ଅପହରଣକୁ ପ୍ରତିରୋଧ କରିବାରୁ ହତ୍ୟା

ରାଜନଗର, ୯ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା କୁରୁଣ୍ଟି ପଞ୍ଚାୟତ ଚନ୍ଦ୍ରଶିଖର ଗଁାରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଆରୀଙ୍କ ଅପହରଣକୁ ପ୍ରତିରୋଧ କରିବାକୁ ଯାଇ ବଳି ପଡିଛନ୍ତି ଦାଦା। ଝିଆରୀଙ୍କୁ ପ୍ରେମ କରୁଥିବା ଜଣେ ଯୁବକ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଲୁହାରଡ଼ରେ ପିଟି ହତ୍ୟା କରିବା ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ତନାଘନା ଚଳାଇଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅପହୃତା ଯୁବତୀଙ୍କ ପତ୍ତା ମିଳିନାହିଁ। ସମ୍ପୃକ୍ତା ଯୁବତୀଙ୍କ ଭାଇ ଦେବେନ୍ଦ୍ର କୁମାର ବିଶ୍ୱାଳଙ୍କ ଏତଲାକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ. ୭୧/୨୨)ରୁଜୁ କରି ତନାଘନା ଚଳାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ସାଢେ ୯ଟାରେ ୪ଟି ବାଇକ୍‌ରେ କେତେଜଣ ଯୁବକ ଆସି ଚନ୍ଦ୍ରଶିଖର ଗାଁରେ ପହଞ୍ଚତ୍ଥିଲେ। ସେମାନେ ଦେବେନ୍ଦ୍ରଙ୍କ ଘର ଆଗରୁ ତାଙ୍କ ଭଉଣୀଙ୍କୁ ଏକ ବାଇକ୍‌ରେ ଉଠାଇ ନେଇ ଦ୍ରୁତଗତିରେ ଫେରାର ହୋଇଯାଉଥିଲେ। ଦେବେନ୍ଦ୍ରଙ୍କ ସାନବୋଉ(ଖୁଡ଼ୀ) ଏହା ଦେଖି ଚିତ୍କାର କରିଥିଲେ। ସାନବୋଉଙ୍କ ଚିତ୍କାର ଶୁଣି ଦାଦା ବିଚିତ୍ରାନନ୍ଦ ସେମାନଙ୍କୁ ଧରିବା ଉଦ୍ଦେଶ୍ୟରେ ନିଜ ବାଇକ୍‌ରେ ପିଛା କରିଥିଲେ। ଜୁଣୁପାଙ୍ଗରା ଗଁାର ଅଭିରାମ ଦାସଙ୍କ ଘର ଆଗରେ ସେମାନଙ୍କୁ ବିଚିତ୍ରାନନ୍ଦ ଅଟକାଇଥିଲେ। ହେଲେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ରୀକାନ୍ତ ଜେନା ଓରଫ୍‌ ଲିପୁ ଚିତ୍କାର କରିବା ସହ ମୁଁ ତୁମ ଝିଆରୀଙ୍କୁ ଭଲ ପାଇ ଆଣିଛି, ବାହା ହେବି ବୋଲି କହିଥିଲେ। ଏହାକୁ ବିଚିତ୍ରାନନ୍ଦ ସହଜରେ ଗ୍ରହଣ କରି ପାରି ନ ଥିଲେ। ସେ ଝିଆରୀଙ୍କୁ ସେହି ଯୁବକଙ୍କ କବ୍‌ଜାରୁ ଖସାଇ ଆଣିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ଲିପୁଙ୍କ ସହିତ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଲିପୁଙ୍କ ସହ ତାଙ୍କ ସାଙ୍ଗ ବାବୁନି ଜେନା, ଦେବୁନି ଜେନା, ବିଶ୍ୱରଞ୍ଜନ ପ୍ରଧାନ ପ୍ରମୁଖ ବିଚିତ୍ରାନନ୍ଦଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏତିକିରେ କଥା ସରି ନ ଥିଲା। ଲିପୁ ଏକ ଲୁହାରଡ଼ରେ ବିଚିତ୍ରାନନ୍ଦଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ପକାଇଥିଲେ। ଫଳରେ ବିଚିତ୍ରାନନ୍ଦ ସେଠାରେ ଚିତ୍କାର କରି ଟଳି ପଡ଼ିଥିଲେ। ଏହାପରେ ଲିପୁ ବିଚିତ୍ରାନନ୍ଦଙ୍କ ଝିଆରୀଙ୍କୁ ଗାଡ଼ିରେ ବସାଇ ସେଠାରୁ ସାଙ୍ଗମାନଙ୍କ ସହ ଫେରାର ହୋଇଯାଇଥିଲେ। ଏହାର କିଛି ସମୟ ପରେ ଦେବେନ୍ଦ୍ର ଓ ତାଙ୍କ ସାଙ୍ଗ ଘଟଣାସ୍ଥଳରେ ପହଞ୍ଚତ୍ ମୁମୂର୍ଷୁ ଅବସ୍ଥାରେ ବିଚିତ୍ରାନନ୍ଦଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ବିଚିତ୍ରାନନ୍ଦଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏହି ଘଟଣା ରାଜନଗର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri