୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା ବେଳେ ନବବଧୂ ଜଣକ ୭ ମାସର ଗର୍ଭବତୀ ଥିବା ସୂଚନା ମିଳିଛି। ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକ ମହିଳାଙ୍କ ପରିବାର ଲୋକେ।

ଅଭିଯୋଗ ମୁତାବକ, ନାମନଗଡ ନିକଟ ଆମ୍ବଲୁଡି ଗ୍ରାମର ୨୧ ବର୍ଷର ଅସ୍ପିନା ଗମାଙ୍ଗ ନାମନଗଡ ଖେତ୍ରୀ ସାହିର ଯଶୋବନ୍ତ ଗମାଙ୍ଗକୁ ୯ ମାସ ତଳେ ବିବାହ କରିଥିଲେ। ବିବାହର ପରଠାରୁ ସ୍ବାମୀ ଯଶୋବନ୍ତ ମଦ୍ୟପାନ କରି ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ।

ଶନିବାର ଯଶୋବନ୍ତ ମଦ୍ୟପାନ କରି କୌଣସି କାରଣକୁ ନେଇ ସ୍ତ୍ରୀ ଅସ୍ପିନାଙ୍କୁ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ୍ୟୁ ପରେ ଆତ୍ମହତ୍ୟା ରୂପ ଦେଇଥିବା ବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପାଇଁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଅଭିଯୋଗକୁ ଭର୍ତ୍ତି କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ପ୍ରମୋଦ ଖଣ୍ଡୁଆଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri