ପୂର୍ବତନ ସରପଞ୍ଚଙ୍କ ହତ୍ୟା ପଛରେ ପ୍ରତିଶୋଧ

ବ୍ରହ୍ମପୁର ଅଫିସ,୧୭ା୧୧: କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦୁଇ ଭାଇଙ୍କୁ ବଡବଜାର ପୋଲିସ ଗିରଫ କରିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ବନ୍ଥପଲ୍ଲୀ ଗ୍ରାମର ବଳି ଚରଣ ପାଢ଼ୀ ଓ ତାଙ୍କ ଭାଇ ଶ୍ୟାମ ଚରଣ ପାଢ଼ୀ ବୋଲି ଟାଉନ୍‌ ଏସଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ଏହି ୨ ଜଣ ପ୍ରଦୀପଙ୍କୁ ହତ୍ୟା କରିବା ପାଇଁ ପ୍ରାୟ ୧ମାସ ପୂର୍ବରୁ ଷଡ଼ଯନ୍ତ୍ର କରିଥିଲେ। ଏଥିପାଇଁ ସେମାନେ ଅନ୍ୟ ଦୁଇଭାଇ ଜୟସେନ ସ୍ବାଇଁ ଓ ମିଥୁନ ସ୍ବାଇଁଙ୍କୁ ନିୟୋଜିତ କରିଥିବା ପୋଲିସ ପ୍ରମାଣ ପାଇଛି। ବଡ଼ବଜାର ଥାନା ପୋଲିସ ଏକ ମାମଲା(ନଂ୨୨୭/୨୧)ରେ ଅଭିଯୁକ୍ତ ବଳି ଓ ଶ୍ୟାମଙ୍କୁ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି।

ବ୍ରହ୍ମପୁର ଗେଟବଜାରରେ ରହୁଥିବା ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ଗତ ୫ ତାରିଖ ସକାଳେ ତାଙ୍କ ସ୍କୁଟି ଧରି ଘରୁ ବାହାରିଥିଲେ। ସେ ଅନନ୍ତେଇ ଗ୍ରାମରେ ଥିବା ତାଙ୍କ ଫାର୍ମକୁ ଯାଉଥିଲେ। ସୁକୁଣ୍ଡା ପାଣି ଫ୍ୟାକ୍ଟ୍ରି ନିକଟ ରାସ୍ତା କଡରେ ସେ ପରିଶ୍ରା କରୁଥିବା ବେଳେ କେତେକ ଦୁର୍ବୃତ୍ତ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ବଡ଼ବଜାର ଥାନା ପୋଲିସ ଏହି ଘଟଣାରେ ପ୍ରଦୀପଙ୍କ ପତ୍ନୀ ଗୀତାଞ୍ଜଳି ବିଷୋୟୀଙ୍କ ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୋଲିସ ଜଣେ ନାବାଳକ ସମେତ ୫ଜଣଙ୍କୁ ଗତ ୧୪ତାରିଖରେ କାବୁ କରିଥିଲା। ସେମାନେ ହେଲେ ବନ୍ଥପଲ୍ଲୀ ଗ୍ରାମର ଜୟସେନ ସ୍ବାଇଁ, ଭାଇ ମିଥୁନ, ଗଙ୍ଗା ସ୍ବାଇଁ ଓରଫ୍‌ ସାଗର, ନନ୍ଦନ ବେହେରା, କାହ୍ନୁ ବିଷୋୟୀ ଓରଫ୍‌ ଋଷି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ କେତେଜଣଙ୍କୁ ଧରିବା ନେଇ ତଦନ୍ତରେ ଜଣାପଡ଼ିଥିଲା। ଏଣୁ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ଜୟସେନ ଓ ମିଥୁନକୁ ମଙ୍ଗଳବାର ରିମାଣ୍ଡରେ ନେଇ ଜେରା କରିଥିଲା। ଜେରା ବେଳେ ଉଭୟେ ବଳି ଓ ଶ୍ୟାମର ନାମ ନେଇଥିଲେ। ତଦନ୍ତ ପରେ ବଳି ଓ ଶ୍ୟାମ ହତ୍ୟାକାଣ୍ଡର ଯୋଜନା କରିଥିଲେ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏ ଦିଗରେ ପୋଲିସକୁ ମଧ୍ୟ ଆବଶ୍ୟକ ପ୍ରମାଣ ଓ ଫୋନ୍‌ କଲ୍‌ ରେକର୍ଡ଼ ହସ୍ତଗତ ହୋଇଥିଲା। ସେପଟେ ଶ୍ୟାମ ଘଟଣା ପରେ ଫେରାର୍‌ ରହିଥିବାରୁ ପୋଲିସକୁ ଅଧିକ ସନ୍ଦେହ ହୋଇଥିଲା। ପୋଲିସ ଫୋନ୍‌ ଟ୍ରାକିଂ କରି ଶ୍ୟାମକୁ ରାୟଗଡାରୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ୨୦୧୨ରେ ବଳି ଓ ଶ୍ୟାମଙ୍କ ଅନ ଜଣେ ବଡ଼ଭାଇ ରାମଚନ୍ଦ୍ର ପାଢ଼ୀଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାର ପ୍ରତିଶୋଧ ନେବା ପାଇଁ ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ତଦନ୍ତରେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri