ଉତ୍ପାଦିତ ଛତୁ ପାଇଁ ମଣ୍ଡିର ଅଭାବ

କେନ୍ଦ୍ରାପଡ଼ା ଅଫିସ,୮ା୪: ଓଡ଼ିଶା ଛତୁଚାଷରେ ସଫଳ ହୋଇଥିବା ଗତ ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଉଲ୍ଲେଖ କରିଥିଲେ। ତେବେ କେନ୍ଦ୍ରାପଡ଼ା ଜିଲାର ଛତୁଚାଷୀ ମଣ୍ଡିର ଅଭାବ ଦେଖାଇ ଚାଷକୁ ବନ୍ଦ କରିବାକୁ ବସିଛନ୍ତି। ଗୋଟିଏ ପରିବାର ମାସିକ ଅନୂ୍ୟନ ୭ ହଜାର ଟଙ୍କା ରୋଜଗାର କରୁଥିବା ରାଜନଗରର ପ୍ରାୟ ୨୦୦ ପରିବାର ଛତୁ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାଜନଗର ଅଞ୍ଚଳର ପଦନୀ ରାଉତ, ଅମିତା ଦାସ, ସ୍ବର୍ଣ୍ଣଲତା ଦାସ, ସରସ୍ବତୀ ବେହେରା ପ୍ରମୁଖ କୁହନ୍ତି, ଜିଲାରେ କର୍ମନିଯୁକ୍ତି ଏକ ସ୍ବପ୍ନ ପରି। ଏଥିପାଇଁ ଆନ୍ଧ୍ରପ୍ରଦେଶରେ ରହି ଏକ ଚିଙ୍ଗୁଡ଼ି ଘେରିରେ କାର୍ଯ୍ୟ କରୁଥିଲୁ। ତେବେ କରୋନା ସଂକ୍ରମଣ ଆରମ୍ଭ ହେବାରୁ ଚିଙ୍ଗୁଡ଼ିଘେରି ବନ୍ଦ ହୋଇଗଲା। ଘରକୁ ଫେରିବା ପରେ ପରିବାର ଭରଣପୋଷଣ ଏକ ସମସ୍ୟା ହେଲା। ଏହି ସମୟରେ ଓଡ଼ିଶା ଜୀବିକା ମିଶନ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଛତୁଚାଷ ପାଇଁ ପ୍ରୋତ୍ସାହନ ମିଳୁଥିବା ନେଇ ଆଲୋଚନା ହେଲା। ଏ ନେଇ ଗ୍ରାମର ମହିଳା ଓ ଯୁବତୀ ଏକାଠି ହୋଇ ଦୁଇ ବର୍ଷ ଧରି ଛତୁ ଉପତ୍ାଦନ କାର୍ଯ୍ୟରେ ଲାଗିଥିଲେ। ବିକ୍ରି ପରେ ମାସକୁ ପ୍ରାୟ ୭ ହଜାର ଟଙ୍କା ରୋଜଗାର ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ସେମାନେ କହିଥିଲେ, ସାମ୍ପ୍ରତିକ ସମୟରେ ନିରାମିଷ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ିଛି। ଛତୁରେ ଲୌହସାର ସହ ପ୍ରଚୁର ଭିଟାମିନ ଅଛି। ଖାଦ୍ୟ ଭାବେ ଏହା ସଭିଙ୍କ ପ୍ରିୟ। ତେବେ ବର୍ଷସାରା ଛତୁ ମିଳୁ ନ ଥିବାରୁ ଲୋକମାନେ ବର୍ଷାଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ମହିଳା ଗୋଷ୍ଠୀଙ୍କ ପାଳଛତୁ ଉପତ୍ାଦନ ଏହି ସମସ୍ୟାର ସମାଧାନ କରିଛି। ଛତୁଚାଷକୁ ନେଇ କିଛି ମହିଳା ୨୦୧୬ ମସିହାରେ ତାଲିମ ନେଇଥିଲେ। ଏହି ତାଲିମ କରୋନା ସଂକ୍ରମଣ ସମୟରେ କାମରେ ଲାଗିଛି। ଉକ୍ତ ଚାଷ ରାଜନଗର ବ୍ଲକ ଅଞ୍ଚଳର କେତେକ ଗ୍ରାମରେ କୁଟୀର ଶିଳ୍ପ ପାଲଟିଛି। ବଜାରରେ ଏବେ ପାଳଛତୁ ୨୦୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହା ବ୍ୟତୀତ ବ୍ୟବସାୟୀମାନେ ଘର ନିକଟରୁ କିଲୋ ଗ୍ରାମ ପ୍ରତି ୧୮୦ ଟଙ୍କାରେ କିଣି ନେଉଛନ୍ତି। ତେବେ ଏହି ଚାଷରେ ଏବେ କ୍ଷତି ହେଉଛି। ଉପତ୍ାଦିତ ଛତୁର ସଂରକ୍ଷଣ ପାଇଁ ଜିଲାରେ କୌଣସି ଶୀତଳଭଣ୍ଡାର ନାହିଁ। ଦିନକୁ ଦୁଇଥର ବେଡ୍‌ରୁ ଛତୁ ତୋଳା ଯାଇ ବିକ୍ରି ନ ହେଲେ ନଷ୍ଟ ହେଉଛି। ବେଳେବେଳେ ଅଧା ଦାମରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ପଡ଼ୁଛି। ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ ବିକ୍ରି ପାଇଁ ମଣ୍ଡି ଗୃହ ନିର୍ମାଣ ହେଲେ ସମସ୍ୟାର କିଛିମାତ୍ରାରେ ସମାଧାନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ର କହିଛନ୍ତି, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଛତୁ ଫାର୍ମ ପାଇଁ ଆବଶ୍ୟକ ତାଲିମ ସହ ଜୀବିକା ମିଶନରେ ସବ୍‌ସିଡି ଓ ଋଣ ଅର୍ଥ ଯୋଗାଇ ଦିଆଯାଉଛି। ଏହାଦ୍ୱାରା କର୍ମନିଯୁକ୍ତି ସହ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି। ମିଶନ ଶକ୍ତି ପ୍ରକଳ୍ପ ପରିଚାଳକ କୈଳାସ ସେନାପତି କହିଛନ୍ତି, ଜିଲାର ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ମଣ୍ଡି ସ୍ଥାପନ ପାଇଁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri