![](https://www.dharitri.com/wp-content/uploads/2021/04/gdb.jpg)
ନୂଆଦିଲ୍ଲୀ,୨୯।୪: ଆଇପିଏଲ୍ ୨୦୨୧ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସସ୍ଥାନ ରୟାଲ୍ସ ମଧ୍ୟ ମ୍ୟାଚ୍ ଖେଳାଯାଉଛି। ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଦଳର ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି ଇଶାନ କିଶନ। ତାଙ୍କ ସ୍ଥାନରେ ନାଥନ କୁଲ୍ଟର ନାଇଲ୍ଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ରାଜସ୍ଥାନ ରୟାଲ୍ସ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁି।