ୍ରମକୁ କାଉଣ୍ଟର କରିବ। ପ୍ରଥମ ଦିନ ବିଜୁ ଯୁବ, ଛାତ୍ର ଓ ମହିଳା ଟିମ୍‌, ବିଧାୟକ, ଏମ୍‌ପି, ଜିଲା ସଭାପତିମାନେ ଯୋଗଦେବେ। ୩୦ରେ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କ ବୈଠକ ହେବ। ଅକ୍ଟୋବର ୨ରୁ ଆରମ୍ଭ ହେଉଥିବା ପଦଯାତ୍ରାରେ ଦଳ କେଉଁ ସବୁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ସେନେଇ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭିସି ଜରିଆରେ ସାମିଲ ହୋଇପାରନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିଜେଡି ଓ ଭାଜପା କାର୍ଯ୍ୟକ୍ରମକୁ କାଉଣ୍ଟର କରି କହିଛନ୍ତି, ବିଜେଡି ଓ ଭାଜପା ଉଭୟ ଭିତରେ ଏକାଠି ହୋଇଛନ୍ତି। ଭାଜପାର କେନ୍ଦ୍ରୀୟ ନେତା ଆଉ ବିଜେଡି ବିରୋଧରେ ମୁହଁ ଖୋଲୁନାହାନ୍ତି। ଭାଜପାକୁ ୧୫ଟି ଏମ୍‌ପି ଆସନ ଦରକାର ଏବଂ ବିଜେଡିକୁ ମୁଖ୍ୟମନ୍ତ୍ରୀ ପଦ ଆବଶ୍ୟକ। ବିଜେଡିକୁ ସିବିଆଇ ଭୟ ଥିବାବେଳେ ଭାଜପାକୁ ଭୋଟ୍‌ ଡର। ତେଣୁ ଉଭୟେ ଏକାଠି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri