ହୋର୍ମୁଜରେ ବଢ଼ିଲା ଉତ୍ତେଜନା,ପାକିସ୍ତାନର ୩ ତେଲ ଜାହାଜକୁ ଅଟକାଇଲା ଇରାନ

ତେହେରାନ,୧।୩: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ସାମୁଦ୍ରିକ ସୁରକ୍ଷାକୁ ନେଇ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ରବିବାର ଦିନ ଇରାନ ପକ୍ଷରୁ ପାକିସ୍ତାନ ନେସନାଲ ସିପିଙ୍ଗ କର୍ପୋରେସନ୍‌ର ତିନୋଟି ଜାହାଜକୁ ହୋର୍ମୁଜ ଜଳସନ୍ଧି (Strait of Hormuz) ଆଡ଼କୁ ଯିବାରୁ ଅଟକାଇ ଦିଆଯାଇଛି।

ଏଆରୱାଇ (ARY) ନ୍ୟୁଜ୍‌ର ରିପୋର୍ଟ ଅନୁଯାୟୀ, ‘କରାଚୀ’, ‘ଲାହୋର’ ଏବଂ ‘ଖୈରପୁର’ ନାମକ ଏହି ତିନୋଟି ଜାହାଜ ତେଲ ପରିବହନ ପାଇଁ ଯାତ୍ରା କରୁଥିଲେ। ତେବେ ଆଞ୍ଚଳିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଇରାନ ସେମାନଙ୍କୁ ଆଗକୁ ବଢ଼ିବାକୁ ଅନୁମତି ଦେଇନାହିଁ।

ରିପୋର୍ଟ ଅନୁଯାୟୀ, ‘ଲାହୋର’ ଏବଂ ‘ଖୈରପୁର’କୁ ସଂଯୁକ୍ତ ଆରବ ଏମିରେଟ୍ସର ଫୁଜାଇରା ବନ୍ଦରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ‘କରାଚୀ’କୁ ପାକିସ୍ତାନର ଗୱାଦର ବନ୍ଦରରେ ଲଙ୍ଗର ପକାଇବାକୁ କୁହାଯାଇଛି। ଏହି ଜାହାଜଗୁଡ଼ିକରେ ପାକିସ୍ତାନୀ କ୍ରୁ ସଦସ୍ୟ ସାମିଲ ଥିଲେ। ଏହି ଘଟଣାକ୍ରମ ମଧ୍ୟରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (IRGC) ଚେତାବନୀ ଜାରି କରି କହିଛି ଯେ ହୋର୍ମୁଜ ଜଳସନ୍ଧିକୁ ସମସ୍ତ ସାମୁଦ୍ରିକ ଚଳାଚଳ ବ୍ୟବସାୟିକ ଏବଂ ସାମରିକପାଇଁ ବନ୍ଦ କରିଦିଆଯାଇଛି।

ହୋର୍ମୁଜ ଜଳସନ୍ଧି ପାରସ୍ୟ ଉପସାଗର ଏବଂ ଓମାନ ଉପସାଗର ମଧ୍ୟରେ ଅବସ୍ଥିତ। ଏହା ଉପସାଗରୀୟ ଅଞ୍ଚଳରୁ ମୁକ୍ତ ସମୁଦ୍ରକୁ ଯିବାର ଏକମାତ୍ର ସାମୁଦ୍ରିକ ମାର୍ଗ। ପ୍ରାୟ ୧୬୭ କିଲୋମିଟର(୧୦୪ ମାଇଲ) ଲମ୍ବା ଏହି ଜଳପଥ ବିଶ୍ୱର ସବୁଠାରୁ ରଣନୈତିକ ସାମୁଦ୍ରିକ ‘ଚୋକ ପଏଣ୍ଟ’ ମଧ୍ୟରୁ ଅନ୍ୟତମ। ଏହାର ସର୍ବନିମ୍ନ ଚଉଡ଼ା ମାତ୍ର ୩୯ କିଲୋମିଟର(୨୪ ମାଇଲ)। ସାଉଦି ଆରବ, ଇରାନ, ଇରାକ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ପ୍ରମୁଖ ତେଲ ରପ୍ତାନିକାରୀ ଦେଶଗୁଡ଼ିକ ଏହି ମାର୍ଗ ଦେଇ ବିଶ୍ୱ ବଜାରକୁ ଅଶୋଧିତ ତେଲ ପଠାନ୍ତି।

ଏହି ଅଞ୍ଚଳରେ ଅସ୍ଥିରତାର ମୁଖ୍ୟ କାରଣ ହେଉଛି ସାମ୍ପ୍ରତିକ ଆମେରିକା-ଇସ୍ରାଏଲ ଆକ୍ରମଣ ଏବଂ ତା’ ପରେ ଇରାନର ପାଲଟା ଜବାବ। ଏହା ସାମୁଦ୍ରିକ ମାର୍ଗର ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି। ଯଦି ହୋର୍ମୁଜ ଜଳସନ୍ଧି ଦୀର୍ଘ ସମୟ ଧରି ବନ୍ଦ ରହେ, ତେବେ ଏହାର ପ୍ରଭାବ ବିଶ୍ୱ ତେଲ ଯୋଗାଣ ଏବଂ ଆନ୍ତର୍ଜାତୀୟ ବଜାର ଉପରେ ପଡ଼ିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବୈଠକ, ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ

ଖୋର୍ଦ୍ଧା,୩ା୬(ପ୍ରଭାତ ପାଣିଗ୍ରାହୀ): ଜନପ୍ରତିନିଧିଙ୍କୁ ବୋଲଗଡ଼ ବିଡିଓଙ୍କ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଜିଲା ପରିଷଦ ବୈଠକରେ ପ୍ରବଳ ହୋ-ହଲ୍ଲା ଓ ଯୁକ୍ତିତର୍କ ହୋଇଥିଲା। ଏହାର ପ୍ରତିବାଦରେ ଜିଲା ପରିଷଦ…

ବିମାନବନ୍ଦରରେ ରିଲ୍ସ କରୁଥିଲେ ସାବଧାନ! ଆସିଲା ନୂଆ ନିୟମ, ନଚେତ୍ ହୋଇପାରେ

ନୂଆଦିଲ୍ଲୀ,୩।୬: ଏଣିକି ବିମାନବନ୍ଦରରେ ସେଲଫି ନେବା, ଇନଷ୍ଟାଗ୍ରାମ ରିଲ୍ ତିଆରି କରିବା କିମ୍ବା ଯାତ୍ରା ଭ୍ଲଗ୍ ସୁଟିଂ କରୁଥିବା ପ୍ରେମୀମାନଙ୍କୁ ସତର୍କ ରହିବାକୁ ପଡିବ ।ଡିଜିସିଏ ବିମାନବନ୍ଦର ପରିସରରେ…

ଯୁବତୀଙ୍କୁ ଲଜ୍‌ରେ ସିନ୍ଦୂର ପିନ୍ଧାଇ ବିବାହ କରିଥିଲେ ଯୁବକ, ଶାରୀରିକ ସମ୍ପର୍କ ରଖିବା ପରେ…

ରିଷିଡ଼ା,୩ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ରିଷିଡ଼ା ଫାଣ୍ଡି ଅଞ୍ଚଳର ଜଣେ କଲେଜ ପଢୁଆ ଯୁବକ ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ…

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ

କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣପାଟଣା ବ୍ଲକ…

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

ଚତୁର୍ଥୀ ରାତିରେ ଝୁଲିପଡ଼ିଲେ ସନ୍ତୋଷୀ: ଶାଶୁଘର ଲୋକେ…

କୁଜଙ୍ଗ,୩ା୬(ମନୋଜ ପ୍ରଧାନ):ବାହାଘରର ଚତୁର୍ଥୀ ରାତିରେ ଶୋଇବା ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳେଇପୁର ଗ୍ରାମରେ ସୋମବାର ଏହି ଘଟଣା…

ଏଲ୍‌ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା: ଚଳିତବର୍ଷ ମୌସୁମୀରେ ହେବ…

ଭୁବନେଶ୍ୱର,୩ା୬: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ ବୋଲି କହିଛନ୍ତି ଆଇଏମ୍‌ଡି…

ମୁଁ ଅସୁନ୍ଦରୀ…କାହିଁକି ଏମିତି କହିଲେ ଶାହରୁଖଙ୍କ ଝିଅ

ଅଭିନେତା ଶାହରୁଖ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସୁହାନା ଖାନ ଏବେ ଚର୍ଚ୍ଚାରେ। ସେ ଖୁବ୍‌ଶୀଘ୍ର ବାପାଙ୍କ ସହ ପରଦାରେ ଧୂମ୍‌ ମଚାଇବାକୁ ଯାଉଛନ୍ତି। ଆଜିକାଲି ସୁହାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri