ପୁରୀ, କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର, ୨୭ା୯ (ବ୍ୟୁରୋ)- ପୁରୀ ଓ କୋଣାର୍କକୁ ମୋ ବସ୍‌ ସେବା ଆରମ୍ଭ ହୋଇଛି। ରବିବାର ବିଶ୍ୱ ପର୍ଯ୍ୟଟନ ଦିବସରୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଉପହାର ସ୍ବରୂପ ମୋ ବସ୍‌ ସେବା ଆରମ୍ଭ ହେବ ବୋଲି ମୋ ବସ୍‌ ପରିଚାଳନା ସଂସ୍ଥା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୁହାଯାଇଛି। ରୁଟ୍‌ ନଂ-୫୦ରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ବସଷ୍ଟାଣ୍ଡ୍‌ରୁ ବାହାରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ମୋ ବସ୍‌ ଗସ୍ତ କରିଥିବାବେଳେ କୋଣାର୍କକୁ ରୁଟ୍‌ ନଂ-୭୦ରେ ସଂଯୋଗ କରିଛି। ଏହି ଦୁଇ ପର୍ଯ୍ୟଟନ ସହରକୁ ବସ୍‌ ଚଳାଚଳ ହେବା ପରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି, ପୁରୀ ଓ କୋଣାର୍କ ରାଜ୍ୟର ପ୍ରମୁଖ ସାଂସ୍କୃତିକ କ୍ଷେତ୍ର। ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟତ କରୁଥିବା ଅନେକ ଲୋକ ଏହା ଦ୍ୱରା ଲାଭବାନ ହୋଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ବଡ଼କମର-ଖଡ଼ଗପ୍ରସାଦ ସେତୁ ଆଶା

ପରଜଙ୍ଗ, ୧୧ା୮(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ଓଡ଼ାପଡ଼ା ବ୍ଲକକୁ ସିଧାସଳଖ ଯୋଡିବାକୁ ବ୍ରାହ୍ମଣୀ ନଦୀ ଉପରେ ସେତୁଟିଏ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ...

ଅସହଯୋଗରୁ ବ୍ୟାପୁଛି ସଂକ୍ରମଣ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଭୁବନେଶ୍ୱରରେ ଏବେ ନମୁନା ସଂଗ୍ରହ ଓ ପରୀକ୍ଷଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ହେଲେ ଅନେକ କ୍ଷେତ୍ରରେ...

ରେକର୍ଡ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା, ଜିତିବାର ଶ୍ରେୟ ସଭାପତିଙ୍କୁ ଦେଲେ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରି ରାଜ୍ୟରେ ରେକର୍ଡ ସୃଷ୍ଟି କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ। ଏହି...

ଉତ୍କଳ ବିଶ୍ୱବିଦ୍ୟାଳୟକୁ ବର୍ଷକର ଦରମା ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨।୪(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଗୁରୁବାର ଓଡ଼ିଶା ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ବର୍ଷକର ଦରମା ପ୍ରଦାନ କରିଛନ୍ତି। ରାଜ୍ୟପାଳ ତଥା...

ନିୟମ ଉଲ୍ଲଂଘନ, ୫ ଦୋକାନ ସିଲ୍‌

ଅନୁଗୋଳ ଅଫିସ୍‌, ୮।୭ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ବିଶେଷକରି ସକାଳ ୭ଟାରୁ...

ମାଲିକଙ୍କ ଜୀବନ ବଞ୍ଚାଇଲା କୁକୁର: ସାପକୁ ମାରି ମଲା

ଗୋପାଳପୁର,୨୦ା୧୨- ନିଜ ଜୀବନକୁ ବଳି ଦେଇ ମାଲିକଙ୍କୁ ବଞ୍ଚାଇଛି ପୋଷା କୁକୁର। ଏଭଳି ଘଟଣା ଘଟିଛି ଗଂଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ରଣ୍ଢା ପଞ୍ଚମା ରୋଡରେ।...

କମିଲା ବାଲେଶ୍ୱର, ତିର୍ତ୍ତୋଲ ମତଦାନ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବାଲେଶ୍ୱର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ମତଦାନ ହାର କମିଛି। ଗତ ୩ ତାରିଖରେ ହୋଇଥିବା ଉପନିର୍ବାଚନରେ ବାଲେଶ୍ୱରରେ ୭୦.୬୯ ପ୍ରତିଶତ ମତଦାନ ହୋଇଥିବା...

ପରପାରିରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ

ଭୁବନେଶ୍ୱର, ୧୪।୫(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ, ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା।...

Advertisement

BGU

Archives

Model This Week

Why Dharitri