Odisha Elections 2024
Posted inଖେଳ

ଆର୍‌ସିବିକୁ ହରାଇ ଶୀର୍ଷରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ

ବେଙ୍ଗାଲୁରୁ, ୩।୩: ଓମେନ୍ସ ପ୍ରିମିୟର ଲିଗ୍‌ର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ପରାସ୍ତ କରିଛି। ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୩୧ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୫.୧ ଓଭରରେ ୩ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରି ନେଇଥିଲା। ୪ ମ୍ୟାଚରୁ ତୃତୀୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି। ଏହି ଦଳର ପଏଣ୍ଟ ସଂଖ୍ୟା ୬ରେ ପହଞ୍ଚିଛି। ଅନ୍ୟପକ୍ଷରେ ଆରସିବି ୪ ମ୍ୟାଚରୁ ୨ୟ ପରାଜୟ ସହ ୪ ନମ୍ବର ସ୍ଥାନକୁ ଖସିଛି।
ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଦଳର କାମଚଳା ଅଧିନାୟିକା ନାଟ ସ୍କିଭର-ବ୍ରଣ୍ଟ। ବୋଲରମାନେ ଚମତ୍କାର ବୋଲିଂ କରି ଅଧିନାୟିକାଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ଦଳୀୟ ସ୍କୋର ୧୪ ହୋଇଥିବାବେଳେ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଉଇକେଟ ହରାଇ ଆରସିବି ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ମନ୍ଧାନା ୯, ସୋଫି ଡିଭାଇନ ୯ ଓ ସାଭିନେନି ମେଘନା ୧୧ ରନକରି ପ୍ୟାଭିଲିୟନ ଫେରିବାରୁ ଆରସିବି ସ୍କୋର ୫.୪ ଓଭର ବେଳକୁ ୩୩/୩ ହୋଇ ଯାଇଥିଲା। ଗୋଟିଏ ପଟରେ ଏଲିସ ପେରୀ ଦକ୍ଷତାର ସହ ବିପକ୍ଷ ଦଳର ବୋଲରଙ୍କୁ ମୁକାବିଲା କରିଥିବାବେଳେ ଅନ୍ୟପଟରେ ବ୍ୟାଟରଙ୍କ ବିଫଳତା ଯୋଗୁ ଦଳ ବଡ଼ ସ୍କୋର କରିପାରି ନ ଥିଲା। ଡିଭାଇନ ୩୮ ବଲ୍‌ରୁ ସର୍ବାଧିକ ୪୫ ରନକରି ଅପରାଜିତ ରହିଥିଲେ। ରିଚା ଘୋଷ ୭, ସୋଫି ମୋଲିନକ୍ସ ୧୨ ଓ ଜର୍ଜିଆ ଓ୍ବେରହାମ ୨୭ ରନକରି ଆଉଟ ହୋଇଥିଲେ। ମୁମ୍ବାଇ ପକ୍ଷରୁ ନାଟ ସ୍କିଭର-ବ୍ରଣ୍ଟ ଓ ପୂଜା ବସ୍ତ୍ରକାର ୨ଟି ଲେଖାଏ ଏବଂ ଇସି ଓ୍ବଙ୍ଗ ଓ ସାଇକା ଇସାକ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟରମାନେ ଆରସିବି ବୋଲରଙ୍କୁ ସଫଳ ମୁକାବିଲା କରିଥିଲେ। ଟପ୍‌ ଅର୍ଡରରେ ୟାସ୍ତିକା ଭାଟିଆ ୩୧, ହିଲି ମାଥ୍ୟୁସ ୨୬, ନାଟ୍‌ ସ୍କିଭର-ବ୍ରଣ୍ଟ ୨୭ ରନକରି ଆଉଟ ହୋଇଥିବାବେଳେ ଆମେଲିଆ କେର ୨୪ ବଲ୍‌ରୁ ଦ୍ରୁତ ୪୦ ଓ ପୂଜା ବସ୍ତ୍ରକାର ୮ ରନରେ ଅପରାଜିତ ରହିଥିଲେ। ଆରସିବି ପକ୍ଷରୁ ସୋଫି ଡିଭାଇନ, ଜର୍ଜିଆ ଓ୍ବେରହାମ ଓ ଶ୍ରେୟଙ୍କା ପାଟିଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

ଲଜ୍ଜାଜନକ ରେକର୍ଡ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୧୮।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ ଆଇପିଏଲ ୨୦୨୪ର ୬୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୨୧୪ ରନ ସଂଗ୍ରହ...

ବକ୍ସର ପରବିନଙ୍କୁ ସସ୍‌ପେଣ୍ଡ କଲା ଓ୍ବାଡା

ନୂଆଦିଲ୍ଲୀ, ୧୮ା୫ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି। ସେ ୧୨ମାସ ମଧ୍ୟରେ...

ଆଜି ଆର୍‌ସିବି-ସିଏସ୍‌କେ ମହାମୁକାବିଲା: ମ୍ୟାଚ ବାତିଲ ହେଲେ ଏହି ଦଳକୁ ଫାଇଦା

ବେଙ୍ଗାଲୁରୁ, ୧୮।୫ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ଏଥିରେ ପରସ୍ପରର ମୁକାବିଲା କରିବେ ରୟାଲ ଚ୍ୟାଲେଞ୍ଜର୍ସ...

‘ଅବସର ନିଷ୍ପତ୍ତି ସ୍ବତଃପ୍ରବୃତ୍ତ ଥିଲା’

ନୂଆଦିଲ୍ଲୀ, ୧୮।୫ : ଖେଳିବା ସମୟରୁ ଭାରତୀୟ ଫୁଟ୍‌ବଲରେ ଲିଭିଂ ଲିଜେଣ୍ଡର ମାନ୍ୟତା ପାଉଥିବା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣାକୁ ନେଇ ଚର୍ଚ୍ଚା ଜାରି ରହିଛି।...

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri