Posted inଖେଳ

ମୁମ୍ବାଇର ଦ୍ୱିତୀୟ ବିଜୟ

ମୁମ୍ବାଇ, ୭।୩: ହିଲି ମାଥ୍ୟୁସଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ବ୍ରାବୋର୍ନ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୯ ଉଇକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ କ୍ରମାଗତ ବୋଲିଂ ଓ ବ୍ୟାଟିଂ ବିଫଳତା ଯୋଗୁ ଆରସିବି କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ବ୍ୟାଟରଙ୍କ ତ୍ରୁଟିପୂର୍ଣ୍ଣ ଶଟ୍‌ ଚୟନ ଯୋଗୁ ସ୍ମୃତି ମନ୍ଧାନାଙ୍କ ଦଳ ପୂରା ୨୦ ଓଭର ଖେଳି ନ ପାରି ୧୮.୪ ଓଭରରେ ୧୫୫ ରନରେ ଅଲ୍‌ଆଉଟ ହୋଇଥିଲା। ପରେ ପ୍ରଭାବହୀନ ବୋଲିଂର ସୁଯୋଗ ନେଇ ମୁମ୍ବାଇ ୧୪.୨ ଓଭରରେ ମାତ୍ର ୧ ଉଇକେଟ ହରାଇ ୧୫୯ ରନ ସଂଗ୍ରହ କରି ନେଇଥିଲା। ମୁମ୍ବାଇ ନିଜର ପ୍ରଥମ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ ୧୪୩ ରନରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଆରସିବି ନିଜର ପ୍ରଥମ ମ୍ୟାଚକୁ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରୁ ୬୦ ରନରେ ହାରିଥିଲା। ୨ ମ୍ୟାଚରୁ ୨ ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ୪ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ଆରସିବି ପଏଣ୍ଟ ଖାତା ଖୋଲି ପାରିନାହିଁ।
ଟସ୍‌ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆରସିବି ଦଳର ଅତି କମ୍‌ରେ ୫ ଜଣ ଖେଳାଳି ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। କ୍ରମାଗତ ବ୍ୟବଧାନରେ ଉଇକେଟ ପଡ଼ି ଚାଲିଥିଲେ ହେଁ ଏହି ଦଳ ଉନ୍ନତ ରନ୍‌ହାର ବଜାୟ ରଖିଥିଲା। ମାତ୍ର କେହି ଜଣେ ହେଲେ ଖେଳାଳି କ୍ରିଜରେ ଶେଷ ପର୍ଯ୍ୟନ୍ତ ତିଷ୍ଠି ନ ପାରିବାରୁ ଦଳ ବଡ଼ ସ୍କୋର କରିପାରି ନ ଥିଲା। ରିଚା ଘୋଷ ସର୍ବାଧିକ ୨୮ ରନ କରିଥିବାବେଳେ ଅଧିନାୟିକା ସ୍ମୃତି ମନ୍ଧାନା ୨୩, ଶ୍ରୀୟଙ୍କା ପାଟିଲ ୨୩, କନିକା ଆହୁଜା ୨୨ ଓ ମେଗାନ ସ୍କୁଟ ୨୦ ରନକରି ଆଉଟ ହୋଇଥିଲେ। ମୁମ୍ବାଇ ପକ୍ଷରୁ ହିଲି ମାଥ୍ୟୁସ ୩ଟି, ସାଇକା ଇସାକ ଓ ଆମେଲିଆ କେର୍‌ ୨ଟି ଲେଖାଏ ଏବଂ ନାତାଲି ସ୍କିଭର ବ୍ରଣ୍ଟ ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
୧୫୬ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ମୁମ୍ବାଇ ଓପନିଂ ଯୋଡ଼ିରେ ୪୫ ରନ ଯୋଗ କରିଥିଲା। ଓପନର ୟାସ୍ତିକା ଭାଟିଆ ୧୯ ବଲ୍‌ରୁ ୨୩ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ତେବେ ପ୍ରଭାବୀ ବୋଲିଂ କରି ୩ ଉଇକେଟ ହାସଲ କରିଥିବା ହିଲି ମାଥ୍ୟୁସ ବ୍ୟାଟିଂରେ ମଧ୍ୟ ଚମତ୍କାରିତା ଦେଖାଇ ୭୭ (୩୮ ବଲ, ୧୩ ଚୌକା, ୧ ଛକା) ଓ ନାତାଲି ସ୍କିଭର ବ୍ରଣ୍ଟ ୫୫ (୨୯ ବଲ, ୯ ଚୌକା, ୧ ଛକା) ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଅସମାପ୍ତ ଦ୍ୱିତୀୟ ଉଇକେଟରେ ଦୁହେଁ ମାତ୍ର ୫୬ ବଲ୍‌ରୁ ୧୧୪ ରନ ସଂଗ୍ରହ କରିଥିଲେ। ଆରସିବି ପକ୍ଷରୁ କେବଳ ପ୍ରୀତି ବୋଷ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୮.୪ ଓଭରରେ ୧୫୫/ଅଲ୍‌ଆଉଟ (ରିଚା ଘୋଷ-୨୮, ସ୍ମୃତି ମନ୍ଧାନା-୨୩, ଶ୍ରୀୟଙ୍କା ପାଟିଲ-୨୩, କନିକା ଆହୁଜା-୨୨, ମେଗାନ ସ୍କୁଟ-୨୦, ହିଲି ମାଥ୍ୟୁସ-୩/୨୮, ସାଇକା ଇସାକ-୨/୨୬, ଆମେଲିଆ କେର-୨/୩୦, ନାତାଲି ସ୍କିଭର ବ୍ରଣ୍ଟ-୧/୩୪, ପୂଜା ବସ୍ତ୍ରକାର-୧/୮)। ମୁମ୍ବାଇ ଇଣ୍ଡିଆନ୍ସ ୧୪.୨ ଓଭରରେ ୧୫୯/୧ (ହିଲି ମାଥ୍ୟୁସ-୭୭*, ନାତାଲି ସ୍କିଭର ବ୍ରଣ୍ଟ-୫୫*, ୟାସ୍ତିକା ଭାଟିଆ-୨୩, ପ୍ରୀତି ବୋଷ-୧/୩୪)।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri