ଏଡିଏମଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ:ଅପରେଶନ ଥିଏଟରକୁ ଡାକି ମହିଳା ଡାକ୍ତରଙ୍କ ଶରୀରକୁ କରୁଥିଲେ ସ୍ପର୍ଶ

ସୁନ୍ଦରଗଡ,୭।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଦନ୍ତ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ଏଡିଏମଓ) ଡା. ପ୍ରକାଶ ବଳ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ମହିଳା ଡାକ୍ତର ଜଣକ ଏ ସମ୍ପର୍କରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ପ୍ରକାଶଙ୍କ ବିରୋଧରେ ଟାଉନଥାନାରେ କେଶ ନମ୍ବର ୧୨୮/୨୦୨୪ରେ ଆଇପିସି ୩୪୧/୨୯୪/୩୫୪(କ)/୫୦୫/୫୦୯ରେ ମମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମହିଳା ଡାକ୍ତର ତାଙ୍କର ଏତଲାରେ ଦର୍ଶାଇଛନ୍ତି ଯେ, ସୁନ୍ଦରଗଡ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପକ୍ଷରୁ ଜିଲା ମୁଖ୍ୟ ଡାକ୍ତରଖାନାର ଦନ୍ତ ବିଭାଗର ମେଡ଼ିକାଲ ଅଫିସର ଭାବରେ ଗତ୨୦୧୯ଡିସେମ୍ବର୨୧ତାରିଖରେ ନିଯୁକ୍ତି ପାଇଛନ୍ତି। ସେତେବେଳେ ସର୍ଜରୀ ବିଭାଗରେ ଡାକ୍ତର ଥିବା ପ୍ରକାଶ ବଳ ଓପିଡି ଆସି ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା, ବିଭିନ୍ନ ସମୟରେ ଅପରେଶନ ଥିଏଟରକୁ ଡାକି ଶରୀରରେ ସ୍ପର୍ଶ କରିବା, ପିଠି, ବେକରେ ହାତ ଦେଇ ଆସୁଥିଲେ। ଏହାକୁ ପ୍ରତିବାଦ କଲେ ସେ ଏହାକୁ ଶୁଣୁ ନ ଥିଲେ।ଏ ହାକୁ ନେଇ ମହିଳା ଡାକ୍ତର ଜଣକୁ ତତ୍କାଳୀନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ବିଭାଗୀୟ କମିଟି ଜରିଆରେ ତଦନ୍ତ ପରେ ମଧ ତାଙ୍କୁ କୌଣସି ନ୍ୟାୟ ମିଳି ନ ଥିଲା।
କିଛିଦିନ ଏହା ବନ୍ଦ ପରେ ବର୍ତ୍ତମାନ ଏଡିଏମଓ ଥିବା ଡା. ବଳ ୨୦୨୩ରେ ପୂର୍ବ ପରି ବ୍ୟବହାର ଆରମ୍ଭ କରିଥିଲେ। ଏଥିରେ ସେ ଅତିଷ୍ଠ ହୋଇ ପ୍ରତିବାଦ କରିଥିଲେ। ଫଳରେ ତାଙ୍କୁ ସେ ଅନ୍ୟତ୍ର ବଦଳି କରି ଦେବାକୁ ଧମକ ଦେଉଥିଲେ।
ଅପରପକ୍ଷରେ ଏଭଳି ଅଭିଯୋଗକୁ ଏଡିଏମଓ ଡା. ବଳ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଦନ୍ତ ବିଭାଗ ରେ ୭ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ହେଲେ ବିଭିନ୍ନ ସମୟରେ ପରସ୍ପରକୁ ମଧ୍ୟରେ ଗଣ୍ଡଗୋଳ ଲାଗିରହୁଛି। ଅଧିକାଂଶ ସମୟରେ ଏଭଳି ବିଶୃଙ୍ଖଳା ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ନେଇ ଜନସାଧାରଣଙ୍କଠାରୁ ବାରମ୍ବାର ଅଭିଯୋଗ ପରେ ଡା. ବଳ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶାସନିକ ଶୃଙ୍ଖଳା ଦୃଷ୍ଟିରୁ ଅଭିଯୋଗକାରିଣୀ ମହିଳା ଡାକ୍ତରଙ୍କ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏମସିଏଚ ବିଲଡିଙ୍ଗ(ମାଆ ଓ ଶିଶୁର ହସ୍ପିଟାଲ)କୁ ବଦଳି କରାଯାଇଥିଲା ଓ ସେ ଫେବୃଆରୀ ପହିଲାରୁ ସେଠାରେ ଜଏନ କରିବା କଥା। ମାତ୍ର ସେ ଏଥିରେ ଉତକ୍ଷିପ୍ତ ହୋଇ ଫୋନରେ ମୋତେ କାହିଁକି ସେଠିକୁ ବଦଳି କଲେ ବୋଲି ପଚାରିବା ସହ ପରେ ୪/୫ ଜଣ ସ୍ଥାନୀୟ ଯୁବକଙ୍କୁ ଧରି ମୋ ଅଫିସ ପ୍ରକୋଷ୍ଠରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଯାହାକି ସିସିଟିଭି ଫୁଟେଜରେ ରେକର୍ଡ ରହିଛି। ଏହାପରେ ଦନ୍ତ ବିଭାଗରେ ଥିବା ସମସ୍ତ ମହିଳା ଡାକ୍ତରଙ୍କ ମଧ୍ୟରେ ଗତ ୩ତାରିଖରେ ଗଣ୍ଡଗୋଳ ଘଟିଥିଲା।ଏପରିକି ପରସ୍ପର ମଧ୍ୟରେ ଚୌକି ଫୋପାଡି ଗଣ୍ଡଗୋଳ କରିଥିଲେ। ଏଠାରେ ଦୁଇଟି ଗୋଷ୍ଠୀରେ ଡାକ୍ତର ହୋଇ ମୋ ବିରୋଧରେ ମିଥ୍ୟା ଆରୋପ ଲଗାଯାଇଥିବା ଏଡିଏମଓ ବଳ କହିଛନ୍ତି। ହେଲେ କିଏ ସତ କହୁଛି ତଦନ୍ତ ପରେ ସ୍ପଷ୍ଟ ହେବ। ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri