୧୯୮୬ ମସିହାର କଥା। ଏମ୍.ଏ. ସରିଥାଏ। ଫଳାଫଳ ପ୍ରକାଶ ପାଇ ନ ଥାଏ ତେଣୁ ଘରେ ଥାଏ। ଫାଙ୍କା ଥାଏ। ସାମଲ ମଉସା ଯିଏ କି ଆମ ପରିବାରର ଜଣେ ଶୁଭାକାଂକ୍ଷୀ, ବାପାଙ୍କ ସହ କଥା ପ୍ରସଙ୍ଗରେ ପାଖରେ ଥିବା ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲରେ ମୁଁ ଶିକ୍ଷୟିତ୍ରୀ ଭାବରେ ଚାକିରି କରିବାର ପ୍ରସ୍ତାବ ଦେଲେ। ବାପା ହଁ କରିଦେଲେ। ବାପାଙ୍କ କଥା ରକ୍ଷାକରି ମୁଁ ସେହି ସ୍କୁଲରେ ଯୋଗଦେଲି। ମାସିକ ଦରମା ଥିଲା ତିନିଶହ ଟଙ୍କା। ପଇସାର ଆକର୍ଷଣ ମୋ ପାଇଁ ନ ଥିଲା କି ସେ ବିଦ୍ୟାଳୟ ହଷ୍ଟେଲରେ ରହିବାକୁ ବି ଭଲ ଲାଗୁ ନ ଥିଲା। କାରଣ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାରୁ ବିଦ୍ୟାଳୟର ସେହି ଗହଳି ପରିବେଶ ମୋତେ ମୋ ପ୍ରସ୍ତୁତି ପାଇଁ ଅନୁକୂଳ ଲାଗୁ ନ ଥିଲା। ତଥାପି କାମ କରିବ ତ ଶହେ ଭାଗ ଢାଳି ହୋଇ କରିବ ବୋଲି ପିଲାବେଳୁ ଶିଖିଥିଲି, ତେଣୁ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ନିଷ୍ଠାର ସହ କରୁଥିଲି, ଯେଉଁଥିପାଇଁ ମୋତେ ନିଜ ପାଠପଢ଼ା ସକାଶେ ସମୟ ମିଳୁ ନ ଥିଲା। ରାତିରେ ପିଲାଙ୍କୁ ପଢ଼େଇବାକୁ ହେଉଥିଲା। ତେଣୁ ସମସ୍ତେ ମୋତେ ବହୁତ ଭଲ ପାଉଥିଲେ ଆଉ ମୋ କାମକୁ ଗୁରୁତ୍ୱ ଦେଉଥିଲେ। ତା’ଛଡ଼ା ମୋ ବାପାଙ୍କର ଖୁବ୍ ଖ୍ୟାତି ଥିଲା ଆଖପାଖ ଅଞ୍ଚଳରେ। ଲୋକମାନେ ଖୁବ୍ ମାନୁଥିଲେ ତାଙ୍କୁ। ମୁଁ ବାପାଙ୍କ ନାଁକୁ ବ୍ୟବହାର କରି କେବେ ନିଜର ପରିଚୟ ତିଆରି କରିବାକୁ ଚାହୁଁ ନ ଥିଲି। କିନ୍ତୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ସେହି ମର୍ଯ୍ୟାଦା ଟିକକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିଥିଲା। ରେଭେନ୍ସାରୁ ପାଠପଢ଼ି ଆସିଥିବା ଲକ୍ଷ୍ମଣ ସାର୍ଙ୍କ ଝିଅ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି ମାନେ ସ୍କୁଲ ଖୁବ୍ ଭଲ ହୋଇଥିବ ବୋଲି ଲୋକଙ୍କର ଧାରଣା ବି ବଦଳିଗଲା। ତେଣୁ ସମସ୍ତେ ମୋତେ ଖୁବ୍ ଭଲ ପାଉଥିଲେ। ସେଥିପାଇଁ ଚାକିରି ଛାଡ଼ିବା କଥା କାହାକୁ ଖୋଲି କହି ପାରୁ ନ ଥିଲି। କ’ଣ କହି ଚାକିରି ଛାଡ଼ିବି ବୋଲି ବି ଭାବି ପାରୁ ନ ଥିଲି। ସେ ଯାହା ବି ହେଉ ପିଲା ଏବଂ ସହକର୍ମୀଙ୍କ ସହ ମୋର ସମୟ ଭଲରେ କଟୁଥିଲା।
ମାସ ଶେଷ ହେଲା। ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ପ୍ରଧାନଶିକ୍ଷକ ଖାମ୍ରେ ଦରମା ଆକାରରେ ୩ଶହ ଟଙ୍କା ବଢ଼େଇ ଦେଲେ। ପଇସା ପ୍ରତି ମୋର କେବେ ଲୋଭ ନ ଥିଲା ସତ, ହେଲେ ପ୍ରଥମ ରୋଜଗାରର ଅନୁଭବ ମୋତେ ବହୁତ ଆନନ୍ଦ ଦେଇଥିଲା। ପ୍ରଥମେ ଖାଇବା ଖର୍ଚ୍ଚ ବାବଦେ ହଷ୍ଟେଲରେ ଶହେ ଟଙ୍କା ଦେଇଦେଲି। ତା’ପରେ ଦୁଇଶହ ଟଙ୍କା ଧରି ଖୁସିରେ ଘର ଅଭିମୁଖେ ବାହାରିଲି। ହେଲେ ଘରକୁ ନ ଯାଇ ଆଗେ ବଜାରକୁ ଗଲି ଆଉ ଗୁଜୁରାଟି ମିକ୍ସଚର୍ରୁ ଗୋଟେ କେଜି, କିଛି ମିଠା ଓ ବାପାଙ୍କ ପାଇଁ ଓଡ଼ିଶା ହ୍ୟାଣ୍ଡଲୁମ୍ରୁ ଗୋଟେ ବେଡ୍ଶିଟ୍ କିଣିଲି। ଏତେ ସବୁ କିଣାକିଣି ପରେ ବି କୋଡ଼ିଏ ଟଙ୍କା ବଳିଥିଲା; ଯେଉଁଥିରୁ ୧୦ଟଙ୍କା ମୋତେ କଲେଜ ଯିବା ସମୟରେ ଯେଉଁ ରିକ୍ସାବାଲା ନେଉଥିଲା, ତା’ହାତରେ ଗୁଞ୍ଜି ଦେଲି। ସେ ଭାରି ଖୁସି ହେଲା। କାରଣ ଦେଢ଼ ଟଙ୍କା ଜାଗାରେ ସେ ଦଶ ଟଙ୍କା ପାଇଲା। ତା’ପରେ ଘରକୁ ଯାଇ ବାପାଙ୍କୁ ତାଙ୍କ ଉପହାର ଦେଲି। ସେ ଭାରି ଖୁସି ହେଲେ କାରଣ ବେଡ୍ଶିଟ୍ଟି ତାଙ୍କ ଖଟ ମାପର ଥିଲା ଆଉ ଖୁବ୍ ସୁନ୍ଦର ଦେଖାଯାଉଥିଲା ବୋଲି। କିନ୍ତୁ ମା’ ଏତେ ସବୁ ଖର୍ଚ୍ଚ କରି ଆସିଥିବାରୁ ବିରକ୍ତ ହେଲା। ତେବେ ସେ ଯାହା ହେଉ, ପ୍ରଥମ ରୋଜଗାରର ପୁଲକ ଲେଖୁ ଲେଖୁ ସେସବୁ ଦିନର ସ୍ମୃତି କେତେ ମଧୁର ଥିଲା ଆଜି ପୁଣିଥରେ ଅନୁଭବ କରୁଛି।
ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?
ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…
ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….
ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…
ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ
ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…
କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ
ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…
ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…
ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…
ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍ରେ ବୁଧ…
ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…
ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…
ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…
ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

