ମଲ୍ଟିଚେନ୍‌ ଇୟର୍‌ ରିଂ

ଇୟର୍‌ ରିଂ ହେଉଛି ଏମିତି ଏକ ଜୁଏଲେରୀ, ଯାହା ଚେହେରାକୁ କ୍ଷଣିକରେ ଆକର୍ଷଣୀୟ ଲୁକ୍‌ ଦେଇଥାଏ। ତେବେ ଇୟର୍‌ ରିଂର ଅନେକ ଡିଜାଇନ୍‌ ଥିଲେ ହେଁ ପୂଜାପାର୍ବଣ ସମୟରେ ମଲ୍ଟିଚେନ୍‌ ଇୟର୍‌ ରିଂର ଖୁବ୍‌ ଚାହିଦା ରହିଥିବା
ଦେଖିବାକୁ ମିଳିଥାଏ..

ଜୁଏଲେରୀ ସିମ୍ପଲ୍‌ ଲୁକ୍‌କୁ କ୍ଷଣିକରେ ଷ୍ଟାଇଲିଶ୍‌ କରିଦିଏ। ଇୟର୍‌ ରିଂ ହେଉଛି ସେମିତି ଏକ ଜୁଏଲେରୀ ଯାହା ଚେହେରାକୁ ଆକର୍ଷଣୀୟ ଲୁକ୍‌ ଦେବାରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ଏହାର ଅନେକ ଭେରାଇଟି ବି ରହିଛି। ତନ୍ମଧ୍ୟରୁ ମଲ୍ଟିଚେନ୍‌ ଇୟର୍‌ ରିଂ ହେଉଛି ଅନ୍ୟତମ। ଏଥିରେ ମୁଖ୍ୟତଃ ଏକାଧିକ ଚେନ୍‌ ଲାଗିଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଖାସ୍‌ କରି ପୂଜାପାର୍ବଣ ସମୟରେ ଏହି ଷ୍ଟାଇଲ୍‌ର ଇୟର୍‌ ରିଂକୁ ଟ୍ରାଏ କଲେ ଲୁକ୍‌ ବେଶ୍‌ ଗର୍ଜିୟସ୍‌ ଲାଗିଥାଏ। ତେବେ ଏହି ଇୟର୍‌ ରିଂର ଭିନ୍ନ ଭିନ୍ନ କ’ଣ ସବୁ ଡିଜାଇନ୍‌ ରହିଛି, ଆସନ୍ତୁ ଜାଣିବା ସେ ସମ୍ପର୍କରେ …

ଷ୍ଟୋନ୍‌ଖଚିତ ମଲ୍ଟିଚେନ୍‌ ଇୟର୍‌ ରିଂ: ଏହି ଷ୍ଟାଇଲ୍‌ର ଇୟର୍‌ ରିଂ ଯୁବତୀଙ୍କୁ କ୍ଲାସି ଲୁକ୍‌ ଦେଇଥାଏ। ଯଦି ଆପଣ ସିଙ୍ଗିଲ୍‌ କଲର୍‌ ଷ୍ଟୋନ୍‌ ଲାଗିଥିବା ମଲ୍ଟିଚେନ୍‌ ଇୟର୍‌ ରିଂ ବାଛୁଛନ୍ତି ତା’ହେଲେ ତାହାକୁ ସେହି କଲର୍‌ର ଡ୍ରେସ୍‌ ସହ ମ୍ୟାଚିଂ କରି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ଅନ୍ୟପକ୍ଷେ ଯଦି ଆପଣଙ୍କର ମଲ୍ଟି କଲର୍‌ ଷ୍ଟୋନ ଲାଗିଥିବା ଇୟର୍‌ ରିଂ ପିନ୍ଧିବା ପସନ୍ଦ ତେବେ ଏହାକୁ ଯେ କୌଣସି କଲର୍‌ର ଆଉଟ୍‌ଫିଟ୍‌ ସହ ଖୁବ୍‌ ଆରାମରେ କ୍ୟାରି କରିହେବ। କିନ୍ତୁ ସବୁବେଳେ ଧ୍ୟାନ ଦେବେ ଯେବେ ବି ଆପଣ ଷ୍ଟୋନ ଲାଗିଥିବା ମଲ୍ଟିଚେନ୍‌ ଇୟର୍‌ ରିଂ ଚୟନ କରୁଛନ୍ତି, ଦେଖିବେ ଇୟର୍‌ ରିଂର ଚେନ୍‌ଗୁଡ଼ିକ ଯେତେ ସାଦାସିଧା ଦେଖାଯାଉଥିବ ସେତେ ଭଲ।

ରାଉଣ୍ଡ ସେପ୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: ଏହି ଇୟର୍‌ ରିଂରେ ଚେନ୍‌ଗୁଡ଼ିକ ରାଉଣ୍ଡ ସେପ୍‌ରେ ଥାଏ। ବିଶେଷକରି ପାର୍ଟି, ଫଙ୍କ୍‌ସନ୍‌ରେ ଗଲାବେଳେ ଶାଢି, ଲେହେଙ୍ଗା ଅବା ଗର୍ଜିିୟସ୍‌ ଅନାରକଲି ସହ ଏହାକୁ ମ୍ୟାଚିଂ କରି ପିନ୍ଧିଲେ ଆକର୍ଷଣୀୟ ଲାଗିଥାଏ।

ଫିଦର୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: ଫିଦର୍‌ ଇୟର୍‌ ରିଂର ଚାହିଦା ସବୁବେଳେ ରହିଆସିଛି। ଏହା ଯୁବତୀଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ଆଉ ଯଦି ଫିଦର୍‌ ସହ ମଲ୍ଟିଚେନ୍‌କୁ କମ୍ବାଇନ୍‌ କରାଯାଏ, ତା’ହେଲେ ତ ଲୁକ୍‌ ଆହୁରି ଖାସ୍‌ ଲାଗେ।

ମଲ୍ଟି ଷ୍ଟେପ୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: ଯଦି ଆପଣ କାନରେ ଏକାଧିକ ପିୟରସିଂ କରିଛନ୍ତି, ତା’ହେଲେ ଏହି ଷ୍ଟାଇଲ୍‌ର ଇୟର୍‌ ରିଂ ଆପଣଙ୍କ ପାଇଁ ବେଷ୍ଟ ହେବ। କାରଣ ଏଥିରେ ଅନେକ ଛୋଟ ଛୋଟ ଷ୍ଟୋନ ଲାଗିବା ସହ ଷ୍ଟେପ୍‌ ଷ୍ଟେପ୍‌ ହୋଇ ମଲ୍ଟିଚେନ୍‌ ଲାଗିଥାଏ, ଯଦ୍ଦ୍ବାରା ଆପଣ ଏହାକୁ ପିନ୍ଧିଲେ ଆପଣଙ୍କ କାନ ପୂରିଲା ପୂରିଲା ଲାଗେ। ପାର୍ଟି ଫଙ୍କ୍‌ସନ୍‌ରେ ପିନ୍ଧିବା ପାଇଁ ଏହି ଷ୍ଟାଇଲ୍‌ର ଇୟର୍‌ ରିଂ ବେଶ୍‌ ପରଫେକ୍ଟ ହୋଇଥାଏ।

ଗୋଲ୍ଡେନ୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: ଗର୍ଜିୟସ୍‌ ଲୁକ୍‌ ଦେଇଥାଏ ଏହି ଇୟର୍‌ ରିଂ। ଏବେ ମାର୍କେଟ୍‌ରେ ଆର୍ଟିଫିସିଆଲ୍‌ ଗୋଲ୍ଡେନ୍‌ ମଲ୍ଟିଚେନ୍‌ ଇୟର୍‌ ରିଂ ବି ମିଳିଲାଣି, ଯାହାକୁ ସୁଲଭ ଦରରେ କିଣିଆଣି ଆପଣ ନିଜକୁ ସଜାଇ ପାରିବେ। ଏହାକୁ ସବୁ ରଙ୍ଗର ପୋଷାକ ସହ ପିନ୍ଧିହେବ।

ସିଲଭର୍‌ ମଲ୍ଟିଚେନ୍‌ ଇୟର୍‌ ରିଂ: କାଜୁଆଲ୍‌ ଲୁକ୍‌ ଦେଇଥାଏ ଏହି ଇୟର୍‌ ରିଂ। ଯେ କୌଣସି ରଙ୍ଗର ଆଉଟ୍‌ଫିଟ୍‌ ସହ ଏହାକୁ ମ୍ୟାଚିଂ କରି ପିନ୍ଧି ହେବ। ତେବେ ଧଳା ରଙ୍ଗର ପୋଷାକ ସହ ଏହା ବେଶ୍‌ ଭଲ ମ୍ୟାଚ୍‌ କରିଥାଏ।

ପର୍ଲଖଚିତ ମଲ୍ଟିଚେନ୍‌ ଇୟର ରିଂ: ଏହି ଷ୍ଟାଇଲ୍‌ର ଇୟର୍‌ ରିଂରେ ଚେନ୍‌ର ତଳଭାଗରେ ଗୋଟଏ ଗୋଟିଏ ପର୍ଲ ଲାଗିଥାଏ। ଧଳା ରଙ୍ଗର ଶାଢି ହେଉ ଅବା ସାଲଓ୍ବାର୍‌ କିମ୍ବା ଧଳା ରଙ୍ଗର ଟି-ଶାର୍ଟ ସହ ଏହାକୁ ପେୟାର୍‌ କରି ପିନ୍ଧାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri