ପୌର ନିର୍ବାଚନ: ୧୬୨ ପ୍ରାର୍ଥିପତ୍ର ଦାଖଲ

ଯାଜପୁର ଅଫିସ,୮ା୩:ସୋମବାର ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟିରେ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ୧୧୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ମିଶାଇ ଦୁଇ ମ୍ୟୁନିସିପାଲିଟିରେ ମୋଟ ୧୬୨ ଜଣ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଯାଜପୁର ମ୍ୟୁନିସିପାଲିଟି ପାଇଁ ୪ ଜଣ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ ୫୮ ଜଣ କାଉନସିଲର ଏବଂ ବ୍ୟାସନଗର ମ୍ୟୁନିସିପାଲିଟିରେ ୩ ଜଣ ଅଧ୍ୟକ୍ଷା/ଅଧ୍ୟକ୍ଷ ଓ ୯୭ ଜଣ କାଉନସିଲର ପ୍ରାର୍ଥୀ ରହିଛନ୍ତି। ବ୍ୟାସନଗର ମ୍ୟୁନିସିପାଲିଟିରେ ଅଧ୍ୟକ୍ଷା ପଦବୀ ପାଇଁ ବିଜେଡିରୁ ସଙ୍ଗୀତା ପିଙ୍ଗୁଆ, ଭାଜପାରୁ ସୁମିତ୍ରା ଜାମୁଡା ଓ କଂଗ୍ରେସରୁ ମଞ୍ଜୁ ଲଛମନ ବାନାରା ଏବଂ ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିରୁ ରଞ୍ଜୁଲତା ହୋତା, କଂଗ୍ରେସରୁ ପ୍ରିୟଦର୍ଶିନୀ ସାମନ୍ତ, ଭାଜପାରୁ ଜ୍ୟୋର୍ତିମୟୀ ଦ୍ୱିବେଦୀ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ନିରୁପମା ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
୧୮ ୱାର୍ଡ ବିଶିଷ୍ଟ ଯାଜପୁର ମ୍ୟୁନିସିପାଲିଟିର ବିଜେଡି ଓ ଭାଜପା ପକ୍ଷରୁ ୧୮ ଜଣ ଲେଖାଏ ଏବଂ କଂଗ୍ରେସରୁ ୧୬ ଜଣ, ବହୁଜନ ସମାଜ ପାର୍ଟିରୁ ଜଣେ ଓ ସ୍ବାଧୀନ ଭାବେ ୫ଜଣ କାଉନସିଲର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ବ୍ୟାସନଗର ମ୍ୟୁନିସିପାଲିଟିରେ ବିଜେଡି ୨୬ ଜଣ, ଭାଜପା ୨୪ ଜଣ ଏବଂ କଂଗ୍ରେସରୁ ୨୨ ଜଣ ଏବଂ ୨୫ ଜଣ ସ୍ବାଧୀନ କାଉନସିଲର ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଯାଜପୁର ମ୍ୟୁନିସିପାଲିଟିରେ କଂଗ୍ରେସ ୨ ୱାର୍ଡ ଏବଂ ବ୍ୟାସନଗର ମ୍ୟୁନିସିପାଲିଟିରେ ଭାଜପା ୨ ଓ କଂଗ୍ରେସ ୪ ୱାର୍ଡରେ ପ୍ରାର୍ଥୀ ଦେଇନାହିଁ। ସୋମବାର ଯାଜପୁର ମ୍ୟୁନିସିପାଲିଟିର ୧ନଂ. ୱାର୍ଡରୁ ତପସ୍ବିନୀ ବିଶ୍ୱାଳ ଓ ସରିତା ଖୁଣ୍ଟିଆ, ୨ନଂ. ସସ୍ମିତା ମିଶ୍ର, ରଶ୍ମିତା ବେହେରା, ରୀନାବାଳା ସାମନ୍ତ, ୩ନଂ.ରୁ ଅଜିତ କୁମାର ସେଠୀ, ସନ୍ତୋଷ କୁମାର ମଲ୍ଲିକ, ସୁବ୍ରତ ମହାନ୍ତି, ୪ନଂ.ରୁ ଜୟନ୍ତୀ ବେହେରା, ମାମିନା ଦଳାଇ, ଭାରତୀ ବେହେରା, ୫ନଂ.ରୁ ହୃଷୀକେଶ ପରିଡ଼ା, ରାଜକିଶୋର ମହାନ୍ତି, ଗଜେନ୍ଦ୍ର ସେଠୀ, ୬ନଂ. ମାନଗୋବିନ୍ଦ ପତି, ସନ୍ତୋଷ କୁମାର ପତି, ଭରତ ସେନାପତି, ୭ନଂ.ରୁ ଉର୍ମିଳା ବେହେରା, ଲୁନା ବେହେରା, ସୁମିତ୍ରା ଜେନା, ୮ନଂ.ରୁ ସେକ ମୁର୍ତେଜା, ରାମ କୁମାର ସାହୁ, ୯ନଂ.ରୁ ରବିନ୍ଦ୍ର ସାହୁ, ସୁମିତ୍ରା ଦାସ, ୧୦ନଂ.ରୁ ମିନାକ୍ଷୀ ନନ୍ଦ, ଶାନ୍ତିଲତା ପଟ୍ଟନାୟକ, ମମତା ରାଉତ, ୧୧ନଂ.ରୁ ହେମାଙ୍ଗିନୀ ମହାନ୍ତି ଦାସ, କଳ୍ପନା ରାଉତ, ୧୨ନଂ.ରୁ କଳ୍ପନା ବେହେରା, ରାଜୀବ କୁମାର ବେହେରା, ପୂଜାରାଣୀ ନାୟକ, ମମତା ବେହେରା, କାଳିନ୍ଦୀ ବେହେରା, ୧୩ ନଂ.ରୁ ଜୟନ୍ତ କୁମାର ସାହୁ, ଜିତେନ୍ଦ୍ର ସାହୁ, ଅରୁଣ କୁମାର ସାହୁ, ୧୪ନଂ.ରୁ ତିଳୋତ୍ତମା ରାୟ, ଅନୁସୟା ସାମଲ, ସତ୍ୟବ୍ରତୀ ବେହେରା, ୧୫ ନଂ.ରୁ ଦେବାଶିଷ ନାୟକ, ସୁବାଶିଷ ରାଉତ, ୧୬ ନଂ.ସଞ୍ଜୁଲତା ସାମଲ, ପାତିଆ ଦେହୁରୀ, ଲିଜା ସିଙ୍କୁ, ୧୭ନଂ.ରୁ ତିଳୋତ୍ତମା ସାହୁ, ମେନକା ସାହୁ, ୧୮ନଂ.ରୁ ରମେଶ ଚନ୍ଦ୍ର ଦାସ, ସୁରେନ୍ଦ୍ର ରଣା ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା କାଳିମେଘାଠାରୁ ବାହାରି ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚିଥିଲା। କଂଗ୍ରେସ ଓ ଭାଜପା ପକ୍ଷରୁ ସେତେଟା ଉସତ୍ାହ ଓ ଶୋଭାଯାତ୍ରା ଦେଖିବାକୁ ମିଳି ନ ଥିଲା।
ବ୍ୟାସନଗର ସହରରେ ପ୍ରାର୍ଥୀପତ୍ର ଦାଖଲ ବେଳେ ଖୁବ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା ା ବିଜେଡି ଓ କଂଗ୍ରେସର ଶୋଭାଯାତ୍ରାରେ ଶତାଧିକ କର୍ମୀ ଓ ସମର୍ଥକ ଭାଗ ନେଇଥିଲେ। ହେଲେ ଭାଜପା ଶୋଭାଯାତ୍ରା ସାଧାରଣ ଥିଲା ବୋଲି ସହରବାସୀ ଅନୁଭବ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri