ମୁମ୍ବାଇକୁ ଅନ୍ଧାର କରିଥିଲା ଚାଇନା

ଓ୍ବାଶିଂଟନ୍‌, ୨ା୩ :ଚାଇନା ଟାର୍ଗେଟରେ ଭାରତର ଶକ୍ତି କ୍ଷେତ୍ର। ସାରା ଦେଶକୁ ଅନ୍ଧାର କରିବା ପାଇଁ ବେଜିଂ କରିଚାଲିଛି ସାଇବର ଆକ୍ରମଣ। ଗତ ବର୍ଷ ଲଦାଖ ସୀମା ଗଲ୍‌ଓ୍ବାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହେବାରୁ ଶହୀଦ ହୋଇଥିଲେ ୨୦ ଭାରତୀୟ ଯବାନ। ଏହି ସମୟରେ ହିଁ ଚାଇନା ଭାରତର ପାଓ୍ବାର ସେକ୍ଟରକୁ ଦୋହଲାଇଦେବାକୁ ମାଲଓ୍ବେର ଛାଡ଼ିଥିଲା। ଆମେରିକୀୟ କମ୍ପାନୀ ‘ରେକର୍ଡେଡ୍‌ ଫ୍ୟୁଚର’ ରିପୋର୍ଟ ମୁତାବକ, ଭାରତରେ ବିଦ୍ୟୁତ୍‌ ଯୋଗାଣ ପରିଚାଳନା କରୁଥିବା ସିଷ୍ଟମରେ ଚାଇନିଜ୍‌ ମାଲୱେର୍‌ ପଠାଯାଇଥିଲା। ଗତବର୍ଷ ଅକ୍ଟୋବରରେ ମୁମ୍ବାଇରେ ବଡ଼ଧରଣର ବିଦ୍ୟୁତ୍‌ ବିଭ୍ରାଟ ହୋଇଥିଲା। ଏହା ପଛରେ ମଧ୍ୟ ଚାଇନାର ହାତ ଥାଇପାରେ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ଏହାବାଦ୍‌ ଭାରତର ଆଇଟି କମ୍ପାନୀ, ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଚାଇନା ଅକ୍ଟୋବରରେ ୪୦ ହଜାର ୫ ଶହ ଥର ସାଇବର ଆଟାକ୍‌ କରିଥିବା ଉକ୍ତ ରିପୋର୍ଟ ଦର୍ଶାଇଛି।
ଗତ ବର୍ଷ ଅକ୍ଟୋବର ୧୨ରେ ମୁମ୍ବାଇ ଦେଖିଥିଲା ବଡ଼ ଧରଣ ବିଦ୍ୟୁତ୍‌ ବିଭ୍ରାଟ। ଏହା ପଛରେ ଚାଇନା ସାଇବର ହ୍ୟାକର୍ସ ଗ୍ରୁପ୍‌ର ହାତ ଥାଇପାରେ ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ପ୍ରଥମେ ପ୍ରକାଶିତ ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଜଣାପଡିଛି। ଏହା ସହିତ ଗତ ବର୍ଷ ଲଦାଖ ସୀମା ଗଲ୍‌ଓ୍ବାନ ଉପତ୍ୟକାରେ ଚାଇନା ଓ ଭାରତୀୟ ସୈନ୍ୟଙ୍କ ସଂଘର୍ଷ ହେବାବେଳେ ଭାରତକୁ ଆଉ ଏକ ଉପାୟରେ ଆକ୍ରମଣ କରିବାକୁ ଚାଇନା ଚକ୍ରାନ୍ତ କରିଥିଲା। ଭାରତରେ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରାଇଦେବାକୁ ହ୍ୟାକର୍ସ ଗ୍ରୁପ ସମ୍ପୃକ୍ତ ସିଷ୍ଟମକୁ ହ୍ୟାକ୍‌ କରିବାକୁ ମାଲଓ୍ବେର ବା କମ୍ପ୍ୟୁଟର ଭାଇରସ୍‌ ଛାଡ଼ିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗତ ଅକ୍ଟୋବରରେ ଲଗାତର ୫ ଦିନ ଭାରତର ପାଓ୍ବାର ଗ୍ରୀଡ୍‌, ଆଇଟି କମ୍ପାନୀ ଏବଂ ବ୍ୟାଙ୍କିଙ୍ଗ ସେକ୍ଟରରେ ୪୦ ହଜାର ୫ଶହ ଥର ସାଇବର ଆଟାକ୍‌ ହୋଇଛି। ଚାଇନା ଲିଙ୍କ୍‌ ଥିବା ରେଡ୍‌ଇକୋ ଗ୍ରୁପ୍‌ ପାଓ୍ବାର ପ୍ଲାଣ୍ଟରେ ମାଲଓ୍ବେର ପ୍ରେରଣ କରିଥାଇପାରେ ବୋଲି ଅନୁସନ୍ଧାନରୁ ଜଣାପଡିଛି। ଅତ୍ୟାଧୁନିକ ଭାଇରସ୍‌ର ଉପଯୋଗ କରି ଭାରତର ସମ୍ବେଦନଶୀଳ ଜାତୀୟ ଭିତ୍ତିଭୂମି ଉପରେ ସାଇବର ଆକ୍ରମଣ ପାଇଁ ଚାଇନା ହ୍ୟାକର୍ସ ସମ୍ପୃକ୍ତ କ୍ଷେତ୍ର ପରିଚାଳନା କରୁଥିବା ସିଷ୍ଟମକୁ ଟାର୍ଗେଟ କରୁଥିବା ଏଥିରେ କୁହାଯାଇଛି। ଚାଇନାରେ ନିର୍ମିତ ବୈଦ୍ୟୁତିକ ଉପକରଣ ବିଭିନ୍ନ ଦେଶକୁ ରପ୍ତାନୀ ହେଉଥିବାବେଳେ ସେହି ଡିଭାଇସ୍‌ଗୁଡ଼ିକ ମାଧ୍ୟମରେ ହ୍ୟାକର୍ସ ଗ୍ରୁପ୍‌ ଅନ୍‌ଲାଇନ ଆକ୍ରମଣ ପାଇଁ ମାଲଓ୍ବେର ପଠାଉଥିବା ଜଣାଯାଇଛି। ତେବେ ଚାଇନାର ମାଲଓ୍ବେର ଆକ୍ରମଣରେ ଭାରତୀୟ ଶକ୍ତି କ୍ଷେତ୍ର ପ୍ରଭାବିତ ହୋଇ ନ ଥିଲା ବୋଲି ନୂଆଦିଲ୍ଲୀ ପକ୍ଷରୁ ସୋମବାର ଖଣ୍ଡନ କରାଯାଇଛି।

ଗୁରୁତ୍ୱ ଦେଇ ନ ଥିଲେ ସରକାର

ରିପୋର୍ଟ ପ୍ରସ୍ତୁତ କରିଥିବା ‘ରେକର୍ଡେଡ ଫ୍ୟୁଚର’ ସାଇବର ଆକ୍ରମଣ ସମ୍ପର୍କରେ ଭାରତ ସରକାରଙ୍କୁ ସୂଚନା ଦେଇଥିଲା। ଏହାର ଅନୁସନ୍ଧାନ ଓ ପ୍ରତିକାର ଦିଗରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ହେଁ ଏ ଦିଗରେ ଭାରତ ସରକାର କୌଣସି ତତ୍‌କ୍ଷଣାତ ପଦକ୍ଷେପ ନେଇ ନ ଥିଲେ ବୋଲି ରେକର୍ଡେଡ ଉକ୍ତ ରିପୋର୍ଟରେ କୁହାଯାଇଛି। ୨୦୨୦ ଆରମ୍ଭରୁ ଏହି କମ୍ପାନୀର ଇନ୍‌ସିକ୍ଟ ଗ୍ରୁପ୍‌ ନିର୍ଦ୍ଦିଷ୍ଟ ଭାରତୀୟ ସଙ୍ଗଠନଗୁଡିକ ଉପରେ ଚାଇନା ପ୍ରାୟୋଜିତ ସନ୍ଦିଗ୍ଧ କାର୍ଯ୍ୟକଳାପ ବୃଦ୍ଧି ଉପରେ ନଜର ରଖିଥିଲା। ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥାରେ ସନ୍ତୁଳନ ରକ୍ଷା କରୁଥିବା ୪ ରିଜିଓନାଲ ଲୋଡ୍‌ ଡେସ୍‌ପାଚ୍‌ ସମେତ ଭାରତର ୧୦ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରାଯାଇଥିଲା। ଏଥିସହ ଭାରତର ଦୁଇ ବନ୍ଦର ମଧ୍ୟ ହ୍ୟାକର୍ସଙ୍କ ଟାର୍ଗେଟରେ ଥିଲା। ଭାରତ ଲଦାଖ ସୀମା ପ୍ରତି ଦୃଢ଼ ଆଭିମୁଖ୍ୟ ଦେଖାଇଲେ ପରିଣାମ ଭୟଙ୍କର ହେବ ବୋଲି ମୁମ୍ବାଇ ବ୍ଲାକ୍‌ଆଉଟ ଜରିଆରେ ଚାଇନା ସନ୍ଦେଶ ଦେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶିତ ହୋଇଛି।

୧୨ ଅକ୍ଟୋବରରେ କ’ଣ ହୋଇଥିଲା

୨୦୨୦ ଅକ୍ଟୋବର ୧୨ ତାରିଖ ସକାଳେ ମୁମ୍ବାଇରେ ହଠାତ୍‌ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଯାଇଥିଲା। ପାଖାପାଖି ୨ ଘଣ୍ଟାରୁ ଅଧିକ ସମୟ ଧରି ବ୍ଲାକ୍‌ଆଉଟ ଯୋଗୁ ଚଳଚଞ୍ଚଳ ମୁମ୍ବାଇ ସହର ଅଟକି ଯାଇଥିଲା। ହାରାହାରି ୨କୋଟି ଜନସାଧାରଣଙ୍କ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ଟ୍ରେନ ଅଟକିବା ସହ ହସ୍ପିଟାଲ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଷ୍ଟକ୍‌ ଏକ୍ସଚେଞ୍ଜରେ ଘଣ୍ଟା ଘଣ୍ଟା ଧରି କାରବାର ବନ୍ଦ ହେବାରୁ ବିପୁଳ କ୍ଷତି ସାଧନ ହୋଇଥିଲା। କରୋନା ମହାମାରୀରେ ଲକ୍‌ଡାଉନରେ ଘରେ ବନ୍ଦୀ ଥିବା ମୁମ୍ବାଇବାସୀ ଅସ୍ତବ୍ୟସ୍ତ ହୋଇପଡିଥିଲେ। ଜରୁରୀ କାମ ବନ୍ଦ ହୋଇଯିବା ସହ ଘରୁ ଅଫିସ୍‌ କାର୍ଯ୍ୟ କରୁଥିବା ଲୋକେ ହୀନସ୍ତା ହୋଇଥିଲେ। ହସ୍ପିଟାଲରେ ଭେଣ୍ଟିଲେଟର୍ସ ଅଚଳ ହୋଇପଡିଥିଲା। ଦୀର୍ଘ ୨ ଘଣ୍ଟା ପରେ ପୁଣି ମୁମ୍ବାଇ ଚଳଚଞ୍ଚଳ ହୋଇଥିଲା।

ଆକ୍ରମଣର ମାଧ୍ୟମ ଚାଇନା ଉପକରଣ

ଚାଇନାର ଏଭଳି ଷଡ଼ଯନ୍ତ୍ର ଉପରୁ ପରଦା ଉଠିବା ପରେ ଭାରତର ଶକ୍ତିକ୍ଷେତ୍ରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏପରି କରି ଭାରତକୁ ଚାଇନା ସମ୍ପୂର୍ଣ୍ଣ ଅନ୍ଧକାରମୟ କରିପାରିବାର କ୍ଷମତା ରଖିଥିବା ନେଇ ପ୍ରଶ୍ନ ଉଠିଛି। ଚିନ୍ତାର ବଡ଼ କାରଣ ପାଲଟିଛି ଭାରତରେ ବ୍ୟାପକ ମାତ୍ରାରେ ଚାଇନା ପ୍ରସ୍ତୁତ ବୈଦ୍ୟୁତିକ ଉପକରଣର ବ୍ୟବହାର। ପୂର୍ବତନ ବହିର୍ବ୍ୟାପାର ସଚିବ ନିରୁପମା ରାଓଙ୍କ କହିବା ମୁତାବକ, ଭାରତ ମୁଖ୍ୟତଃ ଚାଇନାରୁ ଶକ୍ତି ଉତ୍ପାଦନ ଉପକରଣ ଏବଂ ଟ୍ରାନ୍ସଫର୍ମର କ୍ରୟ କରିଥାଏ। ଗତ ଦୁଇ ଦଶନ୍ଧି ମଧ୍ୟରେ ଚାଇନା ଉପରେ ନିର୍ଭରଶୀଳତା ବୃଦ୍ଧି ପାଇଛି। ୨୦୨୦ରେ ଭାରତ ୭୧ ହଜାର କୋଟି ଟଙ୍କାର ଶକ୍ତି ଉତ୍ପାଦନ ଉପକରଣ କ୍ରୟ କରିଛି, ସେଥିମଧ୍ୟରୁ ୨୧ ହଜାର କୋଟି ଟଙ୍କା କେବଳ ଚାଇନାରୁ ଆସିଛି। ଚାଇନିଜ୍‌ ହାର୍ଡୱେର୍‌ ସଫ୍ଟୱେର୍‌ ମଧ୍ୟ ଭାରତରେ ବ୍ୟବହାର କରାଯାଉଛି, ଯାହା କି ଚାଇନାର ଯୋଜନାକୁ ସଫଳ କରିବାରେ ବେଶ୍‌ ସକ୍ଷମ।

ଟାର୍ଗେଟରେ ସିରମ୍‌, ଭାରତ ବାୟୋଟେକ୍‌

ଚାଇନା ସମର୍ଥତ୍ତ ହ୍ୟାକର୍ସ ଗ୍ରୁପ୍‌ ଗତ କିଛି ସପ୍ତାହରେ ଭାରତରେ କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌ର ସୂଚନା ପ୍ରଯୁକ୍ତି (ଆଇଟି) ସିଷ୍ଟମକୁ ଟାର୍ଗେଟ କରିଥିବା ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସାଇଫାର୍ମା ପକ୍ଷରୁ କୁହାଯାଇଛି। ଉଭୟ ଚାଇନା ଓ ଭାରତ ବିଭିନ୍ନ ଦେଶକୁ କରୋନା ଟିକା ପଠାଇଛନ୍ତି। ବିଶ୍ୱର ବିଭିନ୍ନ ଦେଶକୁ ଯୋଗାଣ ହେଉଥିବା ଟିକା ମଧ୍ୟରୁ ଭାରତ ୬୦ ପ୍ରତିଶତରୁ ଅଧିକ ଉତ୍ପାଦନ କରୁଥିବାବେଳେ ଚାଇନିଜ୍‌ ହ୍ୟାକିଂ ଗ୍ରୁପ୍‌ ଏପିଟି୧୦ ଉଭୟ ସିରମ୍‌ ଓ ଭାରତ ବାୟୋଟେକ୍‌ର ଆଇଟି ଭିତ୍ତିଭୂମି ଏବଂ ଯୋଗାଣ ଶୃଙ୍ଖଳା ସଫ୍ଟଓ୍ବେରରେ ଥିବା ଦୁର୍ବଳତାକୁ ଚିହ୍ନଟ କରିଛି। ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀକୁ ପଛକୁ ପକାଇବାକୁ ଆବଶ୍ୟକ ଟେକ୍ନୋଲୋଜି ଓ ଜ୍ଞାନକୌଶଳ ଚୋରି କରିବାକୁ ଏହି ଗ୍ରୁପ୍‌ର ଲକ୍ଷ୍ୟ ରହିଛି ବୋଲି ସାଇଫାର୍ମା ମୁଖ୍ୟ କାର୍ଯ୍ୟନିର୍ବାହୀ କୁମାର ରିତେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri