ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇ ଚାଲିଗଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୬ା୭: ଝାରସୁଗୁଡ଼ା ବେହେରାମାଲସ୍ଥିତ ମୁଡିମିଲ ଗଳିରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହକୁ ପୋଲିସ ଜବତ କରିଛି। ମୃତ ଯୁବକ ଜଣଙ୍କ ହେଲେ ବିପିନ ସାହା(୩୨। ତଙ୍କ ଘର ସ୍ଥାନୀୟ ପୁରୁଣାବସ୍ତିରେ। ତାଙ୍କ ନିକଟରୁ ପୋଲିସ ୭୪ ହଜାର ଟଙ୍କା, ମନିପର୍ସ,ଏଟିଏମ୍‌, ଡ୍ରାଇଭିଂ ଲାଇସେନ୍ସ ଓ ମୋବାଇଲ ଆଦି ଜବତ କରିଛି । ଏନେଇ ପୋଲିସ ଝାରସୁଗୁଡ଼ା ସଦର ଥାନା କେସ୍‌ ନଂ(୧୨୮/୨୧)ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରି ଫେରିଛି। ମୃତ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ରରେ ହଣା ଯାଇଥିବା କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଯୁବକଙ୍କୁ ହତ୍ୟାକରି ଫେରାର ହୋଇଯାଇଛନ୍ତି। ଖବର ପାଇ ଏସ୍‌ପି ବିକାଶ ଚନ୍ଦ୍ର ଦାସ, ଏସ୍‌ଡିପିଓ ନିର୍ମଳ ମହାପାତ୍ର ପ୍ରମୁଖ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ଏନେଇ ଏସ୍‌ପି ଦାସ କହିଛନ୍ତି, ଯୁବକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସମୟରେ ସେ ପ୍ରତିରୋଧ କରିଛନ୍ତି । ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ବାରମ୍ବାର ଆକ୍ରମଣ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଥିବା ଏସ୍‌ପି କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରାତଃ ଭ୍ରମଣରେ ଯାଇଥିବା ଲୋକମାନେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଯୁବକଙ୍କୁ ଗୁଳିମାଡ଼

ପାଟଣାଗଡ଼, ୩୦ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଗଙ୍ଗାସାଗର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ପଶି ମୁଖାପିନ୍ଧା ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ଆତଙ୍କ...

ଢେଙ୍କାନାଳରେ ବିଦେଶୀ ଆର୍କିଟେକ୍ଟ: ବଦଳିବ ବସ୍ତି ରୂପରେଖ

ଢେଙ୍କାନାଳ ଅଫିସ, ୭।୮-ରାଜ୍ୟ ସରକାରଙ୍କ ଜାଗା ମିଶନ ପାଇଲଟ୍‌ ପ୍ରୋଜେକ୍ଟରେ ସାମିଲ ହୋଇଛି ଢେଙ୍କାନାଳ ପୌରାଞ୍ଚଳ। ଏହାପରେ ସହରର ରୂପରେଖ ସାଙ୍ଗକୁ ଢାଞ୍ଚାଗତ ପରିବର୍ତ୍ତନ ଲାଗି...

ପରୀ ହତ୍ୟାକାଣ୍ଡ ଘଟଣା: ମା’ ବାପାଙ୍କୁ ଆକ୍ରମଣ କରି ୧୪ ଗିରଫ

ନୟାଗଡ଼ ଅଫିସ,୨୬।୧୦: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁର ଗାଁରେ ଘଟିଥିବା ପରୀ ହତ୍ୟାକାଣ୍ଡ ଧୀରେଧୀରେ ବିବାଦୀୟ ହୋଇଚାଲିଛି। ଏଭଳିସ୍ଥଳେ ମୃତ ପରୀଙ୍କ ମା’ ବାପାଙ୍କୁ...

ହଜିଗଲା ମାନବିକତା: ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଲେ

ଜଳେଶ୍ୱର, ୩୦।୧୦(ଡି.ଏନ.ଏ.)-ଦିନକୁ ଦିନ ଲୋକଙ୍କ ମଧ୍ୟରେ ହଜିଯାଉଛି ମାନବିକତା। ସମାଜରେ ଅସହାୟମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ ନିଜ ପରିବାରର ସଦସ୍ୟଙ୍କୁ ଅସହାୟ ଅବସ୍ଥାରେ ରାସ୍ତାକଡରେ...

ମହିଳାଙ୍କୁ ମେଡିକାଲ ନେବା ସମୟରେ ଓଲଟିଲା ଅଟୋ, ଆଶାକର୍ମୀଙ୍କ ସମେତ ୪ ଆହତ

ଛତ୍ରପୁର,୨୧ା୫(ଡି.ଏନ୍‌.ଏ.): ବ୍ରହ୍ମପୁର ବଡ଼ ମେଡିକାଲକୁ ଜଣେ ମହିଳାଙ୍କୁ ନେଇ ଯାଉଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଏକ ଅଟୋ ଛତ୍ରପୁରସ୍ଥିତ ଡିଆରଡିଏ କାର୍ଯ୍ୟାଳୟ ନିକଟରେ ଭାରସାମ୍ୟ ହରାଇ...

ପହଞ୍ଚିିଲାନି ଆମ୍ବୁଲାନ୍ସ, ବାପା କାନ୍ଧରେ ଗଲା କୁନିଝିଅର ଜୀବନ

ନାକଟିଦେଉଳ,୧୨ା୧୦(ଡି.ଏନ.ଏ.): ନାଳ ପ୍ରତିବନ୍ଧକ ସାଜିବାରୁ ଗାଁରେ ପହଞ୍ଚତ୍ ପାରିଲାନାହିଁ ଆମ୍ବୁଲାନ୍ସ। ଶେଷରେ ଚିକିତ୍ସା ଅଭାବରୁ ବାପା କାନ୍ଧରେ କୁନି ଝିଅର ଜୀବନ ଚାଲିଗଲା। ଏଭଳି ଏକ...

କୁଲେଇରେ ଚୋର ଆତଙ୍କ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇ ଗ୍ରାମରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୩ଦିନ ମଧ୍ୟରେ ୩...

ସତ୍ୟବାଦୀରେ ଗୁଳିକାଣ୍ଡ: ଯୁବକଙ୍କ ଜୀବନଗଲା, ପ୍ରତିବାଦରେ ରାଜପଥ ଅବରୋଧ

ସତ୍ୟବାଦୀ,୯।୩(ଡି.ଏନ୍‌.ଏ.): ପୁରୀ ଜିଲା ସତ୍ୟବାଦୀ ଥାନା ବଡ଼ କାଞ୍ଜିଆ ଛକରେ ରବିବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏଥିରେ ପୁରନ୍ଦର ବେହେରା ଓରଫ ଭାସିଆ ନିହତ...

Advertisement


Archives

Model This Week