୧୧ହଜାର ଶିଶୁ, ୨୬୩୧ ଗର୍ଭବତୀ ନେବେ ଟିକା

ଖୋର୍ଦ୍ଧା ଅଫିସ,୮ା୩:କୋଭିଡ୍‌ ମହାମାରୀ ସମୟରେ ନିୟମିତ ଟିକାକରଣରୁ ବଞ୍ଚିତ ପିଲାମାନଙ୍କୁ ଟିକାକରଣ ନିମନ୍ତେ ସୋମବାର ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟାଳୟ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ର ପରିସରରେ ରାଜ୍ୟସ୍ତରୀୟ ସଘନ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକା ଖୁଆଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ସିଡିଏମଓ ଆର୍ତ୍ତବନ୍ଧୁ ନାୟକ, ଏଡିଏମଓ(ପରିବାର କଲ୍ୟାଣ) ଡା.ରଘୁନାଥ ନାୟକ, ଡା.ଶଶିଭୂଷଣ ପଣ୍ଡା, ଡା.ନୀହାର ରଞ୍ଜନ ରାୟ, ଡା.ସୁନୀଲ କୁମାର ଦାଶ, ଏସଭିଏଲଏମ ରବିଶଙ୍କର ପଟ୍ଟନାୟକ, ଡିପିଏମ୍‌ ପ୍ରକାଶ ଚନ୍ଦ୍ର ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପାଣିଗ୍ରାହୀ କହିଥିଲେ ଯେ, ଏହି ଟିକାକରଣର ଆଭିମୁଖ୍ୟ ହେଉଛି ଆଦୌ କିମ୍ବା ଅଧାରୁ ଟିକା ନେଇ ନ ଥିବା ଜନ୍ମରୁ ୨ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀଙ୍କ ସୂଚୀ ଏବଂ ସେମାନଙ୍କର ଟିକାକରଣ କରିବା ଯାହାଦ୍ୱାରା ଟିକାକରଣ ଶତପ୍ରତିଶତ ହୋଇପାରିବ। ଏହି ଟିକା ଶିଶୁଙ୍କୁ ୧୨ଟି ରୋଗରୁ ସୁରକ୍ଷା ଦେଇଥାଏ। ଏନଏଫଏଚଏସର ୨୦୨୦-୨୧ ସର୍ଭେ ଅନୁଯାୟୀ ଓଡ଼ିଶାରେ ସମ୍ପୂର୍ଣ୍ଣ ଟିକାକରଣ ହାର ହେଉଛି ୯୦.୫ ପ୍ରତିଶତ, ଯାହାକି ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ। କେନ୍ଦ୍ରସରକାର ଓଡ଼ିଶାର ୧୨ଟି ଜିଲାକୁ ସଘନ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣ ଅଭିଯାନରେ ଚିହ୍ନଟ କରିଛନ୍ତି। ସେଗୁଡିକ ହେଲା ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ୫ଟି ମହାନଗର ନିଗମ। ଏହି ଅଭିଯାନ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ଏବଂ ପ୍ରତ୍ୟେକ ପର୍ଯ୍ୟାୟ ୭ଦିନ ପର୍ଯ୍ୟନ୍ତ ଟିକାକରଣ କରାଯିବ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୭, ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୪ ଓ ତୃତୀୟ ପର୍ଯ୍ୟାୟ ମେ’୨ରୁ ଆରମ୍ଭ ହେବ। ଏଥିଲାଗି ଜିଲାସ୍ତରରେ ଟାସ୍କ ଫୋର୍ସ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଛି। ଏହି କମିଟି ଏହାର ତଦାରଖ କରିବ। ଏହି ଅଭିଯାନର ସଫଳତା ପାଇଁ ରାଜ୍ୟସ୍ତରୀୟ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି। ୧୨ଟି ଜିଲାରେ ୧୬୮ଟି ଗୋଷ୍ଠୀସ୍ତରୀୟ ସର୍ଭେ ଅନୁଯାୟୀ ୧୦,୯୯୭ଜଣ ପିଲା(ଜନ୍ମରୁ ୨ବର୍ଷ) ଏବଂ ୨୬୩୧ଜଣ ଗର୍ଭବତୀଙ୍କୁ ୪୬୨୫ ଟିକା ଅଧିବେଶନ ଜରିଆରେ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟକ୍ରମ ସଫଳତା ପାଇଁ ୟୁନିସେଫ, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ, ଏସଆଇଓୟୁଏନଡିପି ସହଯୋଗର ହାତ ବଢାଇଛନ୍ତି। ସେହିପରି ଖୋର୍ଦ୍ଧା ସିଡିଏମଓ ନାୟକ କହିଥିଲେ, ଖୋର୍ଦ୍ଧା ଜିଲାରେ ଟିକାକରଣ ହାର ୮୪ ପ୍ରତିଶତ ରହିଛି। ଆଗାମୀ ଦିନରେ ଏହାକୁ ୯୫ ପ୍ରତିଶତ ସଫଳତା ହାସଲ ଲାଗି ଉଦ୍ୟମ କରାଯିବ। ଯେପରି ସମସ୍ତ ଶିଶୁ ଓ ଗର୍ଭବତୀଙ୍କୁ ଟିକାକରଣ କରାଯିବ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଖୋର୍ଦ୍ଧା ଜିଲା ଏହି ଅଭିଯାନ ପାଇଁ ସହରାଞ୍ଚଳରେ ୧୮୫ଟି ସେକ୍ସନରେ ୫୫୯ ଶିଶୁ, ୬୮ ଗର୍ଭବତୀ ଏବଂ ୬୩ଟି ସେକ୍ସନରେ ୧୮୪ ଶିଶୁ, ୨୫ଜଣ ଗର୍ଭବତୀ ମୋଟ ୨୪୮ ସେକ୍ସନରେ ୭୪୩ ଶିଶୁ ଓ ୯୩ ଗର୍ଭବତୀଙ୍କୁ ପ୍ରଥମ ରାଉଣ୍ଡ ଟିକାକରଣ କରାଯିବ। ଡିପିଏମ ବାନାର୍ଜୀ କହିଥିଲେ, ଖୋର୍ଦ୍ଧା ଜିଲା ୨୦୧୮ରେ ୯୦ପ୍ରତିଶତ ଟିକାକରଣ ସଫଳତା ହାସଲ କରି ଜାତୀୟସ୍ତରରେ ପୁରସ୍କୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?