Posted inଫୁରସତ

ବାପା ସାଇତି ରଖିଛନ୍ତି ମୋ ପ୍ରଥମ ଦରମା

ସାମାଜିକ କର୍ମୀ ତଥା ଅବସରପ୍ରାପ୍ତ ନୌସେନା କର୍ମଚାରୀ ବୀରେନ୍ଦ୍ର କୁମାର ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର କନ୍ଦରସିଂହା ଗାଁରେ ମୋ ଜନ୍ମ। ବାପା ଥିଲେ ଜଣେ କୃଷକ। ନିଜର ଜମିବାଡ଼ି ଥିବାରୁ ମୂଲିଆ, ମଜୁରିଆ ଲଗାଇ ବର୍ଷସାରା ସବୁ ପ୍ରକାର ଫସଲ ଆମଦାନି କରୁଥିଲେ। ବାପାଙ୍କୁ ସାହାଯ୍ୟ କରିବାକୁ ଆମେ ତିନି ଭାଇ ବି ସ୍କୁଲରୁ ଫେରି ଚାଷ କାମରେ ଲାଗିଯାଉଥିଲୁ। କିନ୍ତୁ ସତ କହିବି ମୋତେ ଏସବୁ କାମ କରିବାକୁ ଆଦୌ ଭଲ ଲାଗୁ ନଥିଲା। କାରଣ ସେତେବେଳେ ମୋର ଇଚ୍ଛା ହେଉଥିଲା, ଖେଳକୁଦ ସହିତ ଅଧିକରୁ ଅଧିକ ସମୟ ବହି ସଙ୍ଗେ ବିତାଇବା ପାଇଁ। ହେଲେ ଯେହେତୁ ଆମ ସମସ୍ତଙ୍କ ଖର୍ଚ୍ଚ ତୁଲାଇବାକୁ କୃଷି ହିଁ ଏକମାତ୍ର ପନ୍ଥା ଥିଲା, ତେଣୁ ଏସବୁ କାମ ବାଧ୍ୟହୋଇ କରୁଥିଲି। କିନ୍ତୁ ପାଠପଢାର ଆଗ୍ରହ କମି ନଥିଲା। ଯେତେ କାମ କଲେ ବି ବହି ପାଠ ଯେପରି ହେଲେ ସାରୁଥିଲି। ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷା ପରେ ନବୋଦୟ ବିଦ୍ୟାଳୟର ଏଣ୍ଟ୍ରାନ୍ସରେ ପାସ୍‌ କଲି। ଯଦ୍ଦ୍ବାରା ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ରେଙ୍ଗାଳି ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କଲି। ତା’ପରେ ଢେଙ୍କାନାଳ ଅଟୋନୋମସ୍‌ କଲେଜରେ ଫିଜିକ୍ସ ଅନର୍ସରେ ବି.ଏସ୍‌ସି. ପଢିଲି। ବି.ଏସ୍‌ସି. ପଢ଼ା ସାଙ୍ଗକୁ ଭାରତୀୟ ନୌସେନା ପାଇଁ ବି ପଢ଼ାପଢ଼ି କରୁଥିଲି। ଥରେ ଏମ୍ପ୍ଲୟମେଣ୍ଟ ନ୍ୟୁଜ୍‌ରୁ ନୌସେନା ପରୀକ୍ଷା ପାଇଁ ଇଣ୍ଟରଭ୍ୟୁ ବାହାରି ଥିବାର ଦେଖି ମୁଁ ଓ ମୋର କେତେଜଣ ସାଙ୍ଗ ଫର୍ମ ଫିଲପ୍‌ କରି ପକାଇଦେଲୁ। ଇଣ୍ଟରଭ୍ୟୁ ପାଇଁ ଡାକରା ଆସିବାରୁ ଘର ଲୋକଙ୍କ ଅଜାଣତରେ ହଷ୍ଟେଲରୁ ଚିଲିକା ଯାଇ ଲିଖିତ ଓ ଶାରୀରିକ ପରୀକ୍ଷା ଦେଇ ଆସିଲୁ। ସୌଭାଗ୍ୟକୁ ମୋର ସେଥିରେ ଚୟନ ହୋଇଗଲା। କିଛିଦିନ ପରେ କଲ୍‌ ଲେଟର୍‌ ଆସିଲା। ଘରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଖୁସି ବି ହେଲେ। ମୋର ମଧ୍ୟ ସେଦିନ ଖୁସିର ସୀମା ନ ଥିଲା। କାରଣ ଦେଶମାତୃକାର ସେବା ସହିତ ମୋର ଏବଂ ମୋ ପରିବାରର ଖର୍ଚ୍ଚ ବହନ କରିବାକୁ ଏହା ଗୋଟିଏ ଅପୂର୍ବ ସୁଯୋଗ ଥିଲା। ଭାରତୀୟ ନୌସେନାରେ ମୋର ପ୍ରଥମ ଦରମା ଥିଲା ୩୦୦୦ ଟଙ୍କା। ଯେହେତୁ ଆମେ ଟ୍ରେନିଂ ପିରିୟଡ୍‌ରେ ଥିଲୁ ସେଥିପାଇଁ ଆମକୁ ପ୍ରତିମାସ ଜରୁରୀ ଖର୍ଚ୍ଚ ଲାଗି ମାତ୍ର ୨୦୦ ଟଙ୍କା ଦିଆଯାଉଥିଲା। ବାକି ଟଙ୍କା କାଟି ରଖାଯାଉଥିଲା; ଯାହାକୁ ଟ୍ରେନିଂ ସରିବା ପରେ ଏକକାଳୀନ ମିଳିଥିଲା। ତେବେ ପାରିଶ୍ରମିକ ଭାବେ ପ୍ରଥମେ ଯେଉଁ ୨୦୦ ଟଙ୍କା ହାତରେ ଧରିଥିଲି, ତାକୁ ହିଁ ଜୀବନର ପ୍ରଥମ ରୋଜଗାର ଭାବି ଖର୍ଚ୍ଚ ନ କରି ଘରକୁ ପୋଷ୍ଟରେ ପଠାଇ ଦେଇଥିଲି। ବାପା ସେଥିରୁ ଶହେଟଙ୍କାର ଭୋଗ କିଣି ଠାକୁରଙ୍କ ପାଖେ ପୂଜାକରି ସାହିରେ ସମସ୍ତଙ୍କୁ ବାଣ୍ଟିଥିଲେ। ବାକି ଶହେ ଟଙ୍କାକୁ ସିଏ ଆଜିଯାଏ ନିଜ ସୁଟ୍‌କେଶ୍‌ରେ ସାଇତି ରଖିଛନ୍ତି; ଆଉ ସୁଯୋଗ ମିଳିଲେ ମୋ ଝିଅମାନଙ୍କୁ ତାହା ଦେଖାଇ କହୁଛନ୍ତି ‘ଦେଖ ତୁମ ବାପାର ପ୍ରଥମ ରୋଜଗାରକୁ ଏବେ ବି ମୁଁ କେମିତି ସାଇତି ରଖିଛି।’ ସତରେ ବାପାଙ୍କର ମୋ ପ୍ରତି ଥିବା ସେହି ଆଶୀର୍ବାଦ ପାଇଁ ଦୀର୍ଘ ୨୦ ବର୍ଷ ଭାରତୀୟ ନୌସେନାରେ ଏୟାରକ୍ରାଫ୍ଟ ମେକାନିକ୍‌(ଇଲେକ୍ଟ୍ରିକାଲ୍‌)ଭାବେ କାମକରି ସେଥିରୁ ଅବସର ନେବା ପରେ ଏବେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ କ୍ୟାଶିୟର ଭାବେ କାର୍ଯ୍ୟରତ। ବିଭିନ୍ନ ପ୍ରକାର ବହି ପଢ଼ିବାରେ ମୋର ରୁଚି ରହିଛି। ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ବି ମୁଁ ଭଲପାଏ। ନିଜ ଗାଁ ତଥା ଗାଁ ମନ୍ଦିରଗୁଡ଼ିକର କିପରି ଉନ୍ନତି ହେବ ସେ ଚେଷ୍ଟାରେ ବି ସବୁବେଳେ ଲାଗିଥାଏ; ସେଥିପାଇଁ ମୋତେ ଆମ ଗାଁ ଲୋକେ ଢେର ଆଦର କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?