ମୋ ଘର: ୨.୪୨ ଲକ୍ଷ ଆବେଦନ, ୩୯ ଅନୁମୋଦନ

ଭୁବନେଶ୍ବର,୩।୮(ସୁନିତ୍‌ ମିଶ୍ର)ରାଜ୍ୟରେ ଯେଉଁ ଗରିବ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିବାରେ ସକ୍ଷମ ହୋଇପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଉପରେ ରାଜ୍ୟ କ୍ୟାବିନେଟ୍‌ ଗତ ମେ ୨୯ରେ ମୋହର ମାରିଥିଲା। ମୋ ଘର ଯୋଜନାରେ ହିତାଧିକାରୀମାନଙ୍କୁ ଆବେଦନ କରିବା ପାଇଁ ସରକାର ଗତ ଜୁନ୍‌ ୧୬ରେ ଏକ ଓ୍ବେବ୍‌ସାଇଟ୍‌ ମଧ୍ୟ ଆରମ୍ଭ କରିଥିଲେ। ହେଲେ ଏହି ଯୋଜନାରୁ ଗରିବ ହିତାଧିକାରୀଙ୍କୁ ଲାଭ ମିଳିପାରୁ ନ ଥିବା ଖୋଦ୍‌ ସରକାର ଅନୁଭବ କରିବା ଆରମ୍ଭ କଲେଣି। ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ହିଁ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଛି; ଯେଉଁଥିଲାଗି ସରକାର ମଧ୍ୟ ଏବେ ଅକଳରେ ପଡ଼ିଯାଇଛନ୍ତି। ଏହି ଯୋଜନାରୁ ଗରିବ ଲୋକମାନେ ଲାଭ ନ ପାଇପାରିବା ସରକାରଙ୍କ ମୁଣ୍ଡବ୍ୟଥା ଏବେ ବଢ଼ାଇ ଦେଲାଣି। ଗତ ଦେଢ଼ ମାସ ମଧ୍ୟରେ ରାଜ୍ୟରୁ ମୋଟ୍‌ ୩୯ ଜଣଙ୍କୁ ମୋ ଘର ଯୋଜନାର କାର୍ଯ୍ୟାଦେଶକୁ ଅନୁମୋଦନ ମିଳିବାରେ ସମ୍ଭବ ହୋଇଛି, ଯାହାକୁ ନେଇ ଏହି ଯୋଜନାରେ ଅନେକ ନିୟମ ପରିବର୍ତ୍ତନ କରାଇବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।
ଏହି ଯୋଜନାରେ ରାଜ୍ୟ ସରକାର ୨୧୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା ବେଳେ ୨ ବର୍ଷରେ ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କୁ ଘର ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି। ା ଯୋଜନାରେ ଘର କରିବା ଲାଗି ହିତାଧିକାରୀମାନଙ୍କୁ ବ୍ୟାଙ୍କରୁ ଋଣ ନେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍‌ଦେବା ପରେ ୧୦ ବର୍ଷରେ ହିତାଧିକାରୀମାନେ ଏହି ଋଣ ଅର୍ଥ ଶୁଝିପାରିବେ। ସରକାର ଋଣ ଅର୍ଥରୁ ସବ୍‌ସିଡି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ତେବେ ହିତାଧିକାରୀମାନେ ବ୍ୟାଙ୍କରେ ନିଜ ଜମିକୁ ବନ୍ଧକ ରଖି ଋଣ ନେବାର ବ୍ୟବସ୍ଥା କରାଯାଇଛି। ହେଲେ ଜମି ବନ୍ଧକ ରଖି ଘର କରିବା ଏତେଟା ସହଜ ହୋଇ ନାହିଁ। ବ୍ୟାଙ୍କଗୁଡିକ ନିଜ ନିୟମ ବାହାରକୁ ଯାଇ ଋଣ ଦେବା ସପକ୍ଷରେ ନାହାନ୍ତି। ଯଦି ଜଣଙ୍କ ନଁାରେ ଘରର ଜମି ରେକର୍ଡ ଥିବ ସେ କ୍ଷେତ୍ରରେ ଠିକ୍‌ ଅଛି। ଯେଉଁଠି ଗୋଟିଏ ପରିବାରର ୩ରୁ ୪ ଜଣଙ୍କ ନଁାରେ ଜମିର ରେକର୍ଡ ରହିଛି ସେଠାରେ ସମସ୍ୟା ଆରମ୍ଭ ହୋଇଛି। ସରକାରଙ୍କ ପାଖରେ ତଥ୍ୟ ଆସି ପହଞ୍ଚିଛି ଯେ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ଜମି ରେକର୍ଡ ଏକାଧିକ ଲୋକଙ୍କ ନାଁରେ ରହିଛି। ସେ କ୍ଷେତ୍ରରେ ଜମିକୁ ପାର୍ଟିଶନ କରିବା ସେତେଟା ସହଜ କଥା ନୁହେଁ। ଯେଉଁମାନଙ୍କ ନଁାରେ ଜମିର ରେକର୍ଡ ରହିଛିଳ ସେମାନଙ୍କ ମଧ୍ୟରୁ ଅନେକେ ବ୍ୟାଙ୍କଠାରୁ ପୂର୍ବରୁ ଋଣ ନେଇ ଡିଫଲ୍ଟର ଅଛନ୍ତି। ଯଦି କେଉଁଠାରେ ଏହି ଦୁଇଟି କଥାରେ ସମସ୍ୟା ନାହିଁ, ସେଠାରେ ବ୍ୟାଙ୍କ ସେମାନଙ୍କ ସିଭିଲ ସ୍କୋର ଦେଖି ଋଣ ଦେବାକୁ ରାଜି ହେଉନାହିଁ। ରାଜ୍ୟର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀ ବା ଗରିବ ଲୋକମାନେ ଏହି ଯୋଜନାରେ ଆବେଦନ କରୁଥିବାବେଳେ ସେମାନଙ୍କ କ୍ଷେତ୍ରରେ ବ୍ୟାଙ୍କ ଯାହା ଖୋଜୁଛି ତାହା ପ୍ରାୟ କୌଣସି ହିତାଧିକାରୀଙ୍କଠାରୁ ମିଳିବା ସମ୍ଭବପର ହେଉ ନ ଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ଲକ୍ଷ୍ୟ କଲେଣି।
ସରକାରୀ ତଥ୍ୟ ଅନୁୟାୟୀ ଏବେ ସୁଦ୍ଧା ରାଜ୍ୟର ୨,୪୨,୦୦୦ ହିତାଧିକାରୀ ଓ୍ବେବ୍‌ସାଇଟ୍‌ରେ ଆବେଦନ କରିଛନ୍ତି। ୮୫,୦୦୦ ହିତାଧିକାରୀଙ୍କ ରେଜିଷ୍ଟ୍ରେଶନ ହେବା ପ୍ରୋସେସ୍‌ ମଧ୍ୟରେ ଅଛି। ତେବେ ୨,୪୨,୦୦୦ ହିତାଧିକାରୀଙ୍କ ଆବେଦନପତ୍ର ମଧ୍ୟରୁ ବିଭିନ୍ନ ବ୍ଲକରୁ ମୋଟ୍‌ ୩୫,୦୦୦ଟି ଯାଞ୍ଚ କରାଯାଇ ବ୍ୟାଙ୍କଗୁଡିକୁ ପଠାଯାଇଛି, ଯେଉଁଥିରୁ ରାଜ୍ୟରେ ମୋଟ ୩୯ଟି ଆବେଦନପତ୍ରକୁ ଏ ପର୍ଯ୍ୟନ୍ତ ଅନୁମୋଦନ ମିଳିଛି।
ଅନ୍ୟପକ୍ଷରେ ବ୍ୟାଙ୍କ ପକ୍ଷରୁ ପ୍ରାୟ ଆବେଦନପତ୍ର ନିମନ୍ତେ ସରକାରୀ ଗ୍ୟାରେଣ୍ଟି ଖୋଜାଯାଉଛି, ଯାହାକି ସମ୍ଭବ ମନେହେଉନାହିଁ। ଏନେଇ ଜଣେ ସରକାରୀ ଅଧିକାରୀଙ୍କ କହିବା କଥା, ସରକାର ଯେହେତୁ ସବ୍‌ସିଡି ଦେଉଛନ୍ତି ତେଣୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ଯାଞ୍ଚ ଅନୁଯାୟୀ ଋଣ ପ୍ରଦାନ କରାଯାଉ। ହେଲେ ବ୍ୟାଙ୍କଗୁଡ଼ିକ କିନ୍ତୁ ଉପଯୁକ୍ତ କାଗଜପତ୍ର କିମ୍ବା ସରକାର ଗ୍ୟାରେଣ୍ଟର ନ ପଡ଼ିଲେ ଏହି ପ୍ରସ୍ତାବକୁ ସ୍ବୀକୃତି ଦେବାକୁ ରାଜି ନାହାନ୍ତି।
ସେହିପରି ରାଜ୍ୟର ୧୨୨ ବ୍ଲକରେ ଥିବା ସିଡ୍ୟୁଲ ଏରିଆରେ ଲୋକମାନେ ସେମାନଙ୍କ ଜମି ୧୯୫୬ ବିଜ୍ଞପ୍ତି ଅନୁଯାୟୀ ବନ୍ଧକ ରଖିପାରିବାର ବ୍ୟବସ୍ଥା ନାହିଁ। ତେଣୁ ଏହି ସମସ୍ତ ବ୍ଲକରେ ରହୁଥିବା ଆଦିବାସୀମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ସମାନଭାବେ ରାଜ୍ୟର ୩୧୪ ବ୍ଲକରେ ଫରେଷ୍ଟ ରାଇଟ୍‌ ଆକ୍ଟ ଅନୁଯାୟୀ ଯେଉଁମାନେ ପଟ୍ଟା ପାଇଛନ୍ତି, ସେମାନେ ମଧ୍ୟ ଜମି ବନ୍ଧକ ରଖିପାରିବେ ନାହିଁ। ତେଣୁ ସେସବୁ କ୍ଷେତ୍ରରେ ହିତାଧିକାରୀମାନେ ଏହି ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଉକ୍ତ ବିଷୟ ନେଇ ଜିଲାପାଳମାନେ ନିକଟରେ ମୁଖ୍ୟ ଶାସନ ସଚିବଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଏନେଇ ଆଲୋଚନା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହା ଉପରେ କିଛି ଜଣାଇ ନ ଥିବା ଜଣାପଡିଛି।
ପୁରୀ ଜିଲା ସଦର ବ୍ଲକର ଆଶୁତୋଷ ମହାନ୍ତି କହିଛନ୍ତି, ସରକାର ଯାହା ବ୍ୟବସ୍ଥା କରିଛନ୍ତି ସେଥିରେ ଋଣ ପାଇବା ଅସମ୍ଭବ। ଜମି ତାଙ୍କ ବାପାଙ୍କ ନାମରେ ରହିଛି। ସେ ଚାଲିଗଲେଣି। ଜମି ଏ ପର୍ଯ୍ୟନ୍ତ ତାଙ୍କ ୨ ଭାଇଙ୍କ ନାଁକୁ ଆସିନାହିଁ। ଏଭଳି କ୍ଷେତ୍ରରେ ବ୍ୟାଙ୍କ ସିଧାସଲଖ ଋଣ ଦେବାକୁ ମନା କରିଦେଉଛି ବୋଲି ସେ କହିଛନ୍ତି। ସେହିପରି ଜଗତ୍‌ସିଂହପୁର ଜିଲାର ବିରଞ୍ଜିନାରାୟଣ ଦାସଙ୍କ କହିବା କଥା ହେଲା, ସେ କେବେହେଲେ ବ୍ୟାଙ୍କରୁ ଋଣ ନେଇନାହାନ୍ତି। ବ୍ୟାଙ୍କ କହୁଛି ସିଭିଲ ସ୍କୋର ଭଲ ନାହିଁ, ଋଣ ମିଳିପାରିବ ନାହିଁ। ତେବେ ସରକାର ଏ କି ପ୍ରକାର ଯୋଜନା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ପଞ୍ଚାୟତିରାଜ ବିଭାଗର ସ୍ପେଶାଲ ପ୍ରୋଜେକ୍ଟ ଡାଇରେକ୍ଟର ଅରବିନ୍ଦ ଡାକୁଆଙ୍କୁ ଏହି ଯୋଜନାରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ କେତେକ ପ୍ରଶ୍ନ କରାଯାଇଥିଲା। ଯୋଜନା ଏବେ ନୂଆ କରି ଆରମ୍ଭ ହୋଇଛି, ଧୀରେ ଧୀରେ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭାବିକ ହେଲା ହର୍ମୁଜ, ଦିନକରେ ଜାହାଜ ଚଳାଚଳ ଦ୍ୱିଗୁଣିତ

ତହରାନ୍‌,୨୬।୬: ଇରାନ ଓ ଆମେରିକା ମଧ୍ୟରେ ବୁଝାମଣା ପରେ ଇନ୍ଧନ ପରିବହନ ନେଇ ବିଶ୍ୱର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ହର୍ମୁଜ୍‌ ଷ୍ଟ୍ରେଟ୍‌ ସ୍ବାଭାବିକ ହୋଇଛି। ଗତ…

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ଇଚ୍ଛାମୃତ୍ୟୁ ଆବେଦନ ପରେ ଚେତିଲା ପ୍ରଶାସନ: ଯୁବଚାଷୀ ଗୋପାଳକୃଷ୍ଣଙ୍କ ପରିବାରକୁ ୨୦ ହଜାର ଟଙ୍କାର ଚିକିତ୍ସା ସହାୟତା

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ହେବା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଯୁବଚାଷୀ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri