ଏଡିଏମଓଙ୍କ ନାଁରେ ସଙ୍ଗୀନ ଅଭିଯୋଗ:ଅପରେଶନ ଥିଏଟରକୁ ଡାକି ମହିଳା ଡାକ୍ତରଙ୍କ ଶରୀରକୁ କରୁଥିଲେ ସ୍ପର୍ଶ

ସୁନ୍ଦରଗଡ,୭।୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାରେ ଦନ୍ତ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ଏଡିଏମଓ) ଡା. ପ୍ରକାଶ ବଳ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ମହିଳା ଡାକ୍ତର ଜଣକ ଏ ସମ୍ପର୍କରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ପ୍ରକାଶଙ୍କ ବିରୋଧରେ ଟାଉନଥାନାରେ କେଶ ନମ୍ବର ୧୨୮/୨୦୨୪ରେ ଆଇପିସି ୩୪୧/୨୯୪/୩୫୪(କ)/୫୦୫/୫୦୯ରେ ମମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମହିଳା ଡାକ୍ତର ତାଙ୍କର ଏତଲାରେ ଦର୍ଶାଇଛନ୍ତି ଯେ, ସୁନ୍ଦରଗଡ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ପକ୍ଷରୁ ଜିଲା ମୁଖ୍ୟ ଡାକ୍ତରଖାନାର ଦନ୍ତ ବିଭାଗର ମେଡ଼ିକାଲ ଅଫିସର ଭାବରେ ଗତ୨୦୧୯ଡିସେମ୍ବର୨୧ତାରିଖରେ ନିଯୁକ୍ତି ପାଇଛନ୍ତି। ସେତେବେଳେ ସର୍ଜରୀ ବିଭାଗରେ ଡାକ୍ତର ଥିବା ପ୍ରକାଶ ବଳ ଓପିଡି ଆସି ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା, ବିଭିନ୍ନ ସମୟରେ ଅପରେଶନ ଥିଏଟରକୁ ଡାକି ଶରୀରରେ ସ୍ପର୍ଶ କରିବା, ପିଠି, ବେକରେ ହାତ ଦେଇ ଆସୁଥିଲେ। ଏହାକୁ ପ୍ରତିବାଦ କଲେ ସେ ଏହାକୁ ଶୁଣୁ ନ ଥିଲେ।ଏ ହାକୁ ନେଇ ମହିଳା ଡାକ୍ତର ଜଣକୁ ତତ୍କାଳୀନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ବିଭାଗୀୟ କମିଟି ଜରିଆରେ ତଦନ୍ତ ପରେ ମଧ ତାଙ୍କୁ କୌଣସି ନ୍ୟାୟ ମିଳି ନ ଥିଲା।
କିଛିଦିନ ଏହା ବନ୍ଦ ପରେ ବର୍ତ୍ତମାନ ଏଡିଏମଓ ଥିବା ଡା. ବଳ ୨୦୨୩ରେ ପୂର୍ବ ପରି ବ୍ୟବହାର ଆରମ୍ଭ କରିଥିଲେ। ଏଥିରେ ସେ ଅତିଷ୍ଠ ହୋଇ ପ୍ରତିବାଦ କରିଥିଲେ। ଫଳରେ ତାଙ୍କୁ ସେ ଅନ୍ୟତ୍ର ବଦଳି କରି ଦେବାକୁ ଧମକ ଦେଉଥିଲେ।
ଅପରପକ୍ଷରେ ଏଭଳି ଅଭିଯୋଗକୁ ଏଡିଏମଓ ଡା. ବଳ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଦନ୍ତ ବିଭାଗ ରେ ୭ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ହେଲେ ବିଭିନ୍ନ ସମୟରେ ପରସ୍ପରକୁ ମଧ୍ୟରେ ଗଣ୍ଡଗୋଳ ଲାଗିରହୁଛି। ଅଧିକାଂଶ ସମୟରେ ଏଭଳି ବିଶୃଙ୍ଖଳା ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା ନେଇ ଜନସାଧାରଣଙ୍କଠାରୁ ବାରମ୍ବାର ଅଭିଯୋଗ ପରେ ଡା. ବଳ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶାସନିକ ଶୃଙ୍ଖଳା ଦୃଷ୍ଟିରୁ ଅଭିଯୋଗକାରିଣୀ ମହିଳା ଡାକ୍ତରଙ୍କ ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏମସିଏଚ ବିଲଡିଙ୍ଗ(ମାଆ ଓ ଶିଶୁର ହସ୍ପିଟାଲ)କୁ ବଦଳି କରାଯାଇଥିଲା ଓ ସେ ଫେବୃଆରୀ ପହିଲାରୁ ସେଠାରେ ଜଏନ କରିବା କଥା। ମାତ୍ର ସେ ଏଥିରେ ଉତକ୍ଷିପ୍ତ ହୋଇ ଫୋନରେ ମୋତେ କାହିଁକି ସେଠିକୁ ବଦଳି କଲେ ବୋଲି ପଚାରିବା ସହ ପରେ ୪/୫ ଜଣ ସ୍ଥାନୀୟ ଯୁବକଙ୍କୁ ଧରି ମୋ ଅଫିସ ପ୍ରକୋଷ୍ଠରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଯାହାକି ସିସିଟିଭି ଫୁଟେଜରେ ରେକର୍ଡ ରହିଛି। ଏହାପରେ ଦନ୍ତ ବିଭାଗରେ ଥିବା ସମସ୍ତ ମହିଳା ଡାକ୍ତରଙ୍କ ମଧ୍ୟରେ ଗତ ୩ତାରିଖରେ ଗଣ୍ଡଗୋଳ ଘଟିଥିଲା।ଏପରିକି ପରସ୍ପର ମଧ୍ୟରେ ଚୌକି ଫୋପାଡି ଗଣ୍ଡଗୋଳ କରିଥିଲେ। ଏଠାରେ ଦୁଇଟି ଗୋଷ୍ଠୀରେ ଡାକ୍ତର ହୋଇ ମୋ ବିରୋଧରେ ମିଥ୍ୟା ଆରୋପ ଲଗାଯାଇଥିବା ଏଡିଏମଓ ବଳ କହିଛନ୍ତି। ହେଲେ କିଏ ସତ କହୁଛି ତଦନ୍ତ ପରେ ସ୍ପଷ୍ଟ ହେବ। ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?