ଗୋଲ୍ଡ ସ୍କିମ୍‌ ଜାଲିଆତି: ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୩ା୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରିବାକୁ ମୁମ୍ବାଇର ଏକ ଅଦାଲତ ପୋଲିସକୁ ନିର୍ଦ୍ଦେଶ ଦେଇଛି।

କୁନ୍ଦ୍ରା ଦମ୍ପତିଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ସତ୍‌ୟୁଗ ଗୋଲ୍ଡ ପ୍ରା. ଲିଃ ସୁନା ଯୋଜନାରେ ଲୋକଙ୍କଠାରୁ ଜମା ସଂଗ୍ରହ କରୁଥିଲା। ଏହି ସଂସ୍ଥାରେ ଜାଲିଆତି କରାଯାଉଥିବା ନେଇ ରିଦ୍ଧି ସିଦ୍ଧି ବୁଲିଅନ୍ସର ପରିଚାଳନା ନିର୍ଦ୍ଦେଶକ ପୃଥ୍ବୀରାଜ କୋଠାରି ଅଭିଯୋଗ କରିଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ଠକେଇ, ବିଶ୍ୱାସଘାତ ଆଦି ଅଭିଯୋଗରେ ଏତଲା ଦାଏର କରି ତଦନ୍ତ କରିବାକୁ ଅତିରିକ୍ତ ସେସନ୍ସ ଜଜ୍‌ ଏନ୍‌.ପି. ମେହେଟ୍ଟା ବିକେସି ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ କୁନ୍ଦ୍ରା ଦମ୍ପତିଙ୍କ କମ୍ପାନୀରେ ୨୦୧୪ରେ କୋଠାରି ୫ ବର୍ଷିଆ ଯୋଜନାରେ ୯୦,୩୮,୬୦୦ ଟଙ୍କା ନିବେଶ କରିଥିଲେ। ପ୍ରତିଶ୍ରୁତି ଅନୁଯାୟୀ ତାଙ୍କୁ ୨୦୧୯ ଏପ୍ରିଲ ୨ରେ ୫,୦୦୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ମିଳିବା କଥା। ତେବେ ମାଚ୍ୟୁରିଟି ତାରିଖରେ ସେହି ପରିମାଣର ସୁନା ଦିଆଯାଇ ନ ଥିଲା ବୋଲି କୋଠାରି ଅଭିଯୋଗରେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ: ୫ ଜଣଙ୍କୁୁ କାବୁ କରିନେଲା ପୋଲିସ

ବଲାଙ୍ଗୀର, ୭।୬ (ସୁନିଲ କୁମାର ମହାନ୍ତି): ଏକ କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ ହୋଇଛି। ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପାଞ୍ଚ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଘର, କ୍ଷତିପୂରଣ ଦାବିରେ ରାସ୍ତାରୋକ

ରିଆମାଳ ୭|୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ପଞ୍ଚାୟତ ଅଞ୍ଚଳରେ ଶନିବାର ସନ୍ଧ୍ୟା ୬ ଟା ୩୦ ଅଞ୍ଚଳରେ କାଳବୈଶାଖୀ ଯୋଗୁଁ ବହୁ ଘର…

ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବଡ଼ ଝଟ୍‌କା; ମାସକୁ ଦେବାକୁ ହେବ ୨୯୯ ଟଙ୍କା, ତା’ ପରେ ମିଳିବ ଏସବୁ ଚଲାଇବାକୁ ସୁବିଧା…

ନୂଆଦିଲ୍ଲୀ,୭।୬: ମେଟା ଭାରତୀୟ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇଛି। ମେଟା ନିକଟରେ ହ଼୍ବାଟସଆପ, ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଦେୟଯୁକ୍ତ ସେବା ଯୋଗାଇବା ଯୋଜନା ଘୋଷଣା…

ଶ୍ରେୟସ ଆୟର ଟିମ ଇଣ୍ଡିଆର ଅଧିନାୟକ ହେବା ପରେ ମୁହଁ ଖୋଲିଲେ ସୂର୍ଯ୍ୟକୁମାର, କହିଦେଲେ ଏମିତି କଥା…

ନୂଆଦିଲ୍‌ଲୀ,୭।୬: ଆଇପିଏଲ ପରେ ଭାରତୀୟ ଟି-୨୦ ଦଳରେ କିଛି ଚମକାଇ ଦେବା ଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ସୂର୍ଯ୍ୟକୁମାର ଯାଦବ ଏବେ ଆଉ ଟିମ ଇଣ୍ଡିଆର ଅଧିନାୟକ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ସିଜେପିର ବିକ୍ଷୋଭ

ନୂଆଦିଲ୍ଲୀ,୭ା୬(ପି.ଟି.): ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍‌କୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଶନିବାର କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ…

୧୦ ଯାଏ ଗ୍ରୀଷ୍ମ ପ୍ରବାହ, କାଳବୈଶାଖୀ ସତର୍କତା

ଭୁବନେଶ୍ୱର, ୭ା୬ (ବନ୍ଦନା ସେଠୀ): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ…

ସକାଳୁ ସକାଳୁ ବଡ଼ ଝଟ୍‌କା, ମହଙ୍ଗା ହେଲା ଘରୋଇ ସିଲିଣ୍ଡର ଦାମ୍‌; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୭।୬: ଦେଶରେ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। କ୍ଷୀର, ପେଟ୍ରୋଲ-ଡିଜେଲ ଏବଂ ସିଏନଜି…

ଗାଡ଼ି ଉପରେ ଏୟାର ଷ୍ଟ୍ରାଇକ୍‌, ଲେବାନନ୍‌ ସେନା ଅଫିସରଙ୍କ ସମେତ ଚାଲିଗଲା ୯ ଜୀବନ

ବେରୁଟ୍‌ ,୬ା୬: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ନୂଆ ଅସ୍ତ୍ରବିରତି ଚୁକ୍ତିନାମା ସତ୍ତ୍ୱେ ଇସ୍ରାଏଲୀ ସେନା ଆକ୍ରମଣ ଜାରି ରଖିଛି। ଇସ୍ରାଏଲୀ ସେନା ଶନିବାର ଦକ୍ଷିଣ ଲେବାନନ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri