ବର୍ଷାରେ ଭିଜିଲା ଏକାଧିକ ମୃତଦେହ

କଟକ,୨୧ା୭(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଅନେକ ଅବ୍ୟବସ୍ଥା ରହିଛି। ବିଭିନ୍ନ ପରୀକ୍ଷା ପାଇଁ ଲୋକମାନେ ଏଠାକୁ ଆସି ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମେଡିକାଲର ମୃତଦେହ ସଂରକ୍ଷଣ ଗୃହ ସମ୍ମୁଖରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଘଣ୍ଟା ଘଣ୍ଟା ଧରି ଷ୍ଟେଚରରେ ପକାଇ ରଖାଯାଉଛି। ଶନିବାର ଲଗାଣ ବର୍ଷାରେ ମୃତଦେହଗୁଡିକ ସକାଳୁ ଭିଜୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି କି ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଗୋଟିଏ ବି ମୃତଦେହ ବ୍ୟବଚ୍ଛେଦ କରାଯାଇ ନ ଥିଲା। ବ୍ୟବଚ୍ଛେଦ ପାଇଁ କର୍ମଚାରୀ ଟୋକନ କରିବାକୁ କହିବା ସହ ମୃତଦେହ ବାହାରେ ରଖି ପଳାଇଯାଇଥିଲେ। ମେଡିକାଲ କର୍ତ୍ତୃପକ୍ଷ ଏହି ସମସ୍ତ ଦୃଶ୍ୟ ଦେଖି ମଧ୍ୟ ମୁହଁ ବୁଲାଇ ପଳାଇଯାଇଥିଲେ। ଏଭଳି ଅବ୍ୟବସ୍ଥା ନେଇ ଅନେକଥର ଅଭିଯୋଗ ହୋଇଥିଲେ ମଧ୍ୟ ଏଥିରେ ସୁଧାର ଆସିପାରି ନାହିଁ। ସୂଚନାନୁଯାୟୀ, ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ପଦ୍ମଶ୍ରୀ କମଳା ପୂଜାରୀଙ୍କର ଶନିବାର ପରଲୋକ ହୋଇଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏସ୍‌ସିବି ମେଡିକାଲର ଆନାଟୋମି ବିଭାଗକୁ ଆସିଥିଲେ। ହେଲେ ଉକ୍ତ ବିଭାଗ ନିକଟ ମୃତଦେହ ସଂରକ୍ଷଣ ଗୃହ ପାଖରେ କେତେକ ମୃତଦେହ ସକାଳୁ ପଡ଼ି ରହିଥିଲା। ମେଡିକାଲରେ ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିବାର କିଛି ସମୟ ପୂର୍ବରୁ ମୃତଦେହଗୁଡିକୁ ଅନ୍ୟ ଜାଗାରେ ରଖାଯାଇଥିଲା। ଫଳରେ ବର୍ଷା ହେବାରୁ ମୃତଦେହ ଓଦା ହେବାର ଦୃଶ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନଜରକୁ ଆସି ନ ଥିଲା। ଏଭଳି ଅବ୍ୟବସ୍ଥାକୁ ନେଇ ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ ଆସିଥିବା ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସ୍‌ସିବିରେ ହୁଏତ ମୃତଦେହ ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି ଯେଉଁଥିପାଇଁ ଘଣ୍ଟା ଘଣ୍ଟା ଧରି ମୃତଦେହ ପଡି ରହୁଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ବାଙ୍କୀ ଅଞ୍ଚଳର ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି, ସମ୍ପର୍କୀୟଙ୍କ ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ ଶୁକ୍ରବାର ଏସ୍‌ସିବି ଆସିଥିଲୁ। ଶନିବାର ବ୍ୟବଚ୍ଛେଦ କରାଯିବା ପାଇଁ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା। ଫଳରେ ସକାଳୁ ଅପେକ୍ଷା କରିଛୁ, ହେଲେ ବର୍ଷାରେ ମୃତଦେହ ରଖି କର୍ମଚାରୀ ପଳାଇଛନ୍ତି। ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। ଏଭଳି ଅବ୍ୟବସ୍ଥା ଏସ୍‌ସିବିରେ ହେବା ଉଚିତ ନୁହେଁ ବୋଲି ପ୍ରଧାନ କହିଛନ୍ତି। ଏନେଇ ଏଫ୍‌ଏମ୍‌ଟି ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଗୀତା ସାହୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ଏସ୍‌ସିବିରେ ମୃତଦେହ ବ୍ୟବଚ୍ଛେଦ ସୁଚାରରୁପେ କରିବା ପାଇଁ ସର୍ବଦା ପ୍ରୟାସ କରିଆସୁଛୁ। ଏଥିପାଇଁ ଯେଉଁ ସମ୍ପର୍କୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନେ ଲିଖିତ ଭାବେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରୁଛୁ। ଏହାଦ୍ୱାରା ମୃତଦେହ ବ୍ୟବଚ୍ଛେଦ କାର୍ଯ୍ୟରେ ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ। ଏଫ୍‌ଏମ୍‌ଟି ପାଇଁ ଡାକ୍ତରଙ୍କ ଅଭାବ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି। ପଦବୀ ପୂରଣ ହେଲେ ସମସ୍ୟା ରହିବ ନାହିଁ ବୋଲି ମିଶ୍ର କହିଛନ୍ତି।

ବ୍ୟବଚ୍ଛେଦ ପାଇଁ ଡାକ୍ତର ନାହାନ୍ତି
ମେଡିକାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏସ୍‌ସିବିକୁ ପ୍ରତିଦିନ ବିଭିନ୍ନ ଜିଲାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଛି। ଦିନକୁ ପ୍ରାୟ ୧୫ଟି ମୃତଦେହ ବ୍ୟବଚ୍ଛେଦ କରାଯାଉଛି। ଏଥିପାଇଁ ଜଣେ ପ୍ରଫେସର, ୩ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଓ ୩ ଜଣ ସିନିୟର ରେସିଡେଣ୍ଟ ଡାକ୍ତର ନିୟୋଜିତ ଥିବାବେଳେ ଏଫ୍‌ଏମ୍‌ଟି ବିଭାଗରେ ଆସୋସିଏଟ ପ୍ରଫେସର ପଦବୀ ଦୀର୍ଘଦିନ ହେବ ଖାଲି ରହିଛି। ବିଶେଷକରି ବ୍ୟବଚ୍ଛେଦ ପାଇଁ ଆବଶ୍ୟକ ଡାକ୍ତର ନ ଥିବାରୁ ମୃତଦେହ ବ୍ୟବଚ୍ଛେଦ ପାଇଁ ସମସ୍ୟା ହେଉଛି। ଗୋଟିଏ ମୃତଦେହ ବ୍ୟବଚ୍ଛେଦ ଓ ରିପୋର୍ଟ ତିଆରି କରିବା ପାଇଁ ପ୍ରାୟ ଅଢେଇ ଘଣ୍ଟା ସମୟ ଲାଗିଯାଉଛି। ଏଥିପାଇଁ ଯେତିକି ଡାକ୍ତର ଅଛନ୍ତି ତାହା ଯଥେଷ୍ଟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?