ଟ୍ୟୁଶନ ଫି ମାଗିବାରୁ ସାର୍‌ଙ୍କ ପୁଅଙ୍କୁ ହତ୍ୟା

ଖୋର୍ଦ୍ଧା, ୨।୧୧(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁଶନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶୁଭମ ଘରେ ଏକାକୀ ବସି ପାଠ ପଢୁଥିବା ବେଳେ ଜନୈକ ଯୁକ୍ତ ଦୁଇ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଘରୁ ୟୁନିଫର୍ମ ଓ ଗୋଟିଏ ବ୍ୟାଗ ଜବତ କରିଛି। ଅଭିଯୁକ୍ତ ସେଠାରେ ତାଙ୍କ ବାପାଙ୍କ ନିକଟରେ ଟ୍ୟୁଶନ ହେଉଥିଲେ। ମୃତ ନାବାଳକଙ୍କ ବାପା ମାଆ ଊଭୟ ଟ୍ୟୁଶନ କରିଛନ୍ତି। ଅଭିଯୁକ୍ତଙ୍କ ୩ରୁ ୫ହଜାର ଟଙ୍କା ଟ୍ୟୁଶନ ଫି ବାବଦ ବାକି ଥିଲା। ବାରମ୍ବାର ମାଗିବାରୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଥିବା ଡିସିପି ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ଡିସିପି୍‌ଙ୍କ ଏହି ବୟାନକୁ ଗ୍ରହଣ କରି ପାରୁନାହାନ୍ତି ମୃତକ ବାପା ମନୋଜ ପାଲଟାସିଂ। ସେ କହିଛନ୍ତି, ଡିସିପି ବୟାନ ଉପରେ ମୋର ବିଶ୍ବାସ ହେଉନାହିଁ। ଜଣେ ୩ହଜାର ଟଙ୍କା ପାଇଁ କିପରି ଜଣଙ୍କୁ ମାରିଦେବ। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବାପା ମନୋଜ।

https://www.facebook.com/watch/?v=323522010407264

ମନୋଜ ଆହୁରି କହିଛନ୍ତି, ୨୦୨୨ରୁ ସେ ଯୁବକ ମୋ ପାଖରେ ଟ୍ୟୁଶନ ହେଉନାହିଁ। ପୁଣି ସେ ମୋର ଦୂର ସମ୍ପର୍କିୟ ହୋଇଥିବାରୁ ତାଙ୍କୁ କେବେ ଟଙ୍କା ମାଗିନାହିଁ। ବାକି ଟଙ୍କା କଥା ବି ମୋର ମନେ ନାହିଁ।
ସେପଟେ ମନୋଜଙ୍କ ସ୍ବର ମିଳାଇଛନ୍ତି ସ୍ଥାନୀୟ ଲୋକେ। ଟ୍ୟୁଶନ ଫି ବାବଦକୁ ନେଇ ହତ୍ୟାକାଣ୍ଡ ଘଟଣାକୁ କେତେଜଣ ଗ୍ରାମବାସୀ ଅସ୍ବୀକାର କରିଛନ୍ତି। ମନୋଜଙ୍କ ନିକଟରେ ବହୁ ଛାତ୍ରୀଛାତ୍ର ପାଠପଢିଛନ୍ତି। ଭଲ ପାଠପଢା ପାଇଁ ତାଙ୍କ ସୁନାମ ରହିଛି। ସେ କେବେ ଟ୍ୟୁଶନ ଫି ମାଗନ୍ତି ନାହିଁ। ପିଲା ମାନେ ନିଜେ ଦିଅନ୍ତି ବୋଲି କେତେଜଣ ଅଭିଭାବକ କହିଛନ୍ତି। ତେବେ ଏହି ଘଟଣାକୁ ଗୁରବାର ପୋଲିସ ସାଇଣ୍ଟିଫିକ ଟିମ୍‌ ଆହୁରି ତଦନ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?