ପ୍ଲେ-ଅଫ୍‌ ଦ୍ୱାରରେ ମୁମ୍ବାଇ

ଆବୁଧାବି, ୨୯।୧୦- ଯଶପ୍ରୀତ ବୁମ୍‌ରାଙ୍କ ଘାତକ ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ ବିଜୟୀ ଇନିଂସ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ପ୍ଲେ-ଅଫ୍‌ ଦ୍ୱାରରେ ପହଞ୍ଚତ୍ ଯାଇଛି। ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୫ ଉଇକେଟରେ ହରାଇବା ପରେ ପ୍ରଥମ ଦଳଭାବେ ମୁମ୍ବାଇ ୧୬ ପଏଣ୍ଟରେ ପହଞ୍ଚତ୍ଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୬ ଉଇକେଟ ହରାଇ ୧୬୪ ରନ କରିଥିବାବେଳେ ମୁମ୍ବାଇ ୧୯.୧ ଓଭରରେ ୫ ଉଇକେଟ ହରାଇ ୧୬୬ ରନ ସଂଗ୍ରହ କରି ନେଇଥିଲା। କ୍ରମାଗତ ୨ଟି ମ୍ୟାଚ ହାରିଥିବାରୁ ଆରସିବି ୧୪ ପଏଣ୍ଟରେ ସ୍ଥିର ରହଛି। ଫଳରେ ପ୍ଲେ-ଅଫ୍‌ ସ୍ଥାନ ପାଇଁ ବିରାଟ କୋହଲିଙ୍କ ଦଳର ସଂଘର୍ଷ ଜାରି ରହିଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇର କାମଚଳା ଅଧିନାୟକ କିରନ ପୋଲାର୍ଡ। ଆରସିବିର ଦୁଇ ଓପନର ଦେବଦତ୍ତ ପଡିକାଲ ଓ ଜୋଶ୍‌ ଫିଲିପେ ସୁନ୍ଦର ଭାବରେ ଇନିଂସ ଆରମ୍ଭ କରିଥିଲେ। ତୁହେଁ ୩୪ ବଲ୍‌ରୁ ଦଳପାଇଁ ୫୦ ରନର ଭାଗୀଦାରି ଗଢ଼ିଥିବାବେଳେ ପାଓ୍ବରପ୍ଲେ ୬ ଓଭରରେ ଆରସିବି କୌଣସି ଉଇକେଟ ନ ହରାଇ ୫୪ ରନ ସଂଗ୍ରହ କରି ନେଇଥିଲା। ପଡିକାଲ ମାତ୍ର ୩୦ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଚଳିତ ସିଜନରେ ଏହାଥିଲା ତାଙ୍କର ୪ର୍ଥ ଅର୍ଦ୍ଧଶତକ ଏବଂ ସେଥିମଧ୍ୟରୁ ଦ୍ରୁତତମ। ପୂର୍ବରୁ ସେ ଯଥାକ୍ରମେ ୩୬, ୩୭ ଓ ୩୪ ବଲ୍‌ରୁ ୩ଟି ଅର୍ଦ୍ଧଶତକ ପୂରଣ କରିଥିଲେ। ଚତୁର୍ଥ ଭାରତୀୟ ଖେଳାଳିଭାବେ ନିଜ ପଦାର୍ପଣ ସିଜନରେ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି ପଡିକାଲ। ତାଙ୍କ ପୂର୍ବରୁ ୨୦୦୮ରେ ଶିଖର ଧାଓ୍ବନ ଓ ୨୦୧୫ରେ ଶ୍ରେୟାସ ଆୟାର ଏହି ସଫଳତା ପାଇଥିଲେ। ସ୍କୋର ୪୭ ବଲ୍‌ରୁ ୭୧ରେ ପହଞ୍ଚତ୍ବାପରେ ଆଉଟ ହୋଇଥିଲେ ଫିଲିପେ। ସେ ୨୪ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୩୩ ରନ ସ୍କୋର କରିଥିଲେ। ପଡିକାଲ ଦ୍ରୁତ ହାରରେ ରନ ସଂଗ୍ରହ ପକ୍ରିୟା ଜାରି ରଖିବାରୁ ଆରସିବି ୧୦ ଓଭରରେ ୧ ଉଇକେଟ ହରାଇ ୮୮ ରନ ସଂଗ୍ରହ କରି ନେଇଥିଲା। ମାତ୍ର ଏହାପରେ ଦଳର ରନ ହାରରେ ପତନ ପ୍ରକିୟା ଆରମ୍ଭ ହୋଇଥିଲା। ଅଧିନାୟକ ବିରାଟ କୋହଲି ପାରମ୍ପରିକ ଭାବରେ ଧିମା ଆରମ୍ଭ କରିଥିଲେ। ତେବେ ସେ ୧୪ ବଲ୍‌ରୁ ମାତ୍ର ୯ ରନ କରିଥିବାବେଳେ ପ୍ୟାଭିଲିୟନ ପଥ ଦେଖିଥିଲେ। କୋହଲିଙ୍କୁ ସୌରଭ ତିଓ୍ବାରୀଙ୍କ ହାତରେ କ୍ୟାଚ କରାଇ ମୁମ୍ବାଇର ଯଶପ୍ରୀତ ବୁମ୍‌ରା ଆଇପିଏଲରେ ୧୦୦ ଉଇକେଟ ପୂରଣ କରିଥିଲେ। ବୁମ୍‌ରାଙ୍କ ଅଫ୍‌ଷ୍ଟମ୍ପ ବାହାରର ବଲ୍‌କୁ କୋହଲି ପୁଲ୍‌ ଶଟ୍‌ ଖେଳିବାକୁ ଯିବାପେଳେ ଟପ୍‌ ଏଜ୍‌ ହୋଇ ବହୁ ଉପରକୁ ଉଠି ଯାଇଥିଲା। ଶର୍ଟ ମିଡ୍‌ ଉଇକେଟ ଅଞ୍ଚଳରେ ଏହି କ୍ୟାଚ ନେଇଥିଲେ ସୌରଭ। ସଂଯୋଗ ବଶତଃ ବୁମ୍‌ରାଙ୍କ ପ୍ରଥମ ଆଇପିଏଲ ଉଇକେଟ ମଧ୍ୟ କୋହଲି ଥିଲେ। ଦଳ ବଡ଼ ସ୍କୋର କରିବାକୁ ହେଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କୁ ତିଷ୍ଠି ରହିବାର ଥିଲା। ମାତ୍ର ଏହି ଦକ୍ଷିଣ ଆଫ୍ରିକୀୟ ଖେଳାଳି ଗୋଟିଏ ଲେଖାଏ ଚୌକା ଓ ଛକା ସହାୟତାରେ ମାତ୍ର ୧୫ ରନ କରି କିରନ ପୋଲାର୍ଡଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସ୍ମରଣୀୟ ଇନିଂସ ଖେଳିଥିବା ପଡିକାଲ ୪୫ ବଲ୍‌ରୁ ୧୨ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୭୪ ରନ କରି ୫ମ ଖେଳାଳିଭାବେ ପ୍ୟାଭିଲିୟନ ଫେରିଥିଲେ। ମିଡିଲ ଅର୍ଡରରେ ଶିବମ୍‌ ଦୁବେ ୬ ବଲ୍‌ରୁ ୨ ଓ କ୍ରିସ୍‌ ମୋରିସ ୨ ବଲ୍‌ରୁ ୪ ରନ କରି ଆଉଟ ହେବାରୁ ୧୭.୨ ଓଭର ବେଳକୁ ସ୍କୋର ୧୩୮/୬ ହୋଇ ଯାଇଥିଲା। ୧୭ତମ ଓଭରରେ ବୁମ୍‌ରା ମେଡେନ ନେବା ସହ ପଡିକାଲ ଓ ଦୁବେଙ୍କ ଉଇକେଟ ନେଇ ଆରସିବିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଶେଷ ଭାଗରେ ଗୁରକୀରଟ ସିଂ ମାନ୍‌ ୧୧ ବଲ୍‌ରୁ ୧୪(୨ ଚୌକା) ଓ ଓ୍ବାଶିଂଟନ ସୁନ୍ଦର ୬ ବଲ୍‌ରୁ ୧୦(୧ ଚୌକା) ରନରେ ଅପରାଜିତ ରହିବାରୁ ଆରସିବି ସ୍କୋର ୨୦ ଓଭରରେ ୧୬୪ରେ ପହଞ୍ଚତ୍ଥିଲା। ଶେଷ ୪ ଓଭରରେ ଦ୍ରୁତ ରନ ସଂଗ୍ରହ କରି ନ ପାରିବା ଆରସିବି ପାଇଁ ଚିନ୍ତାର କାରଣ ହୋଇଛି। ଗତ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ମ୍ୟାଚରେ ଦଳ ୧୬ରୁ ୨୦ ଓଭର ମଧ୍ୟରେ ୪୪ ରନ କରି ୪ ଉଇକେଟ ହରାଇଥିଲା। ଏଥର ଦଳ ଶେଷ ୫ ଓଭରରେ ମାତ୍ର ୩୫ ରନ କରି ୪ ଉଇକେଟ ହରାଇ ବିପଦକୁ ଡାକି ଆଣିଥିଲା। ମୁମ୍ବାଇ ପକ୍ଷରୁ ବୁମ୍‌ରା ଚମତ୍କାର ସ୍ପେଲ (୪-୧-୧୪-୩) ପକାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ମୁମ୍ବାଇ ଓପନିଂ ଯୋଡ଼ିରେ ୩୭ ରନ ଯୋଗକରି ପ୍ରଥମ ଉଇକେଟ ହରାଇଥିଲା। କ୍ୱିଣ୍ଟନ ଡି’କକ୍‌ ୧୯ ବଲ୍‌ରୁ ୧୮ ରନ କରି ଆଉଟ ହୋଇଥିଲେ। ଅନ୍ୟତମ ଓପନର ଇଶାନ କିଶନ ୧୯ ବଲ୍‌ରୁ ଦ୍ରୁତ ୨୫(୩ ଚୌକା, ୧ ଛକା) ରନର ଯୋଗଦାନ ଦେଇଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ ମ୍ୟାଚ ବିଜୟୀ ଇନିଂସ। ସେ ଆରସିବି ବୋଲରଙ୍କୁ ସଫଳ ମୁକାବିଲା କରି ଦଳକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସୌରଭ ତିଓ୍ବାରୀ ୫ ଓ କୃନାଲ ପାଣ୍ଡ୍ୟା ୧୦ ରନ କରି ଆଉଟ ହୋଇ ଯାଇଥିଲେ ହେଁ ଏହାର କୌଣସି ପ୍ରଭାବ ସୂର୍ଯ୍ୟକୁମାରଙ୍କ ଉପରେ ପଡ଼ି ନ ଥିଲା। ଶେଷ ୨ ଓଭରରେ ମୁମ୍ବାଇକୁ ୧୬ ରନ ଆବଶ୍ୟକ ହେଉଥିଲା। ୧୯ତମ ଓଭରରେ କ୍ରିସ୍‌ ମୋରିସ ୧୩ ରନ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉଇକେଟ ନେଇଥିଲେ। ମାତ୍ର ଆରସିବି ପାଇଁ ଉଇକେଟ ନେବାରେ ସେତେବେଳକୁ ବହୁ ବିଳମ୍ବ ହୋଇ ଯାଇଥିଲା। ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ୫ମ ଉଇକେଟରେ ୫୧ ରନର ଭାଗୀଦାରି ଗଢ଼ି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇ ସାରିଥିଲେ। ହାର୍ଦ୍ଦିକ ୧୫ ବଲ୍‌ରୁ ୧୭(୨ ଛକା) ରନ ସ୍କୋର କରିଥିଲେ। ୨୦ତମ ଓଭର ବୋଲିଂ କରିଥିବା ମହମ୍ମଦ ସିରାଜଙ୍କ ପ୍ରଥମ ବଲ୍‌ରେ ଚୌକା ମାରି ମୁମ୍ବାଇ ବିଜୟରେ ମୁଣ୍ଡି ମାରିଥିଲେ ସୂର୍ଯ୍ୟକୁମାର। ସେ ୪୩ଟି ବଲ୍‌ ଖେଳି ୧୦ ଚୌକା ଓ ୩ ଛକା ସହାୟତାରେ ୭୯ ରନକରି ଅପରାଜିତ ରହିଥିଲେ। ଆରସିବି ବୋଲରଙ୍କ ମଧ୍ୟରେ ଡେଲ୍‌ ଷ୍ଟେଇନ୍‌ଙ୍କୁ ଖେଳାଇବା ରଣନୀତି ଫେଲ୍‌ ମାରିଥିଲା। ସେ ପୁଣି ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୪୩ ରନ ବ୍ୟୟ କରିଥିଲେ। ଶେଷରେ ତାହା ହିଁ ଦଳ ପରାଜୟର ଅନ୍ୟତମ କାରଣ ପାଲଟିଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ ୨ଟି ଲେଖାଏ ଏବଂ କ୍ରିସ୍‌ ମୋରିସ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୧୬୪/୬(ପଡିକାଲ-୭୪, ଫିଲିପେ-୩୩, ବୁମ୍‌ରା-୩/୧୪, ପୋଲାର୍ଡ-୧/୫, ବୋଲ୍ଟ-୧/୪୦, ରାହୁଲ ଚହର-୧/୪୩)। ମୁମ୍ବାଇ ଇଣ୍ଡିଆନ୍ସ ୧୯.୧ ଓଭରରେ ୧୬୬/୫ (ସୂର୍ଯ୍ୟକୁମାର-୭୯*, ଚହଲ-୨/୩୭, ସିରାଜ-୨/୨୮, ମୋରିସ-୧/୩୬)।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri