ବୌଦ୍ଧ ମଠରେ ଲୋକଙ୍କୁ ଧାଡ଼ିରେ ଠିଆ କରି ଗୁଳି କରିଛନ୍ତି ମ୍ୟାନମାର ସୈନ୍ୟବାହିନୀ: ୨୮ ମୃତ…

ନାପିଦ୍ୱ,୧୪।୩ : ମ୍ୟାନମାର ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରି ୨୮ ଜଣଙ୍କୁ ହତ୍ୟା କରିଛି। ଶାନ ରାଜ୍ୟର ଏକ ଗାଁରେ ଏହି ଆକ୍ରମଣ କରାଯାଇଥିଲା। ଏକ ବିଦ୍ରୋହୀ ସଂଗଠନ କାରେନ୍ନି ନ୍ୟାଶନାଲିଷ୍ଟ ଡିଫେନ୍ସ ଫୋର୍ସ (କେଏନଡିଏଫ) ଏହା ଦାବି କରିଛି। ଦେଶରେ ସାମରିକ ଶାସକ କ୍ଷମତା ଦଖଲ କରିବାକୁ ପ୍ରାୟ ଦୁଇ ବର୍ଷ ବିତିଛି। ସେବେଠାରୁ ଦେଶରେ ସେନା ଏବଂ ବିଦ୍ରୋହୀ ସଂଗଠନ ମଧ୍ୟରେ ହିଂସା ଜାରି ରହିଛି। ବିଗତ ଦିନରେ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଲଢ଼େଇ ବୃଦ୍ଧି ପାଇଛି।

କେଏନଡିଏଫ ରିପୋର୍ଟ କରିଛି ଯେ ବୌଦ୍ଧ ମଠରେ ହୋଇଥିବା ଆକ୍ରମଣରେ ଉଭୟ ମ୍ୟାନମାରର ବାୟୁସେନା ଏବଂ ସେନା ମିଳିତ ଭାବେ ଆକ୍ରମଣ କରିଥିଲେ। ସେନାର ଆକ୍ରମଣ ରକ୍ଷା ପାଇବା ପାଇଁ ଲୋକମାନେ ଗାଁର ବୌଦ୍ଧ ମଠରେ ଲୁଚି ରହିଥିଲେ ମଧ୍ୟ ସେଠାରେ ସେନା ସେମାନଙ୍କୁ ଧାଡ଼ିରେ ଠିଆ କରି ଗୁଳି କରିଥିଲେ। କେଏନଡିଏଫ କହିଛି ଯେ ସେନା ଆକ୍ରମଣରେ ୨୮ରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେନା ଲୋକଙ୍କୁ ମଠର କାନ୍ଥରେ ଠିଆ କରି ଗୁଳି ଚଳାଇଥିଲା। ମୃତକଙ୍କ ଙ୍‌ମଧ୍ୟରେ ମଠର ଭିକ୍ଷୁମାନେ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ...

ଆମେରିକାରେ ମାଗଣାରେ ଦିଆଯିବ କରୋନା ଟିକା!

ୱାଶିଂଟନ,୧୭ ।୯: ଆମେରିକାର ଟ୍ରମ୍ପ ସରକାର ଏକ ବଡ ଘୋଷଣା କରିଛନ୍ତି । ବୁଧବାର ଆମେରିକା ସଂସଦରେ କୁହାଯାଇଛି କି ଆମେରିକାବାସୀଙ୍କୁ କରୋନା ଟିକା ମାଗଣାରେ...

କ୍ୱିଭ୍ ଉପରେ ଆକ୍ରମଣ ସମୟରେ ରୁଷିଆ ଖବରଦାତାଙ୍କ ମୃତ୍ୟୁ

କ୍ୱିଭ,୨୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ହେଲେ ଗୋଟିଏ ପଟେ ରୁଷିଆ ତା’ର ଜିଦରେ ଅଟଳ ରହିଥିବା ବେଳେ...

କରୋନା ଭାଇରସରେ ପୀଡିତ ଇରାନ ଉପରାଷ୍ଟ୍ରପତି

ତେହେରାନ,୨୮।୨: ଚାଇନାରୁ ଆରମ୍ଭ ହୋଇଥିବା ମାହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱକୁ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଇରାନର ଉପ ରାଷ୍ଟ୍ରପତି ମାସୁମେହ...

ଓବାମା ଭଲକାମ ନ କରିବାରୁ ମୁଁ ହେଲି ରାଷ୍ଟ୍ରପତି: ଟ୍ରମ୍ପ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭଲକାମ...

ଫେସ୍‌ବୁକ୍‌ ଡିଲିଟ୍‌ କରିବ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସ୍‌ ପ୍ରିଣ୍ଟ୍‌

ଓ୍ବାଶିଂଟନ,୩ା୧୧: ଫେସ୍‌ବୁକ୍‌ ଏହାର ଚେହେରା ଚିହ୍ନଟ ପ୍ରଣାଳୀ ବନ୍ଦ କରିବ ଏବଂ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସପ୍ରିଣ୍ଟ ବିଲୋପ କରିବ ବୋଲି କହିଛି। ସମଗ୍ର...

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି...

ଫ୍ରାନ୍ସରୁ ମିଳିଲା ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ

ପ୍ୟାରିସ୍‌, ୨୮।୭: ବିଶ୍ୱର ସବୁଠୁ ବଡ ଡାଇନୋସର ଜୀବାଶ୍ମ ଫ୍ରାନ୍ସରୁ ମିଳିଛି। ଓଜେଙ୍କ୍‌ ଅଞ୍ଚଳରୁ ବିରାଟକାୟ ଜୀବାଶ୍ମର ସନ୍ଧାନ ମିଳିବା ପରେ ବୈଜ୍ଞାନିକମାନେ ତାକୁ ନେଇ...

Advertisement
Archives

Model This Week