ନାହିଁ ନାହିଁରେ ଚାଲିଛି ନବରଙ୍ଗପୁର ଜିଏନ୍‌ଏମ୍‌ କଲେଜ

ନବରଙ୍ଗପୁର,୨୪।୧(ବି.ପ୍ର.):ସ୍ବାସ୍ଥ୍ୟ ମଣିଷ ଜୀବନର ଅମୂଲ୍ୟ ସମ୍ପଦ। ଦେହ ଖରାପ ହୋଇଗଲେ ଆମେ ଦୌଡ଼ିଥାଉ ମେଡିକାଲକୁ। ଡାକ୍ତର, ଫାର୍ମାସିଷ୍ଟ, ଏଏନ୍‌ଏମ୍‌ ଓ ଜିଏନ୍‌ଏମ୍‌ମାନେ ଯାହା ଉପଚାର କରିଥାନ୍ତି, ତାହାକୁ ଗ୍ରହଣ କରିଥାଉ। ତେବେ ସେମାନେ ନେଇଥିବା ଟ୍ରେନିଂ ଯଦି ଠିକ୍‌ଭାବେ ହୋଇ ନ ଥିବ ତା’ହେଲେ ରୋଗୀ କିଭଳି ଉପଯୁକ୍ତ ସେବା ପାଇବେ ତାହା ଏକ ପ୍ରଶ୍ନବାଚୀ। ରାଜ୍ୟ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚକରି ବିଭିନ୍ନ ସ୍ଥାନରେ ଏଏନ୍‌ଏମ୍‌ ଓ ଜିଏନ୍‌ଏମ୍‌ ଟ୍ରେନିଂ ସେଣ୍ଟର ଖୋଲି ତାଲିମ ବ୍ୟବସ୍ଥା କରିଛନ୍ତି। ତୃଣମୂଳସ୍ତରରେ ଦେଖିଲାବେଳେ କେଉଁଠି ପ୍ରଶିକ୍ଷକ ତ କେଉଁଠି ଲାଇବ୍ରେରିରେ ବହି ଅଭାବ ତ କେଉଁଠି ଲାବ୍‌ରେ ସରଞ୍ଜାମ ନାହିଁ। ଯାହାକୁ ନେଇ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାରେ l ନାହିଁ ନାହିଁରେ ନବରଙ୍ଗପୁର ଜିଏନ୍‌ଏମ୍‌ ଚାଲିଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାରଙ୍କ ସହ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଆଲୋଚନାକଲେ ବି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀଛାତ୍ର।
ନବରଙ୍ଗପୁର ଜିଲାରେ ୨୦୧୨ରେ ଜିଏନ୍‌ଏମ୍‌ କଲେଜ ଆରମ୍ଭ କରାଯାଇଥିଲା। ପ୍ରଥମେ ଗୃହ ଅଭାବରୁ ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଏହି କଲେଜ କରାଯାଇ ପିଲାଙ୍କୁ ଟ୍ରେନିଂ ଦିଆଯାଉଥିଲା। ୨୦୧୫ରେ ନବରଙ୍ଗପୁର ସଦରସ୍ଥିତ ରଙ୍ଗମାଟିଗୁଡ଼ାରେ ନୂତନ ଗୃହ ନିର୍ମାଣ କରାଯାଇ ପିଲାଙ୍କୁ ଟ୍ରେନିଂ ଦିଆଯିବା ବ୍ୟବସ୍ଥା କରାଯାଉଛି। ୨୦୨୧-୨୨ଶିକ୍ଷାବଷଠାରୁ ଏଠାରେ ବିଏସ୍‌ସି ନର୍ସିଂ ପାଠ୍ୟକ୍ରମ ମଧ୍ୟ ଖୋଲାଯାଇଛି। ଏଠାରେ ଶିକ୍ଷକ ଅଭାବରୁ ପିଲାଙ୍କୁ ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ପିଲାଙ୍କ ଶିକ୍ଷା ପାଇଁ ମୋଟ ୨୦ଜଣଙ୍କ ଆବଶ୍ୟକତା ଥିବାବେଳେ ଏଠାରେ ଅଛନ୍ତି ମାତ୍ର ୪ ଜଣ ଶିକ୍ଷୟିତ୍ରୀ l ସେଥିରୁ ଜଣେ ଶିକ୍ଷୟିତ୍ରୀ ୨୦୧୬ରୁ ପ୍ରିନ୍ସିପାଲ ଚାର୍ଜ ତୁଲାଇ ଆସୁଛନ୍ତି। ପିଅନ, ଆଟେଣ୍ଡାଣ୍ଟ, ୱାର୍ଡେନ ମଧ୍ୟ ନାହାନ୍ତି l ଏଠାରେ ଜିଏନ୍‌ଏମ୍‌ ପାଠ୍ୟକ୍ରମରେ ୧୫୦ ଏବଂ ନର୍ସିଂର ୫୬ ଜଣ ଅଛନ୍ତି l ମାତ୍ର ୩ ଜଣ ଶିକ୍ଷୟିତ୍ରୀ ଏତେ ପିଲାଙ୍କୁ ପାଠ ପଢ଼ାଇବାରେ ଅସୁବିଧା ହେଉଥିବା ବେଳେ ଅନେକ ସମୟରେ କ୍ଳାସ୍‌ ବନ୍ଦ ହୋଇଯାଉଛି। ସେହିଭଳି ଲାବ୍‌ରେ ଯଥେଷ୍ଟ ପରିମାଣର ସାମଗ୍ରୀ ନ ଥିବାରୁ ପ୍ରାକ୍ଟିକାଲ କରିବାରେ ଅସୁବିଧା ହେଉଛି। ପିଲାମାନେ ଠିକ୍‌ରେ ପ୍ରାକ୍ଟିକାଲ କରି ନ ଥିବା ବେଳେ ପୁଣି କ୍ଲିନିକାଲ କରିବାକୁ ନବରଙ୍ଗପୁର ଡାକ୍ତରଖାନାକୁ ଯାଇ ରୋଗୀ ସେବା କରୁଥିବା ଦେଖିବାକୁ ମିଳୁଛି। ସେମାନେ କିଭଳି ରୋଗୀ ସେବା କରୁଥିବେ ତାହା ଅନୁମେୟ। କ୍ଲିନିକାଲ ଡ୍ୟୁଟି ସାରି ହଷ୍ଟେଲ ଫେରିବା ବେଳେ ରାତି ହୋଇଯାଉଛି। ରାସ୍ତା ନିଛାଟିଆ ଓ ଅନ୍ଧାର ଥିବାରୁ ଭୟ ରହୁଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଛାତ୍ରୀମାନେ ରହୁଥିବା ହଷ୍ଟେଲରେ ଫ୍ୟାନ୍‌, ବିଜୁଳି, ପାଣି ଠିକ୍‌ରେ ମିଳିପାରୁ ନ ଥିବାବେଳେ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ନାହିଁ। ସେମାନେ ଅସୁବିଧା ଭୋଗୁଛନ୍ତି ବୋଲି ଛାତ୍ରମାନେ କହିଛନ୍ତି। ସରକାର ଏ ଦିଗରେ ଦୃଷ୍ଟିଦେଇ ସମସ୍ତ ଅସୁବିଧା ଦୂର କରନ୍ତୁ। ଏପରି ନ ହେଲେ ବାଧ୍ୟହୋଇ ଆନ୍ଦୋଳନ କରିବେ ବୋଲି ଛାତ୍ରୀ ଶୁଭଦର୍ଶିନୀ ପାଣି, ଗୀତାଞ୍ଜଳି ମହାଲିକ, ଛାତ୍ର ଅନିମେଷ ଓଝା କହିଛନ୍ତି। ଅଭିଯୋଗ ନେଇ ଭାରପ୍ରାପ୍ତ ପ୍ରିନ୍ସିପାଲ ଯତୀନ ମଞ୍ଜୁ ବାରୁଆଙ୍କୁ ପଚାରିବାରୁ ପିଲାମାନେ ଯାହା ଯାହା ଅଭିଯୋଗ କରିଛନ୍ତି ତାହା ସତ। ରାଜ୍ୟ ସରକାରଙ୍କୁ କଲେଜ ସମସ୍ୟା ସମ୍ପର୍କରେ ବହୁବାର ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ସେ କହିଛନ୍ତି। ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ରମାନେ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି ବୋଲି ପ୍ରିନ୍ସିପାଲ ବାରୁଆ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri