Posted inଜାତୀୟ

ଜମ୍ମୁ-କଶ୍ମୀର ସୀମାରେ ମାଡ଼ିଆସିଲା ପାକିସ୍ତାନୀ ଡ୍ରୋନ୍: ହାଇଆଲର୍ଟରେ ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକାଧିକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି। ଏହାପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆନ୍ତର୍ଜାତୀୟ ସୀମା (IB) ଏବଂ ନିୟନ୍ତ୍ରଣ ରେଖା (LoC) ସଂଲଗ୍ନ ସାମ୍ବା, ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ପ୍ରାୟ ୫ଟି ଡ୍ରୋନ ଗତିବିଧି ନଜରକୁ ଆସିବା ପରେ ସେନା ଓ ପୋଲିସ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।

ସନ୍ଧ୍ୟା ପ୍ରାୟ ୬:୩୫ ସମୟରେ ନୌସେରା ସେକ୍ଟରର ଗନିଆ-କାଲସିଆନ ଗ୍ରାମ ଉପରେ ଏକ ଡ୍ରୋନ ଉଡ଼ୁଥିବା ଦେଖି ଭାରତୀୟ ସେନା ମେସିନ ଗନରୁ ଗୁଳି ଚାଳନା କରିଥିଲେ। ସେହିପରି ତେରିୟାଥ ଅଞ୍ଚଳରେ ମଧ୍ୟ ଏକ ଆଲୋକ ଜଳୁଥିବା ସନ୍ଦିଗ୍ଧ ବସ୍ତୁ ଦେଖାଯାଇଥିଲା।

ସେହିପରି ମାଙ୍କୋଟ ସେକ୍ଟରର ତାଇନରୁ ଟୋପା ଅଭିମୁଖେ ସନ୍ଧ୍ୟା ୬:୨୫ରେ ଏକ ଡ୍ରୋନ ଗତି କରୁଥିବା ସୁରକ୍ଷାକର୍ମୀ ଦେଖିବାକୁ ପାଇଥିଲେ। ରାମଗଡ଼ ସେକ୍ଟରର ଚକ ବାବ୍ରାଲ ଗ୍ରାମ ଉପରେ ସନ୍ଧ୍ୟା ୭:୧୫ ସମୟରେ ଏକ ଡ୍ରୋନ କିଛି ସମୟ ଧରି ଉଡ଼ୁଥିବା ଦେଖାଯାଇଥିଲା।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଡ୍ରୋନଗୁଡ଼ିକ ପାକିସ୍ତାନ ପଟୁ ଭାରତୀୟ ଆକାଶ ସୀମାକୁ ପ୍ରବେଶ କରି କିଛି ସମୟ ବୁଲିବା ପରେ ପୁଣି ଫେରିଯାଇଥିଲେ। ସୀମାରେ ମାରଣାସ୍ତ୍ର କିମ୍ବା ନିଶାଦ୍ରବ୍ୟ ପକାଯାଇଥିବା ଆଶଙ୍କା କରି ସେନା, ପୋଲିସ ଏବଂ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ମିଳିତ ଭାବେ ତଲାସି ଅଭିଯାନ ଚଲାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ରାତିରେ ସାମ୍ବା ଜିଲ୍ଲାରୁ ଡ୍ରୋନ ଯୋଗେ ପଠାଯାଇଥିବା ଦୁଇଟି ପିସ୍ତଲ, ଗ୍ରେନେଡ ଏବଂ ଗୁଳିଗୋଳା ଜବତ କରାଯାଇଥିଲା। ଏହି ଘଟଣାର ମାତ୍ର କିଛି ଦିନ ପରେ ପୁଣିଥରେ ଏଭଳି ଡ୍ରୋନ ଅନୁପ୍ରବେଶ ସୁରକ୍ଷା ବାହିନୀ ପାଇଁ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେଷ୍ଟଇଣ୍ଡିଜ୍‌କୁ ହରାଇ ସେମିଫାଇନାଲରେ ପହଞ୍ଚିଲା ଭାରତ

କୋଲକାତା,୧।୩: ସଞ୍ଜୁ ସାମସନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରବିବାର ଖେଳାଯାଇଥିବା ଚଳିତ ଟି୨୦ ବିଶ୍ୱକପ୍‌ର ଅନ୍ତିମ…

ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିଲେ ପୂର୍ବତନ ପ୍ରେମିକ, ଭେଟିବାକୁ ଡାକି ହତ୍ୟା କରି ମୁହଁରେ ଏସିଡ୍…

ଲକ୍ଷ୍ନୌ,୧।୩: ଉତ୍ତର ପ୍ରଦେଶର ବାଲିଆରୁ ପ୍ରେମ, ବ୍ଲାକମେଲିଂ ଏବଂ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ହତ୍ୟା କରିଛନ୍ତି…

ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଯୁଦ୍ଧର କଳାବାଦଲ, ଭାରତ ସହ ଏସବୁ ଏସୀୟ ଦେଶରେ ଗ୍ୟାସ, CNG, ପେଟ୍ରୋଲ-ଡିଜେଲ ଦର ହେବ ଆକାଶଛୁଆଁ!

ନୂଆଦିଲ୍ଲୀ/ତେହେରାନ,୧।୩: ମଧ୍ୟ ପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ବିବାଦ ଏବେ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଏକ ବଡ଼ ସଙ୍କଟ ଆଡ଼କୁ ଠେଲି ଦେଇଛି। ରଏଟର୍ସର…

ଯୁଦ୍ଧ ଭିତରେ ରାତି ୯ଟା ୩୦ରେ ବସିବ CCS ବୈଠକ, ମୋଦିଙ୍କ ଅଧ୍ୟକ୍ଷତାରେ ହେବ…

ନୂଆଦିଲ୍ଲୀ,୧ା୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଆଲର୍ଟରେ ମୋଦି ସରକାର। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷ ଏବଂ ସାମରିକ କାର୍ଯ୍ୟକଳାପ ବିଶ୍ୱବ୍ୟାପୀ ଚିନ୍ତା ବଢ଼ାଇଛି । ଏହି…

IND VS WI: ଇଡେନ ଗାର୍ଡେନ୍ସରେ ମହାଲଢ଼େଇ, ଟସ୍‌ ଜିତିଲା ଭାରତ, ଏକାଦଶକୁ ନେଇ ବଡ଼ ନିଷ୍ପତ୍ତି

କୋଲକାତା,୧।୩: ଟି-୨୦ ବିଶ୍ୱକପ ୨୦୨୬ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆଜି(ରବିବାର) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ମଇଦାନରେ ଖେଳାଯାଉଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା…

ହୋର୍ମୁଜରେ ବଢ଼ିଲା ଉତ୍ତେଜନା,ପାକିସ୍ତାନର ୩ ତେଲ ଜାହାଜକୁ ଅଟକାଇଲା ଇରାନ

ତେହେରାନ,୧।୩: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ସାମୁଦ୍ରିକ ସୁରକ୍ଷାକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ରବିବାର ଦିନ ଇରାନ ପକ୍ଷରୁ ପାକିସ୍ତାନ…

ଉତ୍ତର ପ୍ରଦେଶ ସହ ଖାମେନେଇଙ୍କର ଥିଲା ଗଭୀର ସମ୍ପର୍କ! ମୃତ୍ୟୁ ପରେ ମର୍ମାହତ ବାରବାଙ୍କିର ଏହି ଗାଁ

ଲକ୍ଷ୍ନୌ/ତେହରାନ,୧।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି। ଇରାନ…

ବିରିୟାନି ଦୋକାନରୁ ମିଳିଲା ଗଳିତ ମୃତଦେହ, ଫ୍ରିଜରେ ଥିଲା…

ଲକ୍ଷ୍ନୌ,୧ା୩: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ବିରିୟାନି ଦୋକାନରୁ ଏକ ମୃତଦେହ ମିଳିଛି । ଏହି ଘଟଣା ବକ୍ସି କା ତାଲାବ ଅଞ୍ଚଳରେ ଘଟିଛି । ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri