ଜବରଦଖଲକାରୀଙ୍କୁ ପୌର ପ୍ରଶାସନର ନୋଟିସ

କେନ୍ଦୁଝର,୧୯।୪(ସ୍ବ.ପ୍ର.) କେନ୍ଦୁଝର ପୌରାଞ୍ଚଳରେ ଗତ କିଛି ଦିନ ଧରି ପୌରପ୍ରଶାସନ ପକ୍ଷରୁ ସରକାରୀ ଜମି ଜବରଦଖଲ ଚିହ୍ନଟ ନେଇ ନିଆଯାଇଥିବା ପଦକ୍ଷେପ ପରେ ମଙ୍ଗଳବାର ଜବରଦଖଲକାରୀଙ୍କୁ ନୋଟିସ ଦିଆଯାଇଛି। ସମୁଦାୟ ୯୦ ଜଣଙ୍କୁ ଏଭଳି ନୋଟିସ ଦିଆଯାଇଛି। ବିଶେଷ କରି ସରକାରୀ ଜମିରେ ବ୍ୟବସାୟିକ ପ୍ରତିଷ୍ଠାନ, ଫୁଟପାଥ ଅବରୋଧ ଏବଂ ପ୍ଲାନ ଉଲ୍ଲଙ୍ଘନ କରି ବ୍ୟବସାୟିକ ଗୃହ ନିର୍ମାଣ ବାବଦରେ ଏହି ନୋଟିସ ଦିଆଯାଇଛି। ନିର୍ବାହୀଅଧିକାରୀ ଦାୟିତ୍ୱରେ ଥିବା ଧିମନ ଚକମା(ଆଇଏଏସ୍‌)ଙ୍କ ତତ୍ତ୍ୱାବଧାନରେ ଏଭଳି କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଛି। ଏଭଳି କାର୍ଯ୍ୟନୁଷ୍ଠାନକୁ ସହରବାସୀ ସ୍ବାଗତ କରିଥିବାବେଳେ ଜବଦଖଲକାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଗତ କିଛି ବର୍ଷ ହେବ କେନ୍ଦୁଝର ପୌରାଞ୍ଚଳରେ ସରକାରୀ ଜମି ଜବରଦଖଲ କରି ବ୍ୟବସାୟିକ ଘର ନିର୍ମାଣ ହୋଇ ଆସୁଥିବା ଅଭିଯୋଗ ହୋଇଆସୁଥିଲା। କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ସହରରେ ଟ୍ରାଫିକ୍‌ ସମସ୍ୟା ଉକତ୍ଟ ରୂପ ନେଇଛି। ବିଶେଷ କରି ସିରାଜୁଦ୍ଦିନ ଛକଠାରୁ ଧରଣୀଭୂୟଁା ଛକ, ଗାନ୍ଧୀ ଛକଠାରୁ ମହିଳା ମହାବିଦ୍ୟାଳୟ ଏବଂ ଲାବଣ୍ୟ ଛକଠାରୁ ଓଡ଼ିଶା ଖଣି ଯାନ୍ତ୍ରୀକ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତାକୁ ଲାଗି ବହୁ ସଂଖ୍ୟାରେ ବ୍ୟବସାୟିକ କୋଠା ଘର ନିର୍ମାଣ ହୋଇଛି। ଫଳରେ ଉକ୍ତ ଦୋକାନ ବଜାରକୁ ଆସୁଥିବା ଗ୍ରାହକମାନେ ରାସ୍ତା ଉପରେ ୨ ଚକିଆ ଏବଂ ୪ ଚକିଆ ଗାଡ଼ି ରଖୁଛନ୍ତି। ଶତାଧିକ ଗାଡ଼ି ରାସ୍ତାରେ ରହୁଥିବାରୁ ରାସ୍ତା ସଙ୍କୁଚିତ ହୋଇ ଦୈନନ୍ଦିନ ଯାତାୟତରେ ସମସ୍ୟା ଦେଖାଦେଉଛି। ପାର୍କିଂ ବ୍ୟବସ୍ଥା ନ ଥାଇ ରାସ୍ତାକୁ ଲାଗି ବ୍ୟବସାୟିକ ଘର ଅବାଧରେ ନିର୍ମାଣ ହେଉଛି। ପୂର୍ବରୁ ପୌରପାଳିକାର କେତେଜଣ ଅସାଧୁ କର୍ମଚାରୀ ଏଭଳି କାର୍ଯ୍ୟକୁ ପ୍ରୋସତ୍ାହନ ଦେଇ ଆସୁଥିଲେ। ଏହି ନୋଟିସ ପାଇବାର ୩ ଦିନ ମଧ୍ୟରେ ସନ୍ତୋଷ ଜନକ ଉତ୍ତର ନ ମିଳିଲେ ପୌରପାଳିକା ପକ୍ଷରୁ ପୌର ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ବେଆଇନ କାମକୁ ପ୍ରୋତ୍ସାହିତ କରିଥିବା କର୍ମଚାରୀଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ଏଭଳି ସମସ୍ୟା ଉପୁଜିବ ନାହିଁ ବୋଲି ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri