ସ୍ତ୍ରୀ, ଶାଶୁଙ୍କୁ ହତ୍ୟା କରି ଫିଙ୍ଗିଥିଲେ: ଖପୁରି ହାଡ଼ ଟାଣି ଖାଉଥିଲା କୁକୁର

ବାସୁଦେବପୁର,୧୭।୧୦(ନାରାୟଣ ପ୍ରସାଦ ବାରିକ୍‌):  ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗାଁରେ ଯୋର ନିକଟରୁ ଅଖା ବସ୍ତାରୁ ମଣିଷ ଖପୁରି ହାଡ଼ ମିଳିବା ପରେ ଏକ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି।  ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ପୋତିବା ସହ ଅନ୍ୟ କିଛି ଅଂଶ ଫିଙ୍ଗି ଦେଇଥିବା ନେଇ ତଦନ୍ତ ବେଳେ ପୋଲିସ ଆଗରେ ଅଭିଯୁକ୍ତ ସ୍ବୀକାର କରିଛନ୍ତି। ମୃତା ୨ ମହିଳା ହେଉଛନ୍ତି ଗ୍ରାମର ଯମୁନା ସାମଲ(୫୫) ଓ ତାଙ୍କ ବିବାହିତା ଝିଅ କୌଶଲ୍ୟା ଗାୟନ(୩୫)। ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଯାଇ ଗତ ୨୦ଦିନ ହେଲା ସେମାନେ ନିଖୋଜ ଥିଲେ। ଅଭିଯୁକ୍ତ ମୃତ କୌଶଲ୍ୟାଙ୍କ ସ୍ବାମୀ ଗୁରୁପଦ ଗାୟନ(୪୦)ଙ୍କୁ ଗୁରୁବାର ପୋଲିସ ଗିରଫ କରିବା ସହ କ୍ରାଇମ୍‌ ସିନ୍‌ ରିକ୍ରିଏଶନ କରିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗୋଟିଏ ଗଁାରେ ପାଖାପାଖି ରହୁଥିବା ଯମୁନା ଓ କୌଶଲ୍ୟା ୨୦ ଦିନ ତଳେ ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଏନେଇ ଯମୁନାଙ୍କ ଅନ୍ୟ ଏକ ଝିଅ କାକେଳି ଗାୟନ ନାୟକାଣିଡିହି ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ବୁଧବାର ଗ୍ରାମର ଏକ ଯୋର ନିକଟରୁ ଅଖାବସ୍ତାରୁ ଖପୁରି ହାଡ଼ ଟାଣି କୁକୁର ଖାଉଥିବା ଦେଖି ସ୍ଥାନୀୟ ଲୋକେ ନିଖୋଜ ଥିବା ମା’ ଓ ଝିଅଙ୍କର ହୋଇଥିବା ସନ୍ଦେହ କରି ନାୟକାଣିଡିହି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରି ଗୁରୁପଦ ଓ ତାଙ୍କର ଜଣେ ଭାଇଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସ୍ତ୍ରୀ କୌଶଲ୍ୟା ଓ ଶାଶୁ ଯମୁନାଙ୍କୁ ମାରିଦେବା ପରେ ସେମାନଙ୍କ ମୃତଦେହକୁ ମାରଣାସ୍ତ୍ରରେ ଖଣ୍ଡ ଖଣ୍ଡ କରି ନିକଟସ୍ଥ ମାଛ ପୋଖରୀରେ ପକାଇଥିବା ଓ ଯୋରରେ ପୋତିଥିବା ଗୁରୁପଦ ପୋଲିସ ଆଗରେ ସ୍ବୀକାର କରିଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବାରୁ ଗୁରୁପଦଙ୍କୁ ଧରି ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତା, ନାୟକାଣିଡିହି ଓଆଇସି ସଲଖାନ ମୁର୍ମୁ, ଏସ୍‌ଆଇ ମହେଶ୍ୱର ପ୍ରଧାନ ସଦଳବଳ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ କ୍ରାଇମ୍‌ ସିନ୍‌ ରିକ୍ରିଏଶନ କରିଥିଲେ। ଅଭିଯୁକ୍ତ ହତ୍ୟାକାଣ୍ଡ ଓ ପରେ କିପରି ମୃତଦେହକୁ ଖଣ୍ଡ ଖଣ୍ଡ କରି ପୋଖରୀ ଓ ଯୋରର ବିଭିନ୍ନ ସ୍ଥାନରେ ପୋତିବା, ଫୋପାଡ଼ିବାର ଡେମୋ ଦେଖାଇଛନ୍ତି। କିଛିଦିନ ଧରି ଗୁରୁପଦଙ୍କ ସହ ସ୍ତ୍ରୀ ଓ ଶାଶୁଙ୍କର ବିବାଦ ଲାଗି ରହିଥିଲା। ଗୁରୁପଦଙ୍କୁ ଛାଡ଼ି କୌଶଲ୍ୟା ରାଜ୍ୟ ବାହାରେ ରହୁଥିବା ବେଳେ ସୁଭଦ୍ରା ଆବେଦନ ପାଇଁ ଘରକୁ ଆସିଥିଲେ। ପାରିବାରିକ କଳହ ଓ ଟଙ୍କା ହେର୍‌ଫେର୍‌କୁ ନେଇ ସେମାନଙ୍କ ଏହି ବିବାଦ ଗତ ସେପ୍ଟେମ୍ବର ୨୭ରେ ଉଗ୍ରରୂପ ନେଇଥିଲା। ସେମାନେ ଆବେଦନ କରି ଫେରୁଥିବା ବେଳେ ଗୁରୁପଦ ମାରଣାସ୍ତ୍ରରେ ସେମାନଙ୍କୁ ହତ୍ୟା କରିଥିବା ନେଇ ଏସ୍‌ଡିପିଓ ସୌରଭ ଓତା ସୂଚନା ଦେଇଛନ୍ତି। ଏନେଇ ନାୟକାଣିଡିହି ଥାନାରେ ମାମଲା (ନଂ.୨୩୮/୨୪) ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଚାଲିଛି। ପୋଲିସ ସ୍ଥାନୀୟ ଲୋକ

Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?