ମୂଷାପାଲି ପଞ୍ଚାୟତକୁ ମଦମୁକ୍ତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

କୋକସରା,୨୮ା୫(ଡି.ଏନ୍‌.ଏ.): ଦିନକୁ ଦିନ ଗ୍ରାମାଞ୍ଚଳରେ ଦେଶୀ ମଦଭାଟି ଛତୁ ଫୁଟିଲା ଭଳି ଖୋଲୁଥିବାରୁ ଗାଁ ଗାଁରେ ମଦ୍ୟପଙ୍କ ଦୌରାତ୍ମ୍ୟ ସହ ଗାଁ ପରିବେଶକୁ ଅଶାନ୍ତ କରୁଥିବା ଦେଖିବାକୁ ମିଳୁଛି। ଘରେ ଘରେ ଗଣ୍ଡଗୋଳ ହେଉଛି। ସ୍ତ୍ରୀ-ସ୍ବାମୀ ମଧ୍ୟରେ ମତାନ୍ତର ହୋଇ କଥା ଛାଡ଼ପତ୍ର ପର୍ଯ୍ୟନ୍ତ ଯାଉଛି। ମଦନିଶାରେ ଅସାମାଜିକ କାର୍ଯ୍ୟ କଳାପ ସହ ଚୋରି, ଡକାୟତି, ରାହାଜାନୀ, ଲୁଟ୍‌, ହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି। ଏହାର ପ୍ରତିବାଦ କରି ଶନିବାର କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତର ୩୦ଟି ଏସ୍‌.ଏଚ୍‌.ଜିର ମହିଳାମାନେ ଏକତ୍ରିତ ହୋଇ ପଞ୍ଚାୟତରେ ଥିବା ସମସ୍ତ ଦେଶୀ ମଦଭାଟି ବନ୍ଦ କରିବାକୁ ଶପଥ ନେଇଛନ୍ତି। ଆଜି ମୂଷାପାଲି ପଞ୍ଚାୟତର ମୂଷାପାଲି, ଖପ୍ରାମାଲ, ଗହନାମୁଣ୍ଡା ଗାଁରେ ଥିବା ଦେଶୀ ମଦ ଭାଟିଗୁଡିକୁ ବନ୍ଦ କରିବାକୁ ଏକ ଦାବିପତ୍ର ଏସ୍‌ଏଚ୍‌ଜିର ବୈଦେହୀ ସୁନାନୀ, ଶୈଳନ୍ଦ୍ରୀ ନାଏକ, ଧନମତି ରାଉତ, ମମତା ପାଣ୍ଡେ, ସନ୍ତୋଷୀ ବାଗ, ସୁମନ ରାଉତ, କ୍ରାନ୍ତି ଦୁର୍ଗା, କସ୍ତୁରୀ ରାଉତ, ପୂର୍ଣ୍ଣମୀ ଧରୁଆ, ଅଦିତି ରାଉତ, ମଞ୍ଜୁଳତା ଦୁର୍ଗା, କୁମୁଦିନୀ ବାଗ, ଭୂମିସୁତା ବାଗ, ଗୀତା ରାଉତ, ମମତା ସୁନାନୀଙ୍କ ସମେତ ଶତାଧିକ ମହିଳା କୋକସରା ଥାନାରେ ପହଞ୍ଚି ଥାନାଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri