Posted inଖେଳ

ମାନସିକ ଅସୁସ୍ଥତା କାରଣରୁ କ୍ରିକେଟରୁ ଦୂରେଇଲେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି

ମୁମ୍ବାଇ,୧୬।୨: ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ତଥା ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ କୁଇଣ୍ଟନ ଡି’ କକ୍‌ କ୍ରିକେଟରୁ କିଛି ସପ୍ତାହ ପାଇଁ ଦୂରେଇ ଯାଇଛନ୍ତି। ମାନସିକ ଅସୁସ୍ଥତା କାରଣରୁ ତାଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟର୍ସ ଆସୋସିଏଶନ (ଏସ୍‌ଏସିଏ) ମୁଖ୍ୟ ଆଣ୍ଡ୍ରୁ ବ୍ରିଟ୍‌କେ।

ଡାକ୍ତରଙ୍କ ପରାମଶ୍ର କ୍ରମେ ଡି’ କକ୍‌ କିଛି ସପ୍ତାହ ପାଇଁ କ୍ରିକେଟରୁ ବ୍ରେକ ନେଇଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟର୍ସ ଆସୋସିଏଶନ ଓ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ତାଙ୍କୁ ସମର୍ଥନ କରିବା ଜାରି ରଖିବ ବୋଲି କହିଛନ୍ତି ଏସ୍‌ଏସିଏ ମୁଖ୍ୟ। ବାୟୋ ବବଲ ନିୟମ ଯୋଗୁ ତାଙ୍କୁ ପରିବାରବର୍ଗଠାରୁ ଦୂରେଇ ରହିବାକୁ ପଡ଼ିଥିଲା। ଗତ ବର୍ଷ ଅଗଷ୍ଟରେ ଆଇପିଏଲ ପାଇଁ ଏବଂ ପରେ ଇଂଲଣ୍ଡ ଓ ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍‌ ନିମନ୍ତେ ତାଙ୍କୁ ବାୟୋ ବବଲରେ ରହିବାକୁ ପଡ଼ିଥିଲା। ସେ ପାକିସ୍ତାନ ବିପକ୍ଷରେ ସିରିଜ୍‌ ଖେଳିବା ଲାଗି ପାକିସ୍ତାନ ମଧ୍ୟ ଯାଇଥିଲେ। ତେବେ ଆସନ୍ତା ଏପ୍ରିଲ ମାସରେ ହେବାକୁ ଥିବା ଆଇପିଏଲ-୧୪ରେ ସେ ଖେଳିବେ କି ନାହିଁ, ତାହା ସ୍ପଷ୍ଟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିଲାରେ କରୋନା ଆକ୍ରାନ୍ତ ଚିହ୍ନଟ: ସରକାର କହିଲେ…

ଭୁବନେଶ୍ୱର,୨୩ା୭(ସୁଚିସ୍ମିତା ସାହୁ): ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ କରୋନା ବ୍ୟାପିବା ଆଶଙ୍କା ଦେଖାଦେଇଛି। ଗଞ୍ଜାମ ଜିଲାରେ ଜଣେ ଆକ୍ରାନ୍ତ ରହିଥିବା କୋଭିଡ୍‌ ଡ୍ୟାସ୍‌ବୋର୍ଡରେ ଦର୍ଶାଯାଇଥିବାବେଳେ ମଙ୍ଗଳବାର ଏମ୍‌କେସିଜି…

ଭାରତୀୟ ପାଣିପାଗ ବିଭାଗର ବଡ଼ ପୂର୍ବାନୁମାନ: ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨୩ା୭ (ସୌମ୍ୟରଞ୍ଜନ ରାଉତ): ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଆଗାମୀ ୨ଦିନ ପର୍ଯ୍ୟନ୍ତ…

ଇରାନ୍‌ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ହୋଇଛି ଏତେ ଡଲାର, ଜାଣିଲେ ହୋଇଯିବେ ତାଜୁବ

ୱାଶିଂଟନ, ୨୩ା୭: ଇରାନ୍‌ ବିରୋଧରେ ଚାଲିଥିବା ଯୁଦ୍ଧରେ ଆମେରିକାର ଏପର୍ଯ୍ୟନ୍ତ ପ୍ରାୟ ୩୭.୫ ବିଲିୟନ ଡଲାର (ପ୍ରାୟ ୩.୧ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇସାରିଛି। ଆମେରିକା…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri