୧୧ହଜାର ଶିଶୁ, ୨୬୩୧ ଗର୍ଭବତୀ ନେବେ ଟିକା

ଖୋର୍ଦ୍ଧା ଅଫିସ,୮ା୩:କୋଭିଡ୍‌ ମହାମାରୀ ସମୟରେ ନିୟମିତ ଟିକାକରଣରୁ ବଞ୍ଚିତ ପିଲାମାନଙ୍କୁ ଟିକାକରଣ ନିମନ୍ତେ ସୋମବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ସଘନ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକା ଖୁଆଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ସିଡିଏମଓ ଆର୍ତ୍ତବନ୍ଧୁ ନାୟକ, ଏଡିଏମଓ(ପରିବାର କଲ୍ୟାଣ) ଡା.ରଘୁନାଥ ନାୟକ, ଡା.ଶଶିଭୂଷଣ ପଣ୍ଡା, ଡା.ନୀହାର ରଞ୍ଜନ ରାୟ, ଡା.ସୁନୀଲ କୁମାର ଦାଶ, ଏସଭିଏଲଏମ ରବିଶଙ୍କର ପଟ୍ଟନାୟକ, ଡିପିଏମ୍‌ ପ୍ରକାଶ ଚନ୍ଦ୍ର ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପାଣିଗ୍ରାହୀ କହିଥିଲେ ଯେ, ଏହି ଟିକାକରଣର ଆଭିମୁଖ୍ୟ ହେଉଛି ଆଦୌ କିମ୍ବା ଅଧାରୁ ଟିକା ନେଇ ନ ଥିବା ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀଙ୍କ ସୂଚୀ ଏବଂ ସେମାନଙ୍କର ଟିକାକରଣ କରିବା ଯାହାଦ୍ୱାରା ଟିକାକରଣ ଶତପ୍ରତିଶତ ହୋଇପାରିବ। ଏହି ଟିକା ଶିଶୁଙ୍କୁ ୧୨ଟି ରୋଗରୁ ସୁରକ୍ଷା ଦେଇଥାଏ। ଏନଏଫଏଚଏସର ୨୦୨୦-୨୧ ସର୍ଭେ ଅନୁଯାୟୀ ଓଡ଼ିଶାରେ ସମ୍ପୂର୍ଣ୍ଣ ଟିକାକରଣ ହାର ହେଉଛି ୯୦.୫ ପ୍ରତିଶତ, ଯାହାକି ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। କେନ୍ଦ୍ରସରକାର ଓଡ଼ିଶାର ୧୨ଟି ଜିଲାକୁ ସଘନ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଅଭିଯାନରେ ଚିହ୍ନଟ କରିଛନ୍ତି। ସେଗୁଡିକ ହେଲା ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ୫ଟି ମହାନଗର ନିଗମ। ଏହି ଅଭିଯାନ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଏବଂ ପ୍ରତ୍ୟେକ ପର୍ଯ୍ୟାୟ ୭ଦିନ ପର୍ଯ୍ୟନ୍ତ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୭, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୪ ଓ ତୃତୀୟ ପର୍ଯ୍ୟାୟ ମେ’୨ରୁ ଆରମ୍ଭ ହେବ। ଏଥିଲାଗି ଜିଲାସ୍ତରରେ ଟାସ୍କ ଫୋର୍ସ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏହି କମିଟି ଏହାର ତଦାରଖ କରିବ। ଏହି ଅଭିଯାନର ସଫଳତା ପାଇଁ ରାଜ୍ୟସ୍ତରୀୟ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି। ୧୨ଟି ଜିଲାରେ ୧୬୮ଟି ଗୋଷ୍ଠୀସ୍ତରୀୟ ସର୍ଭେ ଅନୁଯାୟୀ ୧୦,୯୯୭ଜଣ ପିଲା(ଜନ୍ମରୁ ୨ବର୍ଷ) ଏବଂ ୨୬୩୧ଜଣ ଗର୍ଭବତୀଙ୍କୁ ୪୬୨୫ ଟିକା ଅଧିବେଶନ ଜରିଆରେ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ସଫଳତା ପାଇଁ ୟୁନିସେଫ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ଏସଆଇଓୟୁଏନଡିପି ସହଯୋଗର ହାତ ବଢାଇଛନ୍ତି। ସେହିପରି ଖୋର୍ଦ୍ଧା ସିଡିଏମଓ ନାୟକ କହିଥିଲେ, ଖୋର୍ଦ୍ଧା ଜିଲାରେ ଟିକାକରଣ ହାର ୮୪ ପ୍ରତିଶତ ରହିଛି। ଆଗାମୀ ଦିନରେ ଏହାକୁ ୯୫ ପ୍ରତିଶତ ସଫଳତା ହାସଲ ଲାଗି ଉଦ୍ୟମ କରାଯିବ। ଯେପରି ସମସ୍ତ ଶିଶୁ ଓ ଗର୍ଭବତୀଙ୍କୁ ଟିକାକରଣ କରାଯିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଖୋର୍ଦ୍ଧା ଜିଲା ଏହି ଅଭିଯାନ ପାଇଁ ସହରାଞ୍ଚଳରେ ୧୮୫ଟି ସେକ୍ସନରେ ୫୫୯ ଶିଶୁ, ୬୮ ଗର୍ଭବତୀ ଏବଂ ୬୩ଟି ସେକ୍ସନରେ ୧୮୪ ଶିଶୁ, ୨୫ଜଣ ଗର୍ଭବତୀ ମୋଟ ୨୪୮ ସେକ୍ସନରେ ୭୪୩ ଶିଶୁ ଓ ୯୩ ଗର୍ଭବତୀଙ୍କୁ ପ୍ରଥମ ରାଉଣ୍ଡ ଟିକାକରଣ କରାଯିବ। ଡିପିଏମ ବାନାର୍ଜୀ କହିଥିଲେ, ଖୋର୍ଦ୍ଧା ଜିଲା ୨୦୧୮ରେ ୯୦ପ୍ରତିଶତ ଟିକାକରଣ ସଫଳତା ହାସଲ କରି ଜାତୀୟସ୍ତରରେ ପୁରସ୍କୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri