Posted inଫୁରସତ

ଦଶ ଟଙ୍କା ପାଇ ବେଶ୍‌ ଖୁସି ଥିଲା ମୋ ରିକ୍ସା ଚାଳକ

୧୯୮୬ ମସିହାର କଥା। ଏମ୍‌.ଏ. ସରିଥାଏ। ଫଳାଫଳ ପ୍ରକାଶ ପାଇ ନ ଥାଏ ତେଣୁ ଘରେ ଥାଏ। ଫାଙ୍କା ଥାଏ। ସାମଲ ମଉସା ଯିଏ କି ଆମ ପରିବାରର ଜଣେ ଶୁଭାକାଂକ୍ଷୀ, ବାପାଙ୍କ ସହ କଥା ପ୍ରସଙ୍ଗରେ ପାଖରେ ଥିବା ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲରେ ମୁଁ ଶିକ୍ଷୟିତ୍ରୀ ଭାବରେ ଚାକିରି କରିବାର ପ୍ରସ୍ତାବ ଦେଲେ। ବାପା ହଁ କରିଦେଲେ। ବାପାଙ୍କ କଥା ରକ୍ଷାକରି ମୁଁ ସେହି ସ୍କୁଲରେ ଯୋଗଦେଲି। ମାସିକ ଦରମା ଥିଲା ତିନିଶହ ଟଙ୍କା। ପଇସାର ଆକର୍ଷଣ ମୋ ପାଇଁ ନ ଥିଲା କି ସେ ବିଦ୍ୟାଳୟ ହଷ୍ଟେଲରେ ରହିବାକୁ ବି ଭଲ ଲାଗୁ ନ ଥିଲା। କାରଣ ଭାରତୀୟ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାରୁ ବିଦ୍ୟାଳୟର ସେହି ଗହଳି ପରିବେଶ ମୋତେ ମୋ ପ୍ରସ୍ତୁତି ପାଇଁ ଅନୁକୂଳ ଲାଗୁ ନ ଥିଲା। ତଥାପି କାମ କରିବ ତ ଶହେ ଭାଗ ଢାଳି ହୋଇ କରିବ ବୋଲି ପିଲାବେଳୁ ଶିଖିଥିଲି, ତେଣୁ ବିଦ୍ୟାଳୟର ସମସ୍ତ କାର୍ଯ୍ୟ ନିଷ୍ଠାର ସହ କରୁଥିଲି, ଯେଉଁଥିପାଇଁ ମୋତେ ନିଜ ପାଠପଢ଼ା ସକାଶେ ସମୟ ମିଳୁ ନ ଥିଲା। ରାତିରେ ପିଲାଙ୍କୁ ପଢ଼େଇବାକୁ ହେଉଥିଲା। ତେଣୁ ସମସ୍ତେ ମୋତେ ବହୁତ ଭଲ ପାଉଥିଲେ ଆଉ ମୋ କାମକୁ ଗୁରୁତ୍ୱ ଦେଉଥିଲେ। ତା’ଛଡ଼ା ମୋ ବାପାଙ୍କର ଖୁବ୍‌ ଖ୍ୟାତି ଥିଲା ଆଖପାଖ ଅଞ୍ଚଳରେ। ଲୋକମାନେ ଖୁବ୍‌ ମାନୁଥିଲେ ତାଙ୍କୁ। ମୁଁ ବାପାଙ୍କ ନାଁକୁ ବ୍ୟବହାର କରି କେବେ ନିଜର ପରିଚୟ ତିଆରି କରିବାକୁ ଚାହୁଁ ନ ଥିଲି। କିନ୍ତୁ ଉତ୍ତରାଧିକାର ସୂତ୍ରରେ ମିଳିଥିବା ସେହି ମର୍ଯ୍ୟାଦା ଟିକକ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିଥିଲା। ରେଭେନ୍ସାରୁ ପାଠପଢ଼ି ଆସିଥିବା ଲକ୍ଷ୍ମଣ ସାର୍‌ଙ୍କ ଝିଅ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି ମାନେ ସ୍କୁଲ ଖୁବ୍‌ ଭଲ ହୋଇଥିବ ବୋଲି ଲୋକଙ୍କର ଧାରଣା ବି ବଦଳିଗଲା। ତେଣୁ ସମସ୍ତେ ମୋତେ ଖୁବ୍‌ ଭଲ ପାଉଥିଲେ। ସେଥିପାଇଁ ଚାକିରି ଛାଡ଼ିବା କଥା କାହାକୁ ଖୋଲି କହି ପାରୁ ନ ଥିଲି। କ’ଣ କହି ଚାକିରି ଛାଡ଼ିବି ବୋଲି ବି ଭାବି ପାରୁ ନ ଥିଲି। ସେ ଯାହା ବି ହେଉ ପିଲା ଏବଂ ସହକର୍ମୀଙ୍କ ସହ ମୋର ସମୟ ଭଲରେ କଟୁଥିଲା।
ମାସ ଶେଷ ହେଲା। ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ପ୍ରଧାନଶିକ୍ଷକ ଖାମ୍‌ରେ ଦରମା ଆକାରରେ ୩ଶହ ଟଙ୍କା ବଢ଼େଇ ଦେଲେ। ପଇସା ପ୍ରତି ମୋର କେବେ ଲୋଭ ନ ଥିଲା ସତ, ହେଲେ ପ୍ରଥମ ରୋଜଗାରର ଅନୁଭବ ମୋତେ ବହୁତ ଆନନ୍ଦ ଦେଇଥିଲା। ପ୍ରଥମେ ଖାଇବା ଖର୍ଚ୍ଚ ବାବଦେ ହଷ୍ଟେଲରେ ଶହେ ଟଙ୍କା ଦେଇଦେଲି। ତା’ପରେ ଦୁଇଶହ ଟଙ୍କା ଧରି ଖୁସିରେ ଘର ଅଭିମୁଖେ ବାହାରିଲି। ହେଲେ ଘରକୁ ନ ଯାଇ ଆଗେ ବଜାରକୁ ଗଲି ଆଉ ଗୁଜୁରାଟି ମିକ୍ସଚର୍‌ରୁ ଗୋଟେ କେଜି, କିଛି ମିଠା ଓ ବାପାଙ୍କ ପାଇଁ ଓଡ଼ିଶା ହ୍ୟାଣ୍ଡଲୁମ୍‌ରୁ ଗୋଟେ ବେଡ୍‌ଶିଟ୍‌ କିଣିଲି। ଏତେ ସବୁ କିଣାକିଣି ପରେ ବି କୋଡ଼ିଏ ଟଙ୍କା ବଳିଥିଲା; ଯେଉଁଥିରୁ ୧୦ଟଙ୍କା ମୋତେ କଲେଜ ଯିବା ସମୟରେ ଯେଉଁ ରିକ୍ସାବାଲା ନେଉଥିଲା, ତା’ହାତରେ ଗୁଞ୍ଜି ଦେଲି। ସେ ଭାରି ଖୁସି ହେଲା। କାରଣ ଦେଢ଼ ଟଙ୍କା ଜାଗାରେ ସେ ଦଶ ଟଙ୍କା ପାଇଲା। ତା’ପରେ ଘରକୁ ଯାଇ ବାପାଙ୍କୁ ତାଙ୍କ ଉପହାର ଦେଲି। ସେ ଭାରି ଖୁସି ହେଲେ କାରଣ ବେଡ୍‌ଶିଟ୍‌ଟି ତାଙ୍କ ଖଟ ମାପର ଥିଲା ଆଉ ଖୁବ୍‌ ସୁନ୍ଦର ଦେଖାଯାଉଥିଲା ବୋଲି। କିନ୍ତୁ ମା’ ଏତେ ସବୁ ଖର୍ଚ୍ଚ କରି ଆସିଥିବାରୁ ବିରକ୍ତ ହେଲା। ତେବେ ସେ ଯାହା ହେଉ, ପ୍ରଥମ ରୋଜଗାରର ପୁଲକ ଲେଖୁ ଲେଖୁ ସେସବୁ ଦିନର ସ୍ମୃତି କେତେ ମଧୁର ଥିଲା ଆଜି ପୁଣିଥରେ ଅନୁଭବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri