ମ୍ୟୁଜିକ୍‌ ଆରେଞ୍ଜର ଶୁଭାଶିଷ

କାମାକ୍ଷାନଗର, ୬।୮(ଡି.ଏନ୍‌.ଏ.): ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି’। ଓଲିଉଡ୍‌ର ଚିରସବୁଜ ଏହି ଗୀତ ଆଜି ବି ଯୁବପିଢ଼ିଙ୍କୁ ମତୁଆଲା କରେ। ଭର୍ସାଟାଇଲ ମ୍ୟୁଜିକ୍‌ କମ୍ପୋଜର ତଥା କଣ୍ଠଶିଳ୍ପୀ ଅଭିଜିତ୍‌ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତକୁ ସ୍ବରରେ ସଜାଇଥିଲେ ମେଲୋଡି କିଙ୍ଗ୍‌ ବାବୁଲ ସୁପ୍ରିଓ। ଓଲିଉଡ୍‌ରେ ନୂଆ ନୂଆ ପାଦ ଦେଇଥିବା ଅଭିନେତା ଅନୁଭବ ଏବଂ ସେତେବେଳର ଚର୍ଚ୍ଚିତ ଅଭିନେତ୍ରୀ ଦୀପାଙ୍କ ଚମତ୍କାର ଅଭିନୟ ଏହି ଆଲ୍‌ବମ୍‌କୁ ଦେଇଥିଲା ଅଜସ୍ର ଦର୍ଶକୀୟ ସ୍ବୀକୃତି। ତେବେ ଏହି ଚିରସବୁଜ ଗୀତକୁ ଆରେଞ୍ଜ କରିବା ପଛରେ ଯିଏ ନେପଥ୍ୟରେ ଥିଲେ ସେ ହେଲେ କାମାକ୍ଷାନଗର ବ୍ଲକ ମାଳପୁରା ଗ୍ରାମର ଶୁଭାଶିଷ ରାଉତ। କେବଳ କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି ନୁହେଁ, ସିଷ୍ଟର ଶ୍ରୀଦେବୀ, ଶ୍ରୀମାନ୍‌ ସୁରଦାସ, ମିଷ୍ଟର ମଜ୍‌ନୁ, ସୁନ୍ଦରଗଡ଼ର ସଲମନ୍‌ ଖାନ୍‌, ସୁନା ପିଲା ସ୍କୃ ଢିଲା ଭଳି ଏକାଧିକ ଓଲିଉଡ୍‌ ସିନେମାର ଗୀତ ପ୍ରସ୍ତୁତି ପଛରେ ରହିଛନ୍ତି ଏହି ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ। ବୃତ୍ତିଗତ ଜୀବନରେ ଜଣେ ଅଧ୍ୟାପକ ହେଲେ ମଧ୍ୟ, ଜଣେ ଉଦୀୟମାନ ମ୍ୟୁଜିକ୍‌ ଆରେଞ୍ଜର ଭାବେ ଓଲିଉଡ୍‌ରେ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ଶୁଭାଶିଷ।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମାଳପୁରା ଭଳି ଏକ ଛୋଟ ଗ୍ରାମରୁ ଆସି ଓଲିଉଡ୍‌ରେ ସ୍ବତନ୍ତ୍ର ଛାପ ଛାଡ଼ିଥିବା ଶୁଭାଶିଷଙ୍କ ପରିବାର ବେଶ୍‌ ଶିକ୍ଷିତ। ବାପା ବିପିନ ବିହାରୀ ରାଉତ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବାବେଳେ ମା’ ଗୃହିଣୀ। ନିଜେ ଶୁଭାଶିଷ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଭାଇସ୍‌ ପ୍ରିନି୍ସପାଲ ଭାବେ କାର୍ଯ୍ୟରତ। ଅଧ୍ୟାପିକା ସ୍ତ୍ରୀ ଶାଶ୍ୱତୀ ଏବଂ ଦେଢ଼ବର୍ଷର ଝିଅ ଶ୍ରୀମୟୀଙ୍କୁ ନେଇ ତାଙ୍କ ପରିବାର। ନିଜର ନିଆରା ନିଶା ବିଷୟରେ ଶୁଭାଶିଷ କୁହନ୍ତି, ଷ୍ଟୁଡିଓରେ ମ୍ୟୁଜିକ୍‌ ରେକର୍ଡିଂ କରିବାର ଦୀର୍ଘଦିନ ପୂର୍ବରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି। ଲିରିକ୍ସକୁ ଭଲଭାବେ ବୁଝିବା, ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବା, କଣ୍ଠଶିଳ୍ପୀଙ୍କ ସହ ଯୋଗାଯୋଗ କରି ତାରିଖ ସ୍ଥିର କରିବା, ଆଧୁନିକ ସମୟର ମ୍ୟୁଜିକ୍‌ ଇନ୍‌ଷ୍ଟ୍ରୁମେଣ୍ଟ ବ୍ୟବସ୍ଥା ସହ ସମସ୍ତଙ୍କୁ ନିର୍ଦ୍ଧାରିତ ସମୟର ଷ୍ଟୁଡିଓରେ ପହଞ୍ଚାଇବା ପ୍ରମୁଖ କାର୍ଯ୍ୟ। ଆଉ ଯେତେବେଳେ ସିନେମା କଥା ଆସେ, ସେତେବେଳେ ଗୀତ ରେକର୍ଡିଂର ଗୁରୁତ୍ୱ ଆହୁରି ବଢ଼ିଯାଏ। ୨୦୦୨ରେ ସିନେ ଜଗତ ସହ ପରିଚିତ ହୋଇଥିଲେ ହେଁ ଦୀର୍ଘ ୨୦ ବର୍ଷର ଅଭିଜ୍ଞତା ବଳରେ ଶୁଭାଶିଷ ମ୍ୟୁଜିକ ଆରେଞ୍ଜର ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିପକ୍ୱ ହୋଇଗଲେଣି। କେବଳ ଏତିକି ନୁହେଁ, ଶୁଭାଶିଷ ୧୦ରୁ ଅଧିକ ଓଡ଼ିଆ ଭଜନ ଓ ଆଲ୍‌ବମ୍‌ରେ ଅଭିନୟ ମଧ୍ୟ କରିଛନ୍ତି। ଗରିବ ଛାତ୍ରୀଛାତ୍ରଙ୍କୁ ନିଃଶୁଳ୍କ ଶିକ୍ଷାଦାନ, କରୋନା ସମୟରେ ଅସହାୟଙ୍କୁ ଖାଦ୍ୟ ଯୋଗାଇ ମାନବିକତାର ପରିଚୟ ମଧ୍ୟ ଦେଇଛନ୍ତି। ଓଡ଼ିଶାରେ ମ୍ୟୁଜିକ୍‌ ଆରେଞ୍ଜ ଶବ୍ଦ ହୁଏତ ଯୁବପିଢ଼ିଙ୍କ ପାଇଁ ନୂଆ ହୋଇଥାଇପାରେ। କିନ୍ତୁ ବାହାର ରାଜ୍ୟରେ ଏହାକୁ ଅନେକେ ବୃତ୍ତି ଭାବେ ଗ୍ରହଣ କଲେଣି। ଏହି କାର୍ଯ୍ୟ ବାହାରୁ ସହଜ ଜଣାପଡୁଥିଲେ ମଧ୍ୟ କଷ୍ଟକର। ବିଶେଷ କରି ଅଧ୍ୟାପନା ବୃତ୍ତି ଭିତରେ ମ୍ୟୁଜିକ୍‌ ଆରେଞ୍ଜର କାର୍ଯ୍ୟ କରିବା ଚ୍ୟାଲେଞ୍ଜିଂ। ଗୋଟିଏ ଗୀତ ରେକର୍ଡିଂ ପାଇଁ ସବୁ ବ୍ୟବସ୍ଥା କରିବାକୁ ୮ରୁ ୧୦ ଦିନ ଲାଗିଯାଏ। କାଳେ ପାଠପଢ଼ା ପ୍ରଭାବିତ ହେବ ସେଥିଲାଗି ଛୁଟିଦିନମାନଙ୍କରେ ଏହି କାର୍ଯ୍ୟ କରିବାକୁ ପଡ଼େ। ଯୋଜନା ଅନୁଯାୟୀ କାର୍ଯ୍ୟକୁ ଠିକ୍‌ ଭାବେ ତୁଲାଇପାରିଲେ ଆତ୍ମସନ୍ତୁଷ୍ଟି ମିଳେ ବୋଲି କହିଛନ୍ତି ଶୁଭାଶିଷ। ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଅନେକ ସମୟରେ ପାଠପଢ଼ି ଚାକିରି ପଛରେ ଗୋଡ଼ାଇଲେ ନିଜର ସ୍ବପ୍ନ ପଛରେ ରହିଯାଏ। ବୃତ୍ତି ଯାହା ବି ହେଉ ନା କାହିଁକି, କଳାତ୍ମକ ଭାବନାର ପରିପ୍ରକାଶ କରିବା ଲାଗି କୌଣସି ସୁଯୋଗକୁ ହାତଛଡ଼ା କରିବା ଅନୁଚିତ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri