ପୂର୍ବତନ ସରପଞ୍ଚଙ୍କ ହତ୍ୟା ପଛରେ ପ୍ରତିଶୋଧ

ବ୍ରହ୍ମପୁର ଅଫିସ,୧୭ା୧୧: କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦୁଇ ଭାଇଙ୍କୁ ବଡବଜାର ପୋଲିସ ଗିରଫ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ବନ୍ଥପଲ୍ଲୀ ଗ୍ରାମର ବଳି ଚରଣ ପାଢ଼ୀ ଓ ତାଙ୍କ ଭାଇ ଶ୍ୟାମ ଚରଣ ପାଢ଼ୀ ବୋଲି ଟାଉନ୍‌ ଏସଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ଏହି ୨ ଜଣ ପ୍ରଦୀପଙ୍କୁ ହତ୍ୟା କରିବା ପାଇଁ ପ୍ରାୟ ୧ମାସ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ସେମାନେ ଅନ୍ୟ ଦୁଇଭାଇ ଜୟସେନ ସ୍ବାଇଁ ଓ ମିଥୁନ ସ୍ବାଇଁଙ୍କୁ ନିୟୋଜିତ କରିଥିବା ପୋଲିସ ପ୍ରମାଣ ପାଇଛି। ବଡ଼ବଜାର ଥାନା ପୋଲିସ ଏକ ମାମଲା(ନଂ୨୨୭/୨୧)ରେ ଅଭିଯୁକ୍ତ ବଳି ଓ ଶ୍ୟାମଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଗେଟବଜାରରେ ରହୁଥିବା ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ଗତ ୫ ତାରିଖ ସକାଳେ ତାଙ୍କ ସ୍କୁଟି ଧରି ଘରୁ ବାହାରିଥିଲେ। ସେ ଅନନ୍ତେଇ ଗ୍ରାମରେ ଥିବା ତାଙ୍କ ଫାର୍ମକୁ ଯାଉଥିଲେ। ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତା କଡରେ ସେ ପରିଶ୍ରା କରୁଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ବଡ଼ବଜାର ଥାନା ପୋଲିସ ଏହି ଘଟଣାରେ ପ୍ରଦୀପଙ୍କ ପତ୍ନୀ ଗୀତାଞ୍ଜଳି ବିଷୋୟୀଙ୍କ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୫ଜଣଙ୍କୁ ଗତ ୧୪ତାରିଖରେ କାବୁ କରିଥିଲା। ସେମାନେ ହେଲେ ବନ୍ଥପଲ୍ଲୀ ଗ୍ରାମର ଜୟସେନ ସ୍ବାଇଁ, ଭାଇ ମିଥୁନ, ଗଙ୍ଗା ସ୍ବାଇଁ ଓରଫ୍‌ ସାଗର, ନନ୍ଦନ ବେହେରା, କାହ୍ନୁ ବିଷୋୟୀ ଓରଫ୍‌ ଋଷି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ କେତେଜଣଙ୍କୁ ଧରିବା ନେଇ ତଦନ୍ତରେ ଜଣାପଡ଼ିଥିଲା। ଏଣୁ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ଜୟସେନ ଓ ମିଥୁନକୁ ମଙ୍ଗଳବାର ରିମାଣ୍ଡରେ ନେଇ ଜେରା କରିଥିଲା। ଜେରା ବେଳେ ଉଭୟେ ବଳି ଓ ଶ୍ୟାମର ନାମ ନେଇଥିଲେ। ତଦନ୍ତ ପରେ ବଳି ଓ ଶ୍ୟାମ ହତ୍ୟାକାଣ୍ଡର ଯୋଜନା କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏ ଦିଗରେ ପୋଲିସକୁ ମଧ୍ୟ ଆବଶ୍ୟକ ପ୍ରମାଣ ଓ ଫୋନ୍‌ କଲ୍‌ ରେକର୍ଡ଼ ହସ୍ତଗତ ହୋଇଥିଲା। ସେପଟେ ଶ୍ୟାମ ଘଟଣା ପରେ ଫେରାର୍‌ ରହିଥିବାରୁ ପୋଲିସକୁ ଅଧିକ ସନ୍ଦେହ ହୋଇଥିଲା। ପୋଲିସ ଫୋନ୍‌ ଟ୍ରାକିଂ କରି ଶ୍ୟାମକୁ ରାୟଗଡାରୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ୨୦୧୨ରେ ବଳି ଓ ଶ୍ୟାମଙ୍କ ଅନ ଜଣେ ବଡ଼ଭାଇ ରାମଚନ୍ଦ୍ର ପାଢ଼ୀଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ପ୍ରତିଶୋଧ ନେବା ପାଇଁ ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ତଦନ୍ତରେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌

ଭୁବନେଶ୍ୱର,୨୮।୩: ମୁଣ୍ଡ ଉପରେ ନିର୍ବାଚନ। ଭାଜପା ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। କିନ୍ତୁ ଏଥିରେ ପଛରେ ପଡିଛି କଂଗ୍ରେସ...

ଟିକେଟ୍‌ ପାଇବା ପରେ ନବୀନ ନିବାସରେ ନେତାଙ୍କ ପ୍ରବଳ ଭିଡ଼, ଭେଟିବାକୁ ଆସିଲେ…

ଭୁବନେଶ୍ୱର,୨୮ା୩: ଟିକେଟ୍‌ ପାଇବା ପରେ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ପାଇଁ ନବୀନ ନିବାସରେ ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କ ପ୍ରବଳ ଭିଡ଼ ଲାଗିଛି। ଏମାନଙ୍କ...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଆଜି ଭାଜପାରେ ମିଶିବେ ଅଭିନେତା ସିଦ୍ଧାନ୍ତ ମହାପାତ୍ର!

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଆଜି ପଦ୍ମ ଧରିବେ ଭର୍ତ୍ତୃହରି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର,୨୮।୩: ପାଖେଇ ଆସିଲାଣି ନିର୍ବାଚନ। ଏହାରି ଭିତରେ ଭାଜପା ଓ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭାଜପା ଓଡିଶାର ୩ଟି ଆସନ ଛାଡିଦେଲେ...

ଖୁବ୍‌ଶୀଘ୍ର ଭାଜପାର ଓଡ଼ିଶା ବିଧାନ ସଭା ତାଲିକା! ଦିଲ୍ଲୀ ଗଲେ ରାଜ୍ୟ ସଭାପତି

ଭୁବନେଶ୍ୱର,୨୮।୩: ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏବେ ଆରମ୍ଭ ହୋଇଛି ପ୍ରାର୍ଥୀ ଘୋଷଣା। ଦୁଇ ଦଳ ପର୍ଯ୍ୟାୟ ପର୍ଯ୍ୟାୟ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri