Posted inଖେଳ

IND VS WI: ଇଡେନ ଗାର୍ଡେନ୍ସରେ ମହାଲଢ଼େଇ, ଟସ୍‌ ଜିତିଲା ଭାରତ, ଏକାଦଶକୁ ନେଇ ବଡ଼ ନିଷ୍ପତ୍ତି

କୋଲକାତା,୧।୩: ଟି-୨୦ ବିଶ୍ୱକପ ୨୦୨୬ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆଜି(ରବିବାର) କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ମଇଦାନରେ ଖେଳାଯାଉଛି। ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିବ। ତେବେ ଏହି ମ୍ୟାଚ୍‌ ଏକ ନକଆଉଟ୍‌ ମୁକାବିଲା ଭଳି, କାରଣ ଯେଉଁ ଦଳ ଜିତିବ ସେ ସିଧାସଳଖ ସେମିଫାଇନାଲ ଟିକେଟ ହାସଲ କରିବ।

ସୂଚନା ଥାଉ କି,ଏହି ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଇଡେନ ଗାର୍ଡେନ୍ସରେ ଖେଳିବାକୁ ଓହ୍ଲାଇବ। ଅନ୍ୟପଟେ, ୱେଷ୍ଟଇଣ୍ଡିଜ ଦଳ ଚଳିତ ଟୁର୍ନାମେଣ୍ଟରେ ଏହି ମଇଦାନରେ ପୂର୍ବରୁ ୩ଟି ମ୍ୟାଚ ଖେଳିସାରିଛି ଏବଂ ସମସ୍ତ ମ୍ୟାଚ୍‌ରେ ବିଜୟୀ ହୋଇଛି। ଏଭଳି ପରିସ୍ଥିତିରେ ଭାରତୀୟ ଦଳ ପାଇଁ କ୍ୟାରିବିଆନ ଦଳକୁ ହରାଇବା ଏକ ବଡ଼ ଚ୍ୟାଲେଞ୍ଜ ହେବ।

ଯଦିଓ ୱେଷ୍ଟଇଣ୍ଡିଜ ଏହି ପିଚ୍‌ରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛି, କିନ୍ତୁ ଇତିହାସ ଭାରତ ସପକ୍ଷରେ ରହିଛି।୧୯୮୩ ମସିହାର ଏପର୍ଯ୍ୟନ୍ତ ଇଡେନ ଗାର୍ଡେନ୍ସରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମୋଟ ୯ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ବିଶେଷ କଥା ହେଉଛି, ଭାରତ ଏହି ସମସ୍ତ ୯ଟି ଯାକ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଗତ ୪୩ ବର୍ଷ ଧରି ୱେଷ୍ଟଇଣ୍ଡିଜ ଏହି ମଇଦାନରେ ଭାରତ ବିରୋଧରେ କୌଣସି ବି ଆନ୍ତର୍ଜାତୀୟ ମ୍ୟାଚ ଜିତିପାରି ନାହିଁ।

ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ବିଶ୍ୱକପ୍ର ଡିଫେଣ୍ଡିଂ ଚାମ୍ପିଅନ (ଗତଥରର ବିଜେତା)। ଅନ୍ୟପଟେ, ୱେଷ୍ଟଇଣ୍ଡିଜ ୨୦୧୬ରେ ଟି-୨୦ ବିଶ୍ୱକପ ଜିତିବା ପରେ ଏପର୍ଯ୍ୟନ୍ତ କୌଣସି ଆଇସିସି (ICC) ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚି ପାରିନାହିଁ। ଆଜିର ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ନିଜର ପୁରୁଣା ସ୍ମୃତି ଫେରାଇ ଆଣି ଇତିହାସ ବଦଳାଇବ ନା ଭାରତ ନିଜର ଦବଦବା ବଜାୟ ରଖି ସେମିଫାଇନାଲକୁ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପ୍ଲେଇଙ୍ଗ୍ ଇଲେଭେନ୍:
ୱେଷ୍ଟଇଣ୍ଡିଜ୍ ଦଳ:
ଶାଇ ହୋପ୍, ରଷ୍ଟନ ଚେଜ୍, ସିମରନ୍ ହେଟମାୟର, ରୋଭମ୍ୟାନ୍ ପାୱେଲ୍, ଶେରଫେନ୍ ରଦରଫୋର୍ଡ, ଜେସନ୍ ହୋଲ୍ଡର, ରୋମାରିଓ ଶେଫର୍ଡ, ମ୍ୟାଥ୍ୟୁ ଫୋର୍ଡେ, ଅକିଲ୍ ହୋସେନ୍, ଗୁଡାକେଶ ମୋତି ଏବଂ ଅଲଜାରୀ ଜୋସେଫ୍।

ଭାରତୀୟ ଦଳ:
ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?