ସିସିଟିଭି ଫୁଟେଜରେ ରହସ୍ୟଜନକ ୧ ଘଣ୍ଟା

ଭୁବନେଶ୍ୱର,୨୭ା୮(ବ୍ୟୁରୋ):: ରସୁଲଗଡ଼ ଭାଗବତ ସନ୍ଧାନ କଲୋନୀରେ ରାତିରେ ପଡୋଶୀଙ୍କ ଘରେ ଭୋଜିଭାତ ପରେ ସକାଳେ ନିଜ ଘରେ ପ୍ରଜ୍ଞା ପାରମିତା ଧଳଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ରହସ୍ୟ ବଢ଼ୁଛି। ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ପ୍ରଜ୍ଞାଙ୍କ ମୋବାଇଲ ଜବତ କରିବା ସହ ଏକ ଅମମୃତ୍ୟୁ ମାମଲା (ନଂ. ୮୧/୨୨) ରୁଜୁ କରି ତଦନ୍ତ ଚଳାଇଛି। ତେବେ ଏହା ଭିତରେ ସାମ୍ନାକୁ ଆସିଛି କିଛି ସିସିଟିଭି ଫୁଟେଜ। ଭୋଜି ପରେ ପଡୋଶୀଙ୍କ ଘରେ ହିଁ ପ୍ରଜ୍ଞା ସ୍ବାମୀ ସତ୍ୟନାରାୟଣ କର ଓ ଶିଶୁପୁତ୍ରଙ୍କ ସହ ଶୋଇପଡିଥିଲେ। ହେଲେ ମୃତ୍ୟୁର କେଇ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ଗୁରୁବାର ସକାଳ ୬ଟା ୩୮ରେ ପ୍ରଜ୍ଞା ପଡୋଶୀ ଘରୁ ବାହାରି ନିଜ ଘରକୁ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହାର କିଛି ସମୟ ପରେ ୭ଟା ୧୫ରେ ପଡୋଶୀ ମହିଳା ଜଣକ ପ୍ରଜ୍ଞାଙ୍କ ଘରକୁ ଯାଇ ୭ଟା ୩୫ରେ ଫେରିଥିଲେ। ଏହାର ୨୭ ମିନିଟ୍‌ ପରେ ୭ଟା ୪୨ରେ ସେ ପୁଣି ପ୍ରଜ୍ଞାଙ୍କ ଘରକୁ ଯାଇ ପେରୁଛନ୍ତି। ୮ଟା ୧୨ରେ ସ୍ବାମୀ ସତ୍ୟନାରାୟଣ ନିଜ ଘରକୁ ଯାଇ ୮ଟା ୨୫ରେ ପୁଣି ପଡୋଶୀ ମହିଳାଙ୍କ ଘରକୁ ଯାଉଛନ୍ତି। ୮ଟା ୩୪ରେ ସତ୍ୟନାରାୟଣ ପୁଅ ସହ ନିଜ ଘରକୁ ଯାଉଥିବା ଦୃଶ୍ୟ ସିସିଟିଭିରେ ରହିଛି। ଏହାପରେ ୮ଟା ୪୭ରେ ସତ୍ୟନାରୟଣଙ୍କ ଭାଇ ଓ ଭାଉଜ ସେଠାରେ ପହଞ୍ଚତ୍ଛନ୍ତି। ପୂରା ଦୃଶ୍ୟକୁ ତର୍ଜମା କଲେ ପଡୋଶୀଙ୍କ ଘରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟ କିଛି ଘଟଣା ଘଟିଥିବା ଓ ସକାଳେ ପ୍ରଜ୍ଞା ନିଜ ଘରକୁ ଯିବା ପରେ ମହିଳା ଜଣକ ବୁଝାଇବାକୁ ତାଙ୍କ ଘରକୁ ବାରମ୍ବାର ଯାଇଥିବା ଅନୁମାନ କରାଯାଉଛି। ଏହି ସମୟରେ ଅର୍ଥାତ୍‌ ୭ଟା ୩୫ରୁ ୮ଟା ୨୫ ମଧ୍ୟରେ ପ୍ରଜ୍ଞାଙ୍କ ମୃତ୍ୟୁ ଘଟିଥିବା ଜଣାପଡୁଛି। ତେବେ ଏହି ୧ ଘଣ୍ଟା ହିଁ ପୋଲିସ ପାଇଁ ରହସ୍ୟଜନକ ହୋଇପଡିଛି। ସିସିଟିଭି ଫୁଟେଜକୁ ପୋଲିସ ଭଲଭାବେ ଯାଞ୍ଚ କରୁ। ଏଥିଓହ ପଡୋଶୀ ମହିଳା ଓ ସ୍ବାମୀ ସତ୍ୟନାରାୟଣଙ୍କୁ ଠିକ୍‌ ଭାବେ ଜେରା କରି ଘଟଣାର ରହସ୍ୟ ଉନ୍ମୋଚନ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କଲୋନୀବାସୀ ଦାବି କରିଛନ୍ତି। ସେପଟେ ପ୍ରଜ୍ଞାଙ୍କ ମୃତ୍ୟୁରେ ପରିବାର ଲୋକ କାହାକୁ ଦାୟୀ କରି ନ ଥିବା ଏତଲାରୁ ଜଣାପଡିଛି।
ସୂଚନାନୁସାରେ, ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଅଞ୍ଚଳର ପ୍ରଜ୍ଞା ୭ ବର୍ଷ ତଳେ ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବେଲଗାଡ଼ିଆ ଅଞ୍ଚଳର ସତ୍ୟନାରାୟଣ କରଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ଶିଶୁପୁତ୍ର ସହ ପ୍ରଜ୍ଞା ଭାଗବତ ସନ୍ଧାନ କଲୋନୀରେ ଘର ଭଡ଼ା ନେଇ ରହୁଥିଲେ। ଉକ୍ତ କୋଠାର ଉପରମହଲାରେ ପ୍ରଜ୍ଞାଙ୍କ ଭାଇ ରହୁଥିଲେ। ବୁଧବାର ଉଭୟ ସ୍ବାମୀ, ସ୍ତ୍ରୀ ପୁଅକୁ ଧରି ସାମ୍ନା ପଡୋଶୀଙ୍କ ଘରେ ଭୋଜି କରି ରାତିରେ ଶୋଇଥିଲେ। ସତ୍ୟନାରାୟଣଙ୍କ କହିବାନୁସାରେ, ଭୋର୍‌ ସମୟରେ ପ୍ରଜ୍ଞା ଫ୍ରେସ୍‌ ହୋଇ ଆସିବାକୁ କହି ଘରକୁ ଯାଇଥିଲେ। ଆସିବା ବିଳମ୍ବ ହେବାରୁ ପଡୋଶୀ ଘରର ମହିଳା ଜଣକ ତାଙ୍କୁ ଡାକିବାକୁ ତାଙ୍କ ଘରକୁ ଯାଇଥିଲେ। ହେଲେ କବାଟ ବନ୍ଦ ଥିବାବେଳେ କିଛି ଜବାବ ଆସି ନ ଥିଲା। ତେଣୁ ସେ ଝରକା ପଟେ ଡାକିବାକୁ ଯିବାବେଳେ ପ୍ରଜ୍ଞା ଲୁଗା ସାହାଯ୍ୟରେ ଫ୍ୟାନରେ ଝୁଲି ପଡିଥିବା ଦେଖି ମହିଳା ଜଣକ ଚିତ୍କାର କରିଥିଲେ। ପରେ ପ୍ରଜ୍ଞାଙ୍କ ସ୍ବାମୀ ପହଞ୍ଚତ୍ କବାଟ ଭାଙ୍ଗି ତାଙ୍କୁ ତଳକୁ ଓହ୍ଲାଇବା ସହ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ବାବେଳକୁ ତାଙ୍କର ମୃତ ହୋଇସାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri