ଆଜିଠୁ ନଡ୍ଡାଙ୍କ ୨ଦିନିଆ ଓଡ଼ିଶା ଗସ୍ତ, ବରମୁଣ୍ଡା ପଡ଼ିଆରେ ବିଜେଡିର ଦୁଇ ଦିନିଆ ସମ୍ମିଳନୀ ଆରମ୍ଭ

ଭୁବନେଶ୍ବର,୨୯ା୯(ବ୍ୟୁରୋ): ଭୁବନେଶ୍ୱରରେ ଗୁରୁବାର ହାଇଭୋଲ୍‌ଟେଜ୍‌ ରାଜନୈତିକ ଟକ୍କର ଦେଖିବାକୁ ମିଳିବ। ଦଳୀୟ କାର୍ଯ୍ୟକ୍ରମ ବାହାନାରେ ଉଭୟ ବିଜେଡି ଏବଂ ଭାଜପା ନିଜ ନିଜର ଶକ୍ତି ପ୍ରଦର୍ଶନ କରିବେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଓଡ଼ିଶା ଗସ୍ତ ଲାଗି ଭାଜପା କରିଥିବା ବ୍ୟାପକ ଆୟୋଜନକୁ ଟକ୍କରଦେବାକୁ ବିଜେଡି ଆରମ୍ଭ କରିଛି ପ୍ରତିନିଧି ସମ୍ମିଳନୀ। ୨୦୨୪ ସାଧାରଣ ନିର୍ବାଚନ ଲାଗି ଭାଜପା ବିଗୁଲ୍‌ ଫୁଙ୍କିବା ସହିତ ରାଜ୍ୟରେ ଭାଜପା କିପରି ଶାସନ କ୍ଷମତାକୁ ଆସିବ ସେନେଇ ଦଳୀୟ ନେତୃବୃନ୍ଦଙ୍କୁ ନଡ୍ଡା ଗୁରୁମନ୍ତ୍ର ଦେବେ। ଅନ୍ୟପଟେ ଆସନ୍ତା ୨ ତାରିଖରୁ ବିଜେଡିର ଆରମ୍ଭ ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରାରେ କେଉଁ ସବୁ ପ୍ରସଙ୍ଗ ନେଇ ଦଳ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ଆଲୋଚନା କରିବ। ତେବେ ନିକଟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ଭାଜପା ଏବଂ ବିଜେଡି ଏକାଠି ଥିବାବେଳେ ନଡ୍ଡାଙ୍କ ଆଭିମୁଖ୍ୟ କ’ଣ ହେବ ତାକୁ ନେଇ ତାଙ୍କ ଦଳର ନେତାମାନଙ୍କ ମଧ୍ୟ ଅପେକ୍ଷା ରହିଥିବା ଚର୍ଚ୍ଚା ହେଉଛି।

ମଇଦାନରେ ଭାଜପା ନଡ୍ଡାଙ୍କ କାର୍ଯ୍ୟକ୍ରମ ଲାଗି ମଞ୍ଚଠାରୁ ଆରମ୍ଭ କରି କର୍ମକର୍ତ୍ତାଙ୍କ ବସିବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସ୍ଥା ଚଳାଇଥିବା ବେଳେ ବିଜେଡି ନିଜ କାର୍ଯ୍ୟକ୍ରମ ପାଇଁ ବରମୁଣ୍ଡା ପଡ଼ିଆକୁ ବାଛିଛି। ଭାଜପା କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଦଳ ପକ୍ଷରୁ ବ୍ୟାପକ ଆୟୋଜନ ଚାଲିଥିବା ବେଳେ ବିଜେଡି ମଧ୍ୟ ସବୁ ପ୍ରକାର ବନ୍ଦୋବସ୍ତ ଚଳାଇଛି। ଭାଜପା ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ସହ ପୂରା ଟିମ୍‌ ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତିକୁ ତଦାରଖ କରୁଛନ୍ତି। ବିଜେଡି ଛାମୁଆ ସଙ୍ଗଠନ ଦଳର କାର୍ଯ୍ୟକ୍ରମ ଲାଗି ସବୁକିଛି ପ୍ରସ୍ତୁତିର ତଦାରଖ ଚଳାଇଛନ୍ତି। ରାଜଧାନୀରେ ଗୁରୁବାର ବିଜେଡି ଏବଂ ଭାଜପା ମୁହଁାମୁହିଁ ହେବେ। ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଛନ୍ତି। ସେଥିଲାଗି ଦଳ ତାଙ୍କୁ ସ୍ବାଗତ କରିବା ଲାଗି ବ୍ୟାପକ ଆୟୋଜନ ଚଳାଇଛି। ଏୟାରପୋର୍ଟରୁ ଆରମ୍ଭକରି ଭାଜପା ରାଜ୍ୟ କାର୍ଯ୍ୟାଳୟ ଏବଂ ସେଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ସବୁଠାରେ ନଡ୍ଡାଙ୍କ ପୋଷ୍ଟର ଏବଂ କଟ୍‌ଆଉଟ ଛାଇ ହୋଇଯାଇଛି। ନଡ୍ଡାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ଭାଜପା ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଓ ଗୀତର ଆୟୋଜନ କରିଛି। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ନଡ୍ଡାଙ୍କୁ ଦଳୀୟ କାର୍ଯ୍ୟାଳୟ ଏବଂ ଏହାପରେ ଜନତା ମଇଦାନକୁ ଯିବେ। ସେଠାରେ ଶକ୍ତିକେନ୍ଦ୍ର ବା ପଞ୍ଚାୟତରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ସେ ଗୁରୁମନ୍ତ୍ର ଦେବେ। ସଙ୍ଗଠନକୁ ମଜଭୁତ କରିବା ସହିତ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମାହୋଲ ବନାଇବାକୁ ରଣନୀତି ପ୍ରସ୍ତୁତ ହେବ। ସେଠାରୁ କାର୍ଯ୍ୟକ୍ରମ ଶେଷକରି ଦଳୀୟ କାର୍ଯ୍ୟାଳୟରେ ଏମ୍‌ପି, ବିଧାୟକ ଏବଂ ପଦାଧିକାରୀମାନଙ୍କ ସହ ଗୁପ୍ତ ଆଲୋଚନା ହେବ। ଏହାପରେ ସାରେ ପୁରୀ ଗସ୍ତରେ ଯାଇ ସେଠାରେ ରାତ୍ରିଯାପନ କରିବେ। ୩୦ ତାରିଖ ସକାଳେ ମହାପ୍ରଭୁଙ୍କ ଦର୍ଶନ ସାରି ସେଠାରୁ ସିଧାସଳଖ ଭଦ୍ରକ ଗସ୍ତ କରିବେ। ଦିବଂଗତ ନେତା ବିଷ୍ଣୁ ସେଠୀଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବେ। ସେଠାରୁ ଫେରିବା ପରେ ପୁଣିଥରେ ଜନତା ମଇଦାନଠାରେ ସଂଯୁକ୍ତ ମୋର୍ଚ୍ଚାମାନଙ୍କୁ ନେଇ ଆୟୋଜନ ହେବାକୁ ଥିବା ସଭାରେ ସାମିଲ ହେବେ। ଏହାପରେ ଦଳୀୟ କାର୍ଯ୍ୟାଳୟ ଫେରି କୋର୍‌ ଟିମ୍‌ ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ପୁରନ୍ଦେଶ୍ୱରୀ କହିଛନ୍ତି, ନଡ୍ଡା ଏଠାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ମାର୍ଗଦର୍ଶନ ଦେବାକୁ ଏବଂ ଆଗାମୀ ନିର୍ବାଚନରେ ଦଳ କିପରି ଲଢ଼େଇକୁ ଓହ୍ଲାଇବ, ତା’ର ପ୍ରସ୍ତୁତି କେମିତି ହେବ ସେନେଇ ଜଣାଇବେ। ଏହାସହ କେଉଁ ଏଜେଣ୍ଡା ଧରି ଆଗକୁ ଦଳ ଯିବ ସେହି ସମସ୍ତ ବିଷୟରେ କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡା ମାର୍ଗଦର୍ଶନ ଦେବେ।

ସମାନ ଦୁଇଦିନ ବିଜେଡି ଭାଜପା କାର୍ଯ୍ୟକ୍ରମକୁ କାଉଣ୍ଟର କରିବ। ପ୍ରଥମ ଦିନ ବିଜୁ ଯୁବ, ଛାତ୍ର ଓ ମହିଳା ଟିମ୍‌, ବିଧାୟକ, ଏମ୍‌ପି, ଜିଲା ସଭାପତିମାନେ ଯୋଗଦେବେ। ୩୦ରେ ବିଜେଡିର ନିର୍ବାଚିତ ପ୍ରତିନିଧିମାନଙ୍କ ବୈଠକ ହେବ। ଅକ୍ଟୋବର ୨ରୁ ଆରମ୍ଭ ହେଉଥିବା ପଦଯାତ୍ରାରେ ଦଳ କେଉଁ ସବୁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ସେନେଇ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଭିସି ଜରିଆରେ ସାମିଲ ହୋଇପାରନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିଜେଡି ଓ ଭାଜପା କାର୍ଯ୍ୟକ୍ରମକୁ କାଉଣ୍ଟର କରି କହିଛନ୍ତି, ବିଜେଡି ଓ ଭାଜପା ଉଭୟ ଭିତରେ ଏକାଠି ହୋଇଛନ୍ତି। ଭାଜପାର କେନ୍ଦ୍ରୀୟ ନେତା ଆଉ ବିଜେଡି ବିରୋଧରେ ମୁହଁ ଖୋଲୁନାହାନ୍ତି। ଭାଜପାକୁ ୧୫ଟି ଏମ୍‌ପି ଆସନ ଦରକାର ଏବଂ ବିଜେଡିକୁ ମୁଖ୍ୟମନ୍ତ୍ରୀ ପଦ ଆବଶ୍ୟକ। ବିଜେଡିକୁ ସିବିଆଇ ଭୟ ଥିବାବେଳେ ଭାଜପାକୁ ଭୋଟ୍‌ ଡର। ତେଣୁ ଉଭୟେ ଏକାଠି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri