ପୌରସଂସ୍ଥାର ଗେଷ୍ଟ ହାଉସ ଲିଜ୍‌ ବାତିଲ ହେଉ

ବ୍ରହ୍ମପୁର ଅଫିସ,୨୪ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ୪ ମାସ ପରେ ହୋଇଥିବା ଏହି ବୈଠକରେ ପୂର୍ବ ପୌର ପରିଷଦ ଅମଳରେ ୧୯୬୦ ଦଶକରେ ନିର୍ମିତ ଗେଷ୍ଟ ହାଉସ (ଅତିଥି ନିବାସ) ପୌର ଇତିହାସର ଐତିହ୍ୟ ହୋଇଥିବା ବେଳେ ତାହାକୁ ଲିଜ୍‌ ସୂତ୍ରରେ ଘରୋଇ ମାଲିକାନାକୁ ହସ୍ତାନ୍ତର କରାଯାଇଥିବା ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ଲିଜ୍‌ ବାତିଲ କରି ପୁଣି ନିଗମ ଅଧିନକୁ ଆଣିବା ନିମନ୍ତେ ଦାବି କରାଯାଇଥିଲା।
ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କମିଶନର ଜେ. ସୋନାଲ କହିଥିଲେ ଗେଷ୍ଟ ହାଉସକୁ ଦୁଇ ବର୍ଷ ତଳେ ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ସେତେବେଳେ ନିଗମରେ ନିର୍ବାଚିତ ପ୍ରତିନିଧି ନ ଥିଲେ। ସରକାରଙ୍କ ଅନୁମୋଦନକ୍ରମେ ଏହା କରାଯାଇଥିଲା। ବିଜେଡି କର୍ପୋରେଟର ସୁରେନ୍ଦ୍ର ମହାରଣା ଏହି ପ୍ରସଙ୍ଗ ଉଠାଇଥିଲେ। ଗେଷ୍ଟ ହାଉସ ପଛପଟେ ଥିବା ବିସ୍ତୃତ ଜମି ଘରୋଇ ମାଲିକଙ୍କୁ ଦେଇ ସମାଧାନ କରିବା ନଚେତ ସେହି ସ୍ଥାନରେ ମିଶନ ଶକ୍ତି ହବ୍‌ ନିର୍ମାଣ କରାଯିବାକୁ ପ୍ରସ୍ତାବ ଦେଇଥିଲେ। ଆଗାମୀ ବୈଠକରେ ଏହା ଉପରେ ବିଚାର ବିମର୍ଶ କରାଯିବ ବୋଲି ମେୟର ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ନିଗମ ପରିସରରେ ନିର୍ମିତ ଅତ୍ୟାଧୁନିକ ସମ୍ମିଳନୀ ଗୃହ ଭଡ଼ାରେ ଲଗାଇବା ପ୍ରସ୍ତାବକୁ ସ୍ବାଧୀନ କର୍ପୋରେଟର ଧିରେଶ ସାବତ ବିରୋଧ କରିଥିଲେ। ତେବେ ରାଜସ୍ବ ବୃଦ୍ଧି ନିମନ୍ତେ ନିର୍ମାଣ ପୂର୍ବରୁ ତଥା ସରକାରୀ ପରିଚାଳନା ବେଳେ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଥିଲା। ପରବର୍ତ୍ତୀ ବୈଠକରେ ଆଲୋଚନା ହେବାର ଦର୍ଶାଇ ଏହାର ଅନ୍ତ ଘଟାଇଥିଲେ ମେୟର। ନିଗମର ବିଭିନ୍ନ ଟିକସ ଆଦାୟ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୨ଟି ୱାର୍ଡର ଦାୟିତ୍ୱ ମିଶନ ଶକ୍ତି ବା ଏସଏଚଜିକୁ ଦିଆଯିବାର ଏଜେଣ୍ଡାରେ ଦର୍ଶାଯାଇଥିଲା। ମହିଳାଙ୍କ ଦ୍ୱାରା ଟିକସ ଆଦାୟ କରାଯିବା ପୂର୍ବରୁ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବା ଏବଂ ନିଗମର ଜଣେ ଲେଖାଏଁ କର୍ମଚାରୀଙ୍କୁ ନିୟୋଜିତ କରାଯିବାକୁ ୩୨ନଂ ୱାର୍ଡର ଶାସକ ଦଳ ଜନ ପ୍ରତିନିଧି ପରାମର୍ଶ ଦେଇଥିଲେ।
ମହାନଗରରେ ଅଧିକ ଆଲୋକ କରାଯିବା, ଭ୍ରାମ୍ୟମାଣ ଶୌଚାଳୟ ସଂଖ୍ୟା ବଢ଼ାଯିବା, ଚନ୍ଦନିଆ ପାହାଡ଼ ତଳୁ ୨ ଲକ୍ଷ ଟନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବା ସମେତ ମୋଟ ୧୯ ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଧାୟକ ବିକ୍ରମ ପଣ୍ଡା ବୈଠକରେ ଯୋଗ ଦେଇ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଡେପୁଟି ମେୟର ଇ. ବିବେକ ରେଡ଼ି ଯୋଗ ଦେଇଥିବା ବେଳେ କର୍ପୋରେଟର ପ୍ରଶାନ୍ତ ପଟ୍ଟନାୟକ, ପ୍ରଦୀପ ଶତପଥୀ, ସମୀର ମିଶ୍ର, ପାର୍ବତୀ ପ୍ରଧାନ, ସୋନାଲି ଗନ୍ତାୟତ, ଦୁର୍ଗା ପ୍ରସାଦ ଲାୟକ, ତିରୁପତି ପାତ୍ର, ସନ୍ଧ୍ୟାରାଣୀ ଶୁକ୍ଲ, ରଂଜିତା ବେହେରା ଓ ଅନ୍ୟମାନେ ବିଭିନ୍ନ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?